ପ୍ରେମିକକୁ ପାଇବାକୁ ପରିବାରକୁ ନିଶା ଦେଇ ନାବାଳିକା ଯୁବତୀ ଫେରାର

ଯାଜପୁର : ପ୍ରେମ ଆଗରେ ପରିବାରର ଭଲ ପାଇବା ତୁଚ୍ଛ ପାଲଟିଲା । ପ୍ରେମିକକୁ ପାଇବାକୁ ବାପା ମା’ଙ୍କ ସ୍ନେହ ଭୁଲିଗଲା ନାବାଳିକା ଯୁବତୀ । ନିଶା ଦେଇ ଘରୁ ଫେରାର ହୋଇଯାଇଛି । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା କୁଆଖିଆ ଥାନା ନଠୁଆବର ଗାଁରେ ।

ପ୍ରେମିକର ପ୍ରେମ ଜାଲରେ ଉବୁଟୁବୁ ହୋଇଗଲା ନାବାଳିକା ଯୁବତୀ । ଏଭଳି କି ବାପା ମା’ଙ୍କୁ ନିଶା ଔଷଧ ଦେବାକୁ ମଧ୍ୟ ପଛାଇଲା ନାହିଁ । ପ୍ରେମିକର ମିଠା କଥା ଆଗରେ ବାପା ମା’ଙ୍କ ଭଲ ପାଇବା ଫିକା ପଡ଼ିଲା । ନଠୁଆବର ଗାଁର ୧୩ବର୍ଷର ନାବାଳିକା ଝିଅ ଖାଦ୍ୟରେ ନିଶା ଔଷଧ ଦେଇ ଘରୁ ପଳାଇ ଯାଇଛି । ଫଳରେ ନିଶା ଔଷଧ ମିଶା ଖାଦ୍ୟ ଖାଇ ପରିବାରର ୫ଜଣ ସଦସ୍ୟ ଗୁରୁତର ହୋଇପଡ଼ିଛନ୍ତି । ପରିବାର ଲୋକେ ବର୍ତ୍ତମାନ ଯାଜପୁର ଜିଲ୍ଲା ଯଯାତି କେଶରୀ ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି। ଚିକିତ୍ସାଧୀନ ଥିବା ବାପା ମା’ଙ୍କ ସମେତ ୫ଜଣ ପରିବାର ସଦସ୍ୟଙ୍କ ଅବସ୍ଥା ଗୁରୁତର ରହିଛି ।

  • Related Posts

    ବିଜେପି ନେତାଙ୍କୁ ହତ୍ୟା; ୨ ଅଟକ

    କଳାହାଣ୍ଡି: କଳାହାଣ୍ଡି ମଦନପୁର ରାମପୁର ଥାନା ଅଞ୍ଚଳରେ ବିଜେପି ନେତାଙ୍କୁ ହତ୍ୟା ଘଟଣାରେ ୨ ଜଣ ଅଟକ । ଏ ନେଇ ସୂଚନା ଦେଇଛନ୍ତି କଳାହାଣ୍ଡି ଏସପି । ପୂର୍ବ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଅନୁମାନ କରାଯାଉଛି…

    Continue reading
    ବାପର କାଠ ଫାଳିଆ ମାଡ଼ରେ ପୁଅର ମୃତ୍ୟୁ

    ଭବାନୀପାଟଣା: କଳାହାଣ୍ଡି ଜିଲା କଲମପୁର ଥାନା ନୂଆଗୁଡ଼ାରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ବାପର କାଠ ଫାଳିଆ ମାଡରେ ଭେଣ୍ଡିଆ ପୁଅର ମୃତ୍ୟୁ ହେବା ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି । ନୁଆଗୁଡା ଗାଁ ର ମାନସିଂହ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ