ଫାଲଟା ଆସନରେ ପୁନଃ ଭୋଟ ଗ୍ରହଣ ମତଦାନ ହାର ୮୮%, ୨୪ରେ ଭୋଟ ଗଣତି

କଲକାତା: ପଶ୍ଚିମବଙ୍ଗ ଦକ୍ଷିଣ ୨୪ ପ୍ରଗଣା ଜିଲା ଅନ୍ତର୍ଗତ ଫାଲ୍‌ଟା ବିଧାନସଭା ଆସନରେ ଗୁରୁବାର ପୁନଃ ଭୋଟଗ୍ରହଣ ହୋଇଛି। ବିଧାନସଭା ଅନ୍ତର୍ଗତ ସମସ୍ତ ୨୫୮ ବୁଥରେ କଡା ସୁରକ୍ଷା ମଧ୍ୟରେ ମତଦାନ ହୋଇଛି। ଶୃଙ୍ଖଳିତ ମତଦାନ ପାଇଁ ୩୫ କମ୍ପାନୀ କେନ୍ଦ୍ରୀୟ ପୁଲିସ ବାହିନୀ ମୁତୟନ କରାଯାଇଥିଲା। ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ୟ୍ୟନ୍ତ ମତଦାନ ହୋଇଛି। ନିର୍ବାଚନ ଆୟୋଗଙ୍କ ସୂଚନା ଅନୁଯାୟୀ ମତଦାନ ହାର ୮୭.୮୫ ପ୍ରତିଶତ। ତେବେ ଏହି ହାର ବଢିବାର ସମ୍ଭାବନା ରହିଛି। ଗତ ଏପ୍ରିଲ ୨୯ ତାରିଖରେ ରାଜ୍ୟର ଦ୍ବିତୀୟ ପର୍ୟ୍ୟାୟ ଭୋଟ ଗ୍ରହଣ ସମୟରେ ଏହି ଆସନରେ ମତଦାନ ହୋଇଥିଲା। ମାତ୍ର ମତଦାନ ପ୍ରକ୍ରିୟା ସମୟରେ ଇଭିଏମ୍ ଟ୍ୟାମ୍ପରିଂ, ଭୋଟ ଗ୍ରହଣ କେନ୍ଦ୍ରରେ ଲାଗିଥିବା ୱେବ କ୍ୟାମେରାକୁ ଭଙ୍ଗାରୁଜା କରିବା, ଟିଏମସି ପ୍ରାର୍ଥୀ ଭୋଟରଙ୍କୁ ଧମକାଇବା ଭଳି ଅଭିଯୋଗ ପ​‌େ​‌ର ଏଠାରେ ପୁନଃ ମତଦାନ ନିମନ୍ତେ ନିର୍ବାଚନ ଆୟୋଗ ନିଷ୍ପତ୍ତି ନେଇଥିଲେ। ପୁନଃ ମତଦାନ ପୂର୍ବରୁ ତୃଣମୂଳ କଂଗ୍ରେସ ପ୍ରାର୍ଥୀ ଜାହାଙ୍ଗିର ଖାଁ ପ୍ରତିଦ୍ବନ୍ଦ୍ବିତାରୁ ଓହରିଯାଇଥିଲେ। ବ୍ୟକ୍ତିଗତ କାରଣରୁ ସେ ପ୍ରତିଦ୍ବନ୍ଦ୍ବିତାରୁ ଓହରିଯାଇଥିବା ଘୋଷଣା କରିଥିଲେ। ଏପରି କି ଗୁରୁବାର ସେ ନିଜ ଭୋଟ ଦେଇ ନଥିବା ଜଣାପଡିଛି। ଫାଲଟା ଆସନ ଟିଏମସିର ଏକ ଗଡ ଭାବେ ପରିଚିତ। ପୁନଃ ମତଦାନ ତାରିଖ ଧାର୍ୟ୍ୟ ହେବା ପରଠାରୁ ଏଠାରେ ଟିଏମ୍‌ସି ପକ୍ଷରୁ କୌଣସି ନିର୍ବାଚନ ସଭା, ୠାଲି ଆୟୋଜିତ ହୋଇନାହିଁ। ଏପରି କି ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଟିଏମ୍‌ସି ସାଂସଦ ଅଭିଷେକ ବାନାର୍ଜୀ କିମ୍ବା ଦଳର ଅନ୍ୟ କୌଣସି ବରିଷ୍ଠ ନେତା ସେଠାକୁ ପ୍ରଚାର କାର୍ୟ୍ୟରେ ଯାଇନଥିଲେ। ମେ’ ୨୪ ତାରିଖରେ ପୁନଃ ମତଦାନର ଫଳ ଘୋଷଣା ହେବ।

  • Related Posts

    ନିଲମ୍ବନ ହେବେନି ସିଇସି ଜ୍ଞାନେଶ କୁମାର : ସୁପ୍ରିମକୋର୍ଟ

    ଭାରତର ନିର୍ବାଚନ କମିସନର ଅନ୍ୟ ଦୁଇ ନିର୍ବାଚନ କମିସନରଙ୍କ ସମ୍ମତି ବିନା ଏକପାଖିଆ ନିଷ୍ପତ୍ତି ନେବାର ଅଭିଯୋଗରେ ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କୁ ନିଲମ୍ବିତ କରିବା ପାଇଁ ସୁପ୍ରିମକୋର୍ଟ ଏକ ମଧ୍ୟବର୍ତ୍ତୀକାଳୀନ ନିର୍ଦ୍ଦେଶ ଜାରି କରିବାକୁ ମନା କରିଦେଇଛନ୍ତି। ଜ୍ଞାନେଶ…

    Continue reading
    ପାଇଲଟଙ୍କ ଟାର୍ଗେଟରେ ଥିଲା ବିମାନ ବନ୍ଦର

    ଫ୍ଲାଏ ଦୁବାଇ ବିମାନର ଭାରତୀୟ ପାଇଲଟ ସ୍ମିତ ମଚ୍ଛରଙ୍କୁ ନେଇ ସବୁଠି ଚର୍ଚ୍ଚା । ଛୁରା ମାଡ଼ ସତ୍ତ୍ୱେ ବି ହାରନମାନି ଶହ ଶହ ଯାତ୍ରୀଙ୍କ ଜୀବନ ବଞ୍ଚାଇବାକୁ ନେଇ ତାଙ୍କୁ ଦେଶ ବିଦେଶରୁ ତାଙ୍କର ସାହସୀକତା ପାଇଁ ଅନେକ ପ୍ରଶଂସା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ