ବଙ୍ଗ ନିର୍ବାଚନ ହାରିଲେ ‘ଦିଦି’; ଜଗୁନୀ କହିଲେ କାରଣ

ପୁରୀ: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ବିଜେପି ବିପୁଳ ବିଜୟ ହାସଲ କରିଛି । ୨୦୦ରୁ ଅଧିକ ବିଧାନସଭା ଆସନରେ ଜିତି ବିଜେପି ବହୁମତ ହାସଲ କରିଛି । ତେବେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ମମତା ବାନାର୍ଜୀ ହାରିବା ପଛରେ ଦିଘା ଜଗନ୍ନାଥ ମନ୍ଦିର ନିର୍ମାଣ ପ୍ରସଙ୍ଗ ରହିଥିବା ଚର୍ଚ୍ଚା ଜୋର ଧରିଛି ।ଦିଘା ଜଗନ୍ନାଥ ମନ୍ଦିରରେ ପଥର ମୂର୍ତ୍ତି ନିର୍ମାଣକୁ ମଧ୍ୟ ବିରୋଧ କରିଥିଲେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବାଡଗ୍ରାହୀ ଜଗନ୍ନାଥ ସ୍ୱାଇଁ ମହାପାତ୍ର । ପଥର ମୂର୍ତ୍ତି ନିର୍ମାଣ ହେଲେ ମମତାଙ୍କ ପାଇଁ ଆଗାମୀ ଦିନରେ ଅଘଟଣ ଘଟିବ ବୋଲି ସେ ଚେତାବନୀ ଦେଇଥିଲେ । ୨୦୨୬ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ମମତାଙ୍କ ଟିଏମସି ଶୋଚନୀୟ ପରାଜୟ ବରଣ କରିଛି । ଯାହାକୁ ନେଇ ଏବେ ବିଭିନ୍ନ ଚର୍ଚ୍ଚା ଲାଗି ରହିଛି । ବିଶେଷ କରି ମହାପ୍ରଭୁଙ୍କ ପ୍ରତି ଅପମାନ ଓ ଅହଙ୍କାର ଯୋଗୁଁ ମମତା ନିର୍ବାଚନରେ ହାରିଥିବା ସବୁଆଡ଼େ ଚର୍ଚ୍ଚା ହେଉଛି । ଏନେଇ ପ୍ରତିକ୍ରିୟା ରଖିଛନ୍ତି ଶ୍ରୀ ଜଗନ୍ନାଥଙ୍କ ବାଡଗ୍ରାହୀ ଜଗନ୍ନାଥ ସ୍ୱାଇଁ ମହାପାତ୍ର ।

ଜଗନ୍ନାଥ ସ୍ୱାଇଁ ମହାପାତ୍ର କହିଛନ୍ତି, “ଚଳିତ ନିର୍ବାଚନରେ ପଶ୍ଚିମବଙ୍ଗରେ ଯେଉଁ ସରକାର ପରିବର୍ତ୍ତନ ହୋଇଛି, ତାହା ମହାପ୍ରଭୁଙ୍କ ପାଇଁ ହୋଇଛି । ଦିଘାରେ ଯେଉଁ ଜଗନ୍ନାଥ ମନ୍ଦିର ହୋଇଥିଲା ଏହା ତାହାର ପ୍ରଭାବ । ଦିଘାରେ ଯେତେବେଳେ ମମତା ବାନାର୍ଜୀ ଜଗନ୍ନାଥ ମନ୍ଦିର ନିର୍ମାଣ କରିଥିଲେ, ସେତେବେଳେ ମୁଁ ତାଙ୍କୁ କହିଥିଲି ଯେ, ମନ୍ଦିରରେ ପଥର ମୂର୍ତ୍ତି କରନ୍ତୁ ନାହିଁ । ସେ କିନ୍ତୁ ମୋ କଥାକୁ ଗୁରୁତ୍ଵ ଦେଲେନାହିଁ । ପଥର ମୂର୍ତ୍ତି ହେଲେ ଅଘଟଣ ଘଟିପାରେ ବୋଲି ମୁଁ ମମତାଙ୍କୁ କହିଥିଲି । ତାଙ୍କ ସହ ମୋର ବ୍ୟକ୍ତିଗତ ସମ୍ପର୍କ ବହୁତ ଭଲ । ଚତୁର୍ଦ୍ଧାମୂର୍ତ୍ତି ପଥରରେ ନିର୍ମାଣ ହେଲେ ଯଦି କିଛି ବିଘ୍ନ ଘଟେ କିମ୍ବା ଭାଙ୍ଗିଯାଏ, ତେବେ ଅଶୁଭ ହେବାର ଆଶଙ୍କା ରହିଛି । ହେଲେ ମୋ କଥାକୁ ମମତା ଗୁରୁତ୍ଵ ନଦେଇ ପଥରରେ ମୂର୍ତ୍ତି ନିର୍ମାଣ କରିଥିଲେ ।”

ସେ ପୁଣି କହିଛନ୍ତି, “ମମତା ବାନାର୍ଜୀ ଜଣେ ବହୁତ ଭଲ ଲୋକ । କିନ୍ତୁ ତାଙ୍କ ଚାରିପାଖରେ କିଛି କୁଚକ୍ରୀ ଥିଲେ । ଯେଉଁମାନେ ତାଙ୍କୁ ଭୁଲ ମାର୍ଗରେ ନେଉଥିଲେ । ଅହଙ୍କାର ମଣିଷକୁ ପତନ କରାଇଥାଏ । ମୋ କଥାକୁ ସେ ଗୁରୁତ୍ଵ ନଦେଇ ଦିଘା ଜଗନ୍ନାଥ ମନ୍ଦିରରେ ପଥର ମୂର୍ତ୍ତି ନିର୍ମାଣ କଲେ । ଯାହା ଫଳରେ ତାଙ୍କ ସହ ଆଜି ନିର୍ବାଚନରେ ଏହି ଦଶା ଘଟିଛି । ରଥଯାତ୍ରାରେ ବଙ୍ଗାଳି ଲୋକମାନେ ପୁରୀ ନଯିବାକୁ ସେ ଲୋକଙ୍କୁ କହିଲେ । ଏହାକୁ ଲୋକମାନେ ଗ୍ରହଣ କଲେନାହିଁ । ପ୍ରଭୁ ଜଗନ୍ନାଥ କାହାର ଅହଙ୍କାର ସହ୍ୟ କରନ୍ତି ନାହିଁ । ଯାହା ଫଳରେ ଆଜି ତାଙ୍କର ପତନ ହୋଇଛି । ମୁଁ ପୂର୍ବରୁ ଏନେଇ ଯାହା କହିଥିଲି ତାହା ହିଁ ହେଲା । ”

ପଶ୍ଚିମବଙ୍ଗରେ ବିଜେପିର ନେତୃତ୍ବ ନେଉଥିବା ଶୁଭେନ୍ଦୁ ଅଧିକାରୀଙ୍କୁ ନେଇ ଜଗନ୍ନାଥ ସ୍ୱାଇଁ ମହାପାତ୍ର କହିଛନ୍ତି ଯେ, ଶୁଭେନ୍ଦୁ ଅଧିକାରୀ ଜଣେ ସଚ୍ଚୋଟ ନେତା । ତାଙ୍କୁ ଟିଏମସିରେ ଉପଯୁକ୍ତ ସମ୍ମାନ ମିଳିଲା ନାହିଁ । କିଛି କୁଚକ୍ରୀଙ୍କ ଯୋଗୁଁ ସେ ଟିଏମସି ପରିତ୍ୟାଗ କରି ବିଜେପିରେ ଯୋଗଦେଲେ । ବିଜେପି ଏହାର ବହୁତ ଫାଇଦା ଉଠାଇ ପାରିଲା । ଶୁଭେନ୍ଦୁ ଜଣେ ସଚ୍ଚୋଟ ଏବଂ ପରିଶ୍ରମୀ ନେତା । ତାଙ୍କ ଅକ୍ଲାନ୍ତ ପରିଶ୍ରମ ଯୋଗୁଁ ଆଜି ବିଜେପି ପଶ୍ଚିମବଙ୍ଗ ଦଖଲ କରିବାରେ ସକ୍ଷମ ହୋଇଛି । ଶୁଭେନ୍ଦୁଙ୍କ ଭଳି ଅନେକ ଭଲ ସଚ୍ଚୋଟ ନେତା ଟିଏମସିରୁ ବାହାରି ଯିବାରୁ ଆଜି ଟିଏମସିର ଏହି ଅବସ୍ଥା ହୋଇଛି ।

” ମୁଁ ଶୁଭେନ୍ଦୁ ଅଧିକାରୀଙ୍କୁ ଅଭିନନ୍ଦନ ଜଣାଉଛି । ତାଙ୍କର ଅକ୍ଲାନ୍ତ ପରିଶ୍ରମ ଯୋଗୁଁ ଆଜି ବିଜେପି ବିପୁଳ ବିଜୟ ହାସଲ କରିଛି । ମୁଁ ଚାହୁଁଛି ବେଙ୍ଗଲର ଉନ୍ନତି ହେଉ । ଓଡ଼ିଶା ସହ ଭଲ ସମ୍ପର୍କ ରହୁ । ମହାପ୍ରଭୁ ହେଉଛନ୍ତି ଜଗତ ଠାକୁର । ତାଙ୍କୁ ଆମେ କାଠ ମୂର୍ତ୍ତି ବୋଲି ଭାବିବା ଅନୁଚିତ । ମହାପ୍ରଭୁଙ୍କ ବିଧି ପରମ୍ପରାକୁ ଯିଏ ଅପମାନ କରିଛି ତାହାର ନିଶ୍ଚିତ ପତନ ହୋଇଛି” ବୋଲି ମହାପ୍ରଭୁଙ୍କ ବାଡ଼ଗ୍ରାହୀ ଜଗନ୍ନାଥ ସ୍ୱାଇଁ ମହାପାତ୍ର କହିଛନ୍ତି ।

  • Related Posts

    ହେଲିକପ୍ଟର ପାଇଁ ବଦଳିଲେ କି ରାଜ୍ୟପାଳ?

    ଭୁବନେଶ୍ୱର, ୮ ।୧୦ : ବିଜେପି ସରକାର ଆସିବା ପରେ ମାତ୍ର ଅଢେ଼ଇ ବର୍ଷରେ ରାଜ୍ୟ ତିନି ରାଜ୍ୟପାଳଙ୍କୁ ଦେଖି ସାରିଲାଣି । ବିଜେପି ସରକାର ଅମଳରେ ପ୍ରଥମେ ରାଜ୍ୟପାଳ ଥିଲେ ରଘୁବର ଦାସ । ସେ ୨୦୨୩ ଅକ୍ଟୋବର ୩୧ରୁ…

    Continue reading
    ଉଚ୍ଚ ଶିକ୍ଷା କ୍ଷେତ୍ରର ବିକାଶ ପାଇଁ ବିଜେପି ସରକାର ପ୍ରତିବଦ୍ଧ: ଅନୀଲ ବିଶ୍ୱାଳ

     କ୍ୟାମ୍ପସର ବିକାଶ, ଯୁବ ବର୍ଗଙ୍କ ନିଯୁକ୍ତି ବିଜେପି ସରକାରର ପ୍ରାଥମିକତା  କେବଳ ଡିଗ୍ରୀ ପ୍ରଦାନ ନୁହେଁ ବରଂ ଶିକ୍ଷା ସହ ଦକ୍ଷତା, ଗବେଷଣା ଓ ନିଯୁକ୍ତି ସୁଯୋଗକୁ ଯୋଡି ଓଡ଼ିଶାର ଯୁବପିଢ଼ୀ ପାଇଁ ଭବିଷ୍ୟତ ନିଶ୍ଚିତ କରାଯାଉଛି: ସୁଜାତା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ