ପ୍ରେମିକାଙ୍କୁ ଫାଶୀ ଦଣ୍ଡ

ନୂଆଦିଲ୍ଲୀ: ଦୁଇ ଜଣ ପରସ୍ପରକୁ ଭଲ ପାଉଥିଲେ। କିନ୍ତୁ ବାହାଘର ଆଉ ଗୋଟିଏ ପିଲା ସହ ଠିକ ହେବାରୁ ପ୍ରେମ ସମ୍ପର୍କକୁ ଚ୍ଛିନ୍ନ କରିବାକୁ ନିଷ୍ପତ୍ତି ନେଇଥିଲେ ପ୍ରେମିକା। ଏଥିପାଇଁ କରିଥିଲେ ଷଡ଼ଯନ୍ତ୍ର। ନିଜ ଠାରୁ ଗୋଟିଏ ବର୍ଷ ସାନ ପୁଅକୁ ପ୍ରେମ କରୁଥିବା ପ୍ରେମିକା ଜଣଙ୍କ ବେଶ ଶ୍ରଦ୍ଧାରେ ଘରକୁ ଡାକିଥିଲେ। ଏହାପରେ ତାଙ୍କୁ ଆୟୁର୍ବେଦିକ ପାନୀୟ ନାଁରେ ବିଷ ମିଶାଇ ପିଆଇ ଦେଇଥିଲେ। ବାସ୍‌ ୧୧ ଦିନ ଧରି ଜୀବନ ସହ ସଂଘର୍ଷ କରିବା ଶେଷରେ ଆଖି ବୁଜିଥିଲେ ପ୍ରେମିକ। ପ୍ରେମିକଙ୍କୁ ନିର୍ମମ ଭାବେ ହତ୍ୟା କରିଥିବା ପ୍ରେମିକାଙ୍କୁ କୋର୍ଟ ଫାଶୀ ଦଣ୍ଡରେ ଦଣ୍ଡିତ କରିଛନ୍ତି। ମାତ୍ର ୨୪ ବର୍ଷ ବୟସରେ ଜଣେ ଯୁବତୀ ଫାଶୀ ଦଣ୍ଡରେ ଦଣ୍ଡିତ ହେବା ଭାରତରେ ମଧ୍ୟ ପ୍ରଥମ ଘଟଣା ହୋଇଛି।

୨୦୨୨ରେ କେରଳ ୨୪ ବର୍ଷୀୟ ଗ୍ରୀଷ୍ମା ତାଙ୍କର ୨୩ ବର୍ଷୀୟ ପ୍ରେମିକ ଶାରୋନ ରାଜଙ୍କ ସହ ଗଢ଼ିଥିବା ପ୍ରେମକୁ ସବୁଦିନ ପାଇଁ ଶେଷ କରିବା ଉଦ୍ଦେଶ୍ୟରେ ହତ୍ୟା ଭଳି ଜଘନ୍ୟକାଣ୍ଡ ଭିଆଇଥିଲେ। କେରଳର ଗୋଟିଏ ସ୍ଥାନୀୟ କୋର୍ଟ ଗତ ସପ୍ତାହରେ ଗ୍ରୀଷ୍ମା ଓ ତାଙ୍କ ମାମୁଙ୍କୁ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ କରିଥିଲେ। ଆଜି ଗ୍ରୀଷ୍ମାଙ୍କୁ ମୃତ୍ୟୁ ଦଣ୍ଡ ଓ ତାଙ୍କ ମାମୁଙ୍କୁ ୩ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି।ଗ୍ରୀଷ୍ମାଙ୍କୁ ମୃତ୍ୟୁଦଣ୍ଡ ଦେବା ବେଳେ କୋର୍ଟ ଦୋଷୀର ବୟସକୁ ଆଦୌ ବିଚାରକୁ ନେଇ ନଥିଲେ। କୋର୍ଟର ବିଚାରପତି ମାମଲାକୁ ବିରଳରୁ ଅତି ବରିଳ ବୋଲି ଅବିହିତ କରିଥିଲେ। ଗ୍ରୀଷ୍ମା ମୃତ୍ୟୁଦଣ୍ଡରୁ ବର୍ତ୍ତିବା ପାଇଁ ନିଜର ଶିକ୍ଷାଗତ ଯୋଗ୍ୟତା, ଅପରାଧିକ ପୃଷ୍ଟଭୂମି ଓ ବାପା ମା’ଙ୍କ ଏକମାତ୍ର ଝିଅ ହେବାର ଗୁହାରୀ ଲଗାଇଥିଲେ। ହେଲେ କୋର୍ଟଙ୍କ ଉପରେ ଏହାର କୌଣସି ପ୍ରଭାବ ପଡ଼ି ନଥିଲା।

ସରକାରୀ ଓକିଲ ଡିଜିଟାଲ ଓ ବିଜ୍ଞାନଭିତ୍ତିକ ପ୍ରମାଣ ଉପସ୍ଥାପନ କରି ଗ୍ରୀଷ୍ମାଙ୍କୁ ମୃତ୍ୟୁଦଣ୍ଡ ଦେବାକୁ ଦାବି କରିଥିଲେ। କୋର୍ଟ ପ୍ରମାଣ ସବୁ ଯାଞ୍ଚ କରିବା ପରେ ଗ୍ରୀଷ୍ମଙ୍କୁ ଫାଶୀ ଦଣ୍ଡରେ ଦଣ୍ଡିତ କରିଛନ୍ତି।

  • Related Posts

    ଜଳିଗଲା ଘର: ଶାଶୁ ଏବଂ ବୋହୂ ଜୀବନ୍ତ ଦଗ୍ଧ

    ସୀତାପୁର: ଉତ୍ତର ପ୍ରଦେଶର ସୀତାପୁର ଜିଲ୍ଲାର ସଦରପୁର ଥାନା ଅଞ୍ଚଳର ସରାୟା ଚଲକାପୁର ଗାଁରେ ଶନିବାର ସନ୍ଧ୍ୟାରେ ଏକ ବଡ଼ ଦୁଃଖଦ ଘଟଣା ଘଟିଛି। ପ୍ରବଳ ଝଡ଼ ତୋଫାନ ମଧ୍ୟରେ ଏକ ଘରେ ନିଆଁ ଲାଗିଯାଇ ଦ୍ରୁତ ଗତିରେ ବ୍ୟାପି ଯାଇଥିଲା,…

    Continue reading
    ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା, ବର୍ଷକୁ ୨ଟି ଗ୍ୟାସ୍ ସିଲିଣ୍ଡର ମିଳିବ ମାଗଣା

    ନୂଆଦିଲ୍ଲୀ: ଆସାମ ବିଧାନସଭା ନିର୍ବାଚନ ପାଇଁ ଲୋକଙ୍କ ମଧ୍ୟରେ ଉତ୍କଣ୍ଠା ବଢ଼ିବାରେ ଲାଗିଛି। ଏଭଳି ସମୟରେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଜନତାଙ୍କ ପାଇଁ ଏକ ବଡ଼ ଉପହାର ଘୋଷଣା କରିଛନ୍ତି। ନିର୍ବାଚନ ଜିତିବା ପରେ ବର୍ଷକୁ ଦୁଇଟି ଖଚଏ ସିଲିଣ୍ଡର…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ