ବଦଳିଲା ଶ୍ରୀଲିଙ୍ଗରାଜଙ୍କ ବିବାହ ତିଥି

ଭୁବନେଶ୍ୱର: ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମଙ୍ଗନ, ବିବାହ ଓ ଶୀତଳ ଷଷ୍ଠୀ ଯାତ୍ରା ତିଥି ଏବଂ ତାରିଖରେ ପରିବର୍ତ୍ତନ କରାଯାଇଛି । ପୂର୍ବରୁ କେଦାରଗୌରୀ ମନ୍ଦିର ପରିଚାଳନା କମିଟି ପକ୍ଷରୁ ଆସନ୍ତା ୩୦ ତାରିଖରେ ମଙ୍ଗନ, ୩୧ରେ ବିବାହ ଓ ଜୁନ୍‌ ୧ରେ ପ୍ରତ୍ୟାବର୍ତ୍ତନ ତଥା ଶୀତଳ ଷଷ୍ଠୀ ଯାତ୍ରା ଅନୁଷ୍ଠିତ ହେବ ବୋଲି କୁହାଯାଇଥିଲା । ମାତ୍ର ଶ୍ରୀଲିଙ୍ଗରାଜ ମନ୍ଦିର କାର୍ୟ୍ୟାଳୟରେ ଅତିରିକ୍ତ ଜିଲ୍ଲାପାଳ ତଥା କାର୍ୟ୍ୟ ନିର୍ବାହୀ ଅଧିକାରୀ ରୁଦ୍ର ନାରାୟଣ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ଏହି ତିଥି ପରିବର୍ତ୍ତନ କରାଯାଇଛି । ନୂତନ ତିଥି ଅନୁଯାଇ ଆସନ୍ତା ୨୯ରେ ମଙ୍ଗନ(ଅଷ୍ଟ ଚଣ୍ଡୀ ନିମନ୍ତ୍ରଣ), ୩୦ରେ ବରାନୁଗମନ ଓ ବାହାଘର ଏବଂ ୩୧ରେ ପ୍ରତ୍ୟାବର୍ତ୍ତନ ତଥା ଶୀତଳ ଷଷ୍ଠୀ ଯାତ୍ରା ଅନୁଷ୍ଠିତ ହେବ ।

ଚୂଡ଼ାନ୍ତ ହୋଇଥିବା ନୀତି ନିର୍ଘଣ୍ଟ ଅନୁଯାୟୀ, ୩୦ ତାରିଖ ରାତି ୧୧ଟାରେ କେଦାରଗୌରୀ ଅଭିମୁଖେ ବରାନୁଗମନ ଓ ରାତି ସାଢେ ୨ଟା ମଧ୍ୟେ ହାତଗଣ୍ଠି ପଡ଼ିବ । ଭୋର ୪ଟାରେ କଉଡ଼ି ଖେଳ ନୀତି ସମାପନ ହୋଇ ୩୧ ତାରିଖ ସକାଳ ୫ଟାରୁ ନବ ଦମ୍ପତି ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ । ପରେ ସମସ୍ତ ନୀତି ବଢ଼ି ଠିକ ରାତି ୧୦ଟାରେ ଦେଉଳ ପ୍ରତ୍ୟାବର୍ତ୍ତନ(ଶୀତଳ ଷଷ୍ଠୀ) ଶୋଭାଯାତ୍ରା ହେବ ।

  • Related Posts

    ଶିକ୍ଷା, ସ୍ୱାସ୍ଥ୍ୟ, ମହିଳା ଓ ଶିଶୁ ବିକାଶ ଜରିଆରେ ସାମାଜିକ କ୍ଷେତ୍ରର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବୈଠକ- ‘ପ୍ରୟାସ’

    ତୃଣମୂଳ ସ୍ତରରେ ସମସ୍ୟାକୁ ଚିହ୍ନଟ କରି ଏହାର ସମାଧାନ ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ ଆରୋପ ‘ସୁପୋଷିତ ଓଡ଼ିଶା’, ପ୍ରାଥମିକ ସ୍ତରରୁ ଶିକ୍ଷାର ମାନ ବୃଦ୍ଧି ପାଇଁ ଅଭିଯାନକୁ ଜୋରଦାର କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଭୁବନେଶ୍ୱର ୮ ଅକ୍ଟୋବର ୨୦୨୬ ଆଜି ଲୋକସେବା…

    Continue reading
    ସଡ଼କ ଦୁର୍ଘଟଣାରେ ସ୍ୱାମୀ-ସ୍ତ୍ରୀ ମୃତ

    ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ତିଖାଳି ଛକ ୩୫୩ ନମ୍ବର ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ସ୍ୱାମୀ-ସ୍ତ୍ରୀ ପ୍ରାଣ ହରାଇଛନ୍ତି । ଆଜି ସକାଳ ୫ ଘଣ୍ଟା ୩୦ ମିନିଟ୍ ସମୟରେ ଅଜଣା ଟ୍ରକ ଧକ୍କା ଦେଇ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ