ଫ୍ଲାଟରେ ଭୟଙ୍କର ଅଗ୍ନିକାଣ୍ଡ,୯ ମୃତ

ନୂଆଦିଲ୍ଲୀ:ଦିଲ୍ଲୀର ବିବେକ ବିହାରର ଏକ ଫ୍ଲାଟରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଏହି ଦୁର୍ଘଟଣାରେ ୯ଜଣଙ୍କର ମୃତ୍ୟୁ ଘଟିଛି । ଗତକାଲି ବିଳମ୍ବିତ ରାତି ପ୍ରାୟ ୩ ଟା ୪୭ ମିନିଟରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି । ସୂଚନା ପାଇ ତୁରନ୍ତ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ପରେ ମୃତାହତଙ୍କ ସଂଖ୍ୟା ବଢିପାରେ ବୋଲି ଅନୁମାନ କରାଯାଉଛି ।
ସୂଚନାନୁଯାୟୀ, ଫ୍ଲାଟର ଦ୍ବିତୀୟ ମହଲାରେ ଅଗ୍ନିକାଣ୍ଡ ଘଟିଥିଲା । ଫଳରେ ନିଆଁ ତୃତୀୟ ମହଲାକୁ ବ୍ୟାପି ଯାଇଥିଲା । ଲୋକମାନେ ନିଜକୁ ବଞ୍ଚାଇବାକୁ ଫ୍ଲାଟ ଭିତରୁ ବାହାରି ଦୌଡିଥିଲେ । ଏହି ଅଗ୍ନିକାଣ୍ଡ ଏସି ବିସ୍ଫୋରଣ ଯୋଗୁଁ ହୋଇଥିବା ତଦନ୍ତରୁ ଜଣାପଡିଛି।

ଅନ୍ୟପଟେ ଘଟଣା ସମ୍ପର୍କରେ ସୂଚନା ପାଇ ୧୪ଟି ଅଗ୍ନିଶମ ବାହିନୀ ଗାଡ଼ି ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି କୋଠା ଭିତରେ ଫସି ରହିଥିବା ଲୋକଙ୍କୁ ବାହାର କରିବା ପାଇଁ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ୧୨ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଏବେ ବି ଅନେକ ଲୋକ କୋଠା ଭିତରେ ଫସି ରହିଛନ୍ତି । ଉଦ୍ଧାର କାର୍ଯ୍ୟ ଜାରି ରହିଛି ।ବର୍ତ୍ତମାନ ମୃତ୍ୟୁ ସଂଖ୍ୟା ୮ ରୁ ୯କୁ ବୃଦ୍ଧି ପାଇଥିବାବେଳେ ୪ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମୃତକଙ୍କ ସଂଖ୍ୟା ଆଗକୁ ବଢିପାରେ ବୋଲି ଆଶଙ୍କା ରହିଛି ।

  • Related Posts

    ‘ଆମେରିକାରୁ ପାଣ୍ଠି ପାଉଛି କକ୍ରୋଚ୍ ଜନତା ପାର୍ଟି’

    ନୂଆଦିଲ୍ଲୀ: ଆମେରିକୀୟ ଗାୟିକା ମେରୀ ମିଲବେନ୍ ବୁଧବାର ଅଭିଯୋଗ କରିଛନ୍ତି ଯେ, କକ୍ରୋଚ୍ ଜନତା ପାର୍ଟି (CJP) ଆମେରିକୀୟ ନିବେଶକଙ୍କ ଠାରୁ ଆର୍ଥିକ ସହାୟତା ପାଉଛି । ମିଲବେନ୍ କହିଛନ୍ତି ଯେ, ଏହା ନୀରବ ରହିବାର ସମୟ ନୁହେଁ । ସେ…

    Continue reading
    ଭୋଟର ତାଲିକା ଅନିୟମିତତା ମାମଲା, ଆଜି ସୁପ୍ରିମକୋର୍ଟରେ ଶୁଣାଣି

    ନୂଆଦିଲ୍ଲୀ: ଆଜି ଏସଆଇଆର ସମ୍ପର୍କିତ ଆବେଦନର ଶୁଣାଣି କରିବେ ସୁପ୍ରିମକୋର୍ଟ । କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ବିରୋଧୀ ଦଳର ନେତାଙ୍କ ଦ୍ୱାରା SIR ରେ ଅନିୟମିତତା ଅଭିଯୋଗ ନେଇ ଦାୟର ହୋଇଥିବା ଏହି ଆବେଦନର ଆଜି ଶୁଣାଣି କରିବେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ମୁଁ ବି ଖୁବ୍‌ଶୀଘ୍ର ପିତା ହେବି କହିଲେ ସଲମାନ୍‌ ଖାନ୍‌

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି