‘ବିକଶିତ ଭାରତ ଶିକ୍ଷା ଅଧିଷ୍ଠାନ ବିଲ୍’ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକୁ ସ୍ୱାୟତ୍ତତା ପ୍ରଦାନ କରିବା ସହ ସଶକ୍ତ କରିବ : ଧର୍ମେନ୍ଦ୍ର

ନୂଆଦିଲ୍ଲୀ/ଭୁବନେଶ୍ୱର : ଦେଶରେ ଶିକ୍ଷା କ୍ଷେତ୍ରରେ ଅନେକ ସଂସ୍କାର ଅଣାଯାଉଥିବା ବେଳେ ‘ବିକଶିତ ଭାରତ ଶିକ୍ଷା ଅଧିଷ୍ଠାନ ବିଲ୍ – ୨୦୨୫’ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକୁ ସ୍ୱାୟତ୍ତତା ପ୍ରଦାନ କରିବା ସହ ସଶକ୍ତ କରିବ । ଏହି ବିଲ୍ ର ଉଦ୍ଦେଶ୍ୟ ହେଉଛି ପ୍ରଭାବଶାଳୀ ସମନ୍ୱୟ ଏବଂ ମାନଦଣ୍ଡର ନିର୍ଦ୍ଧାରଣ ମାଧ୍ୟମରେ ଭାରତର ଉଚ୍ଚ ଶିକ୍ଷା ଅନୁଷ୍ଠାନ ଗୁଡ଼ିକୁ ଉତ୍କର୍ଷତା ହାସଲ କରିବା ପାଇଁ ସଶକ୍ତ କରିବା । ଜାତୀୟ ଶିକ୍ଷା ନୀତି – ୨୦୨୦ ଆଧାରରେ ଏହି ବିଲ୍ ପ୍ରସ୍ତୁତ କରାଯାଇଛି । କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ଲୋକସଭାରେ ‘ବିକଶିତ ଭାରତ ଶିକ୍ଷା ଅଧିଷ୍ଠାନ ବିଲ୍ – ୨୦୨୫’ ଉପସ୍ଥାପନ କରିବା ପରେ ନୂଆଦିଲ୍ଲୀ ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି।

ଏହି ବିଧେୟକର ମୁଖ୍ୟ ଲକ୍ଷ୍ୟ ହେଉଛି ବିଶ୍ୱବିଦ୍ୟାଳୟ ଏବଂ ଅନ୍ୟାନ୍ୟ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକୁ ଶିକ୍ଷାଦାନ, ଶିକ୍ଷଣ, ଗବେଷଣା ତଥା ଉଦ୍ଭାବନ କ୍ଷେତ୍ରରେ ଉତ୍କର୍ଷତା ହାସଲ କରିବା ପାଇଁ ଶକ୍ତିଶାଳୀ କରିବା ଏବଂ ଏକ ସୁଦୃଢ଼ ଓ ସ୍ୱଚ୍ଛ ମାନ୍ୟତା ତଥା ସ୍ୱୟଂଶାସନ ବ୍ୟବସ୍ଥା ମାଧ୍ୟମରେ ଉତ୍କର୍ଷକୁ ପ୍ରୋତ୍ସାହିତ କରିବା । ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକରେ ମାନଦଣ୍ଡ ସ୍ଥିର କରିବା, ନିୟମାବଳୀରେ ସମନ୍ୱୟ ରକ୍ଷା କରିବା ଏବଂ ଉତ୍କର୍ଷତା, ସ୍ୱୟଂଶାସନ ଓ ସ୍ୱଚ୍ଛ ମାନ୍ୟତାକୁ ପ୍ରୋତ୍ସାହିତ କରିବା ପାଇଁ ‘ବିକଶିତ ଭାରତ ଶିକ୍ଷା ଅଧିଷ୍ଠାନ’ ପ୍ରତିଷ୍ଠା କରିବା । ସେ କହିଛନ୍ତି ଯେ ଏହି ଆଇନ “ବିଶ୍ୱବିଦ୍ୟାଳୟ ଏବଂ ଅନ୍ୟାନ୍ୟ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକୁ ସ୍ୱାଧୀନ ସ୍ୱ-ପରିଚାଳିତ ଅନୁଷ୍ଠାନ ହେବା ପାଇଁ ସୁବିଧା ଯୋଗାଇବାକୁ” ଚେଷ୍ଟା କରିବ ।

ଡିସେମ୍ବର ୧୨ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ୍ ସଂସଦରେ ଉପସ୍ଥାପନ ପାଇଁ ବିକଶିତ ଭାରତ ଶିକ୍ଷା ଅଧିଷ୍ଠାନ ବିଲ୍, ୨୦୨୫ କୁ ଅନୁମୋଦନ କରିଥିଲେ । ଏହି ବିଲ୍ ତିନୋଟି ପରିଷଦ ସହିତ ଏକ ଶୀର୍ଷ ସଂସ୍ଥା ଭାବରେ ବିକଶିତ ଭାରତ ଶିକ୍ଷା ଅଧିଷ୍ଠାନ ପ୍ରତିଷ୍ଠା ପାଇଁ ବ୍ୟବସ୍ଥା କରେ ଯଥା – ବିକଶିତ ଭାରତ ଶିକ୍ଷା ବିନିୟମନ ପରିଷଦ (ରେଗୁଲେଟରୀ କାଉନସିଲ), ବିକଶିତ ଭାରତ ଶିକ୍ଷା ଗୁଣବତ୍ତା ପରିଷଦ (ଆକ୍ରିଡେସନ କାଉନସିଲ), ଏବଂ ବିକଶିତ ଭାରତ ଶିକ୍ଷା ମାନକ ପରିଷଦ (ଷ୍ଟାଣ୍ଡାର୍ଡ କାଉନସିଲ) । ଏହି ବିଲ୍ ମ୍ୟୁଚୁଆଲ ରେକଗନାଇଜେସନ, ମଲଟି ଡିସିପ୍ଲିନାରୀ, ଇଣ୍ଟର ଡିସିପ୍ଲିନାରୀ, ସହ ଦକ୍ଷତା ଓ ଉଦ୍ୟମିତାକୁ ପ୍ରୋତ୍ସାହିତ କରିବ ।

ଶିକ୍ଷା ମନ୍ତ୍ରଣାଳୟ, ୟୁଜିସି, ଏଆଇସିଟିଇ ଏବଂ ଏନସିଟିଇ ଅଧୀନରେ ଥିବା ସମସ୍ତ ଉଚ୍ଚ ଶିକ୍ଷା ଅନୁଷ୍ଠାନଗୁଡ଼ିକ ମାନଦଣ୍ଡ ନିର୍ଦ୍ଧାରଣ ପାଇଁ ବିକଶିତ ଭାରତ ଶିକ୍ଷା ଅଧିଷ୍ଠାନର ଅଧୀନରେ ରହିବେ । ଜାତୀୟ ଶିକ୍ଷା ନୀତି, ୨୦୨୦ ରେ ପରିକଳ୍ପିତ ହୋଇଥିବା କାଉନସିଲ୍ ଅଫ୍ ଆର୍କିଟେକ୍ଚର (ସିଓଏ) ଏକ ବୃତ୍ତିଗତ ମାନକ ସେଟିଂ ସଂସ୍ଥା (ପିଏସଏସବି) ଭାବରେ କାର୍ୟ୍ୟ କରିବ । ଏହି ବିଲ୍ ଜାତୀୟ ଗୁରୁତ୍ୱପୂର୍ଣ୍ଣ ଅନୁଷ୍ଠାନଗୁଡ଼ିକୁ ପ୍ରଦାନ କରାଯାଇଥିବା ସ୍ୱୟଂଶାସନର ବର୍ତ୍ତମାନର ସ୍ତରକୁ ବଜାୟ ରଖିବା ସୁନିଶ୍ଚିତ କରୁଛି ।

  • Related Posts

    କଟିଛି ୯.୮ଲକ୍ଷ ଭୋଟରଙ୍କ ନାଁ, ଲିଷ୍ଟର ପୁନର୍ବିଚାର ପାଇଁ ଚିଠି ଲେଖିଲେ ସସ୍ମିତ ପାତ୍ର

    ଭୁବନେଶ୍ୱର,୨୧/୦୪/୨୦୨୬:ଭୋଟର ତାଲିକାରୁ ୯ ଲକ୍ଷ ୮୦ ହଜାର ଭୋଟରଙ୍କ ନାମ କଟିବା ପ୍ରସଙ୍ଗରେ ଉଦବେଗ ପ୍ରକାଶ କଲେ ବିଜେଡି ସାଂସଦ ସସ୍ମିତ ପାତ୍ର । ପୁନର୍ବିଚାର ପାଇଁ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ଚିଠି ଲେଖିଲେ ସସ୍ମିତ । ପୁନଃ…

    Continue reading
    ଭୟ ଓ ଦୁର୍ନୀତିର ରାଜନୀତିକୁ ପ୍ରତ୍ୟାଖ୍ୟାନ କରିବେ ପଶ୍ଚିମବଙ୍ଗର ଜନତା – ଧର୍ମେନ୍ଦ୍ର ପ୍ରଧାନ

    • ରୋଡ୍-ସୋ’ ଏବଂ ଶୋଭାଯାତ୍ରାରେ ସାମିଲ ହୋଇ ଦଳୀୟ ପ୍ରାର୍ଥୀଙ୍କ ପାଇଁ କଲେ ପ୍ରଚାର • ଟିଏମସି ଯେତେ ଚେଷ୍ଟା କଲେ ମଧ୍ୟ ବିଜେପିର ସଂକଳ୍ପକୁ ନେଇ ଲୋକଙ୍କୁ ବିଭ୍ରାନ୍ତ କରିପାରିବ ନାହିଁ • ପଶ୍ଚିମବଙ୍ଗର ସୁରକ୍ଷା, ସୁଯୋଗ ଏବଂ ସାମଗ୍ରିକ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର