ଫୁଟପାଥରେ ଚାଲିବା ବ୍ୟକ୍ତିର ମୌଳିକ ଅଧିକାର: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ଫୁଟ୍‌ପାଥ୍‌ ବା ପାଦଚଲା ରାସ୍ତାରେ ଚାଲିବା ବ୍ୟକ୍ତିର ଏକ ମୌଳିକ ଅଧିକାର ବୋଲି ସୁପ୍ରିମକୋର୍ଟ ଶୁକ୍ରବାର ଘୋଷଣା କରିଛନ୍ତି। ଏହା ସହ ପଥଚାରୀମାନଙ୍କ ସୁରକ୍ଷା ପାଇଁ ଏକ ସ୍ୱତନ୍ତ୍ର ଆଇନ ପ୍ରଣୟନ କରିବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦେଶ ଦେଇଛନ୍ତି। ବିଚାରପତି ପିଏସ୍ ନରସିଂହ ଓ ବିଚାରପତି ଏଏସ୍‌ ଚନ୍ଦୁରକରଙ୍କୁ ନେଇ ଗଠିତ ସୁପ୍ରିମକୋର୍ଟଙ୍କ ପୀଠ କହିଛନ୍ତି ଯେ ସମ୍ବିଧାନର ଧାରା ୧୯(୧)(ଡି) ଅନୁଯାୟୀ ଫୁଟପାଥ ଭାବେ ଚିହ୍ନିତ ରାସ୍ତାରେ ଚାଲିବା ବ୍ୟକ୍ତିର ଏକ ମୌଳିକ ଅଧିକାର। ସମ୍ବିଧାନର ଉକ୍ତ ଧାରା​‌େ​‌ର ବ୍ୟକ୍ତିର ଚଳପ୍ରଚଳ ଅଧିକାରକୁ ଗ୍ୟାରେଣ୍ଟି ପ୍ରଦାନ କରାଯାଇଛି। ତେଣୁ ସରକାର ଏହି ଗ୍ୟାରେଣ୍ଟିକୁ ନିଶ୍ଚିତ କରିବା ଲାଗି ଆବଶ୍ୟକ ପଦ‌େକ୍ଷପ ନେବା ଜରୁରୀ। ସୁପ୍ରିମକୋର୍ଟ କହିଛନ୍ତି ଯେ ‘ଚାଲିବା’ ଆମର ସ୍ୱାଧୀନତା ସଂଗ୍ରାମ (ଯେପରିକି ମହାତ୍ମା ଗାନ୍ଧୀଙ୍କ ଦାଣ୍ଡି ଯାତ୍ରା), ରାଜନୀତି ଏବଂ ସାମାଜିକ ସଂସ୍କାର ଆନ୍ଦୋଳନକୁ ସର୍ବଦା ଶକ୍ତି ଯୋଗାଇ ଆସିଛି; କିନ୍ତୁ ଦୁର୍ଭାଗ୍ୟବଶତଃ ଏପର୍ଯ୍ୟନ୍ତ ଏହାକୁ ଆଇନଗତ ଭାବେ ଏକ ମୌଳିକ ଅଧିକାରର ମାନ୍ୟତା ମିଳି ନଥିଲା। ଶୀର୍ଷକୋର୍ଟ
ସ୍ପଷ୍ଟ କରିଛନ୍ତି ଯେ ସମ୍ବିଧାନର ଧାରା ୧୯(୧)(ଏ), ୧୯(୧)(ବି), ୧୯(୧)(ସି) ଓ ଧାରା ୨୧ ଅନୁଯାୟୀ ଜୀବନ ଜୀବିକାର ଅଧିକାର ମଧ୍ୟରେ ସୁରକ୍ଷିତ ଭାବେ ରାସ୍ତାରେ ଚାଲିବାର ଅଧିକାର ମଧ୍ୟ ଅନ୍ତର୍ଭୁକ୍ତ। କେବଳ ଟ୍ରାଫିକ ନିୟମ ପଥଚାରୀଙ୍କ ସୁରକ୍ଷା ପାଇଁ ଯଥେଷ୍ଟ ନୁହେଁ। ତେଣୁ ସରକାର ଏକ ନୂତନ ଆଇନ ପ୍ରଣୟନ କରନ୍ତୁ, ଯାହାଦ୍ୱାରା ପ୍ରତିଟି ସହର ଏବଂ ଜାତୀୟ ରାଜପଥରେ ପଥଚାରୀଙ୍କ ପାଇଁ ସୁରକ୍ଷିତ ଫୁଟପାଥ ଏବଂ ସାଇକଲ ଟ୍ରାକ ନିର୍ମାଣ କରାଯାଇପାରିବ। ସହରରେ ଫୁଟପାଥ୍‌ଗୁଡ଼ିକୁ ବେଆଇନ ଭାବେ ଜବରଦଖଲ କରାଯାଉଥିବାରୁ ପଥଚାରୀମାନେ ଜୀବନକୁ ବିପଦରେ ପକାଇ ମୁଖ୍ୟ ରାସ୍ତାରେ ଚାଲିବାକୁ ବାଧ୍ୟ ହେଉଛନ୍ତି। ଏହାକୁ ରୋକିବା ପାଇଁ ପ୍ରଶାସନ ପଦକ୍ଷେପ ନେବା ଜରୁରୀ। ମୋଟର ଗାଡ଼ି ଚଳାଉଥିବା ଲୋକଙ୍କ ସୁବିଧା ପାଇଁ ଚଉଡ଼ା ରାସ୍ତା ତିଆରି ହେଉଛି, କିନ୍ତୁ ଯେଉଁମାନେ ଚାଲି ଚାଲି ଯାଉଛନ୍ତି ସେମାନଙ୍କ ସୁରକ୍ଷାକୁ ଉପେକ୍ଷା କରାଯାଉଛି। ଗରିବ ଏବଂ ମଧ୍ୟବିତ୍ତ ଶ୍ରେଣୀର ଲୋକଙ୍କୁ ସୁରକ୍ଷିତ ଭାବେ ଚାଲିବାର ପରିବେଶ ଯୋଗାଇଦେବା ରାଷ୍ଟ୍ରର କର୍ତ୍ତବ୍ୟ।

  • Related Posts

    ମୁଁ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବାକୁ ରାଜି:ଉଦ୍ଧବ

    ଶିବସେନା(ୟୁବିଟି)ରେ ଦେଖାଯାଇଥିବା ବିଦ୍ରୋହ ଦଳର ମୁଖ୍ୟ ଉଦ୍ଧବ ଠାକରେଙ୍କ ଟେନସେନ ବଢ଼ାଇ ଦେଇଛି। ଦଳ ବିଭାଜନ ଆଡ଼କୁ ଯାଉଥିବାରୁ ଉଦ୍ଧବ ଠାକରେ ଏହାକୁ ରୋକିବାକୁ ଶେଷ ଗୋଟି ଚାଳନା କରିଛନ୍ତି। ଯଦି ତାଙ୍କ ନେତୃତ୍ୱ ଉପରେ ଦଳୀୟ କର୍ମୀଙ୍କ ଆଉ ବିଶ୍ୱାସ…

    Continue reading
    ନିଟ-ୟୁଜି ପୁନଃ ପରୀକ୍ଷାରେ ବିଭ୍ରାଟ: ନାଗପୁର ଛାତ୍ରଙ୍କ ପରୀକ୍ଷା କେନ୍ଦ୍ର ଅବୁଧାବି

    ନିଟ-ୟୁଜି ୨୦୨୬ ପରୀକ୍ଷାର ପିଛା ଛାଡ଼ୁନି ବିବାଦ। ପ୍ରଶ୍ନପତ୍ର ଲିକ ଯୋଗୁ ପ୍ରଥମେ ମେ’ ୩ରେ ଅନୁଷ୍ଠିତ ମୂଳ ପରୀକ୍ଷାକୁ ବାତିଲ କରାଯାଇଥିଲା। ଏହାପରେ ଜୁନ ୨୧ ଅର୍ଥାତ ଆସନ୍ତାକାଲି ନିଟ ୟୁଜି ପୁନଃ ପରୀକ୍ଷା ହେବାକୁ ଯାଉଛି। ହେଲେ ପୁନଃ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ