ବନ୍ୟା: ପଞ୍ଜାବରେ ମୃତ୍ୟୁସଂଖ୍ୟା ୪୬କୁ ବୃଦ୍ଧି

ଚଣ୍ଡିଗଡ଼: ପ୍ରବଳ ବର୍ଷା ଯୋଗୁଁ ପଞ୍ଜାବର ୧୪ ଜିଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ରବିବାର ସୁଦ୍ଧା ବର୍ଷାଜନିତ ଘଟଣାରେ ମୃତକଙ୍କ ସଂଖ୍ୟା ୪୬କୁ ବୃଦ୍ଧି ପାଇଛି। ବିଗତ କିଛି ଦିନ ଧରି ଅବିଶ୍ରାନ୍ତ ବର୍ଷା ଲାଗି ରହିଥିବାରୁ ସତ୍‌ଲେଜ, ବ୍ୟାସ, ରବି ସମେତ ଏକାଧିକ ନଦୀର ଜଳସ୍ତର ବୃଦ୍ଧି ପାଇଛି। ୨ ହଜାର ଗ୍ରାମ ଜଳାର୍ଣ୍ଣବ ହୋଇପଡିଥିବାବେଳେ ପ୍ରାୟ ୪ ଲକ୍ଷ ଲୋକ ପ୍ରଭାବିତ ହୋଇଥିବା କୁହାଯାଇଛି। ବନ୍ୟାର ପ୍ରଭାବ କୃଷିକ୍ଷେତ୍ରରେ ପଡିଛି। ୧୮ଟି ଜିଲାର ପ୍ରାୟ ୧.୭୫ ଲକ୍ଷ ହେକ୍ଟର ଜମିରେ ଚାଷ ହୋଇଥିବା ଫସଲ ନଷ୍ଟ ହୋଇଛି। ଗୁରୁଦାସପୁର, ଫଜିଲକା ଓ ଫିରୋଜପୁର ଜିଲାରେ ବ୍ୟାପକ ଫସଲ ନଷ୍ଟ ହୋଇଥିବା ଜଣାପଡିଛି। ଧାନ ଓ ଅନ୍ୟ ଶସ୍ୟ ଅମଳ ହେବାକୁ କିଛି ସପ୍ତାହ ବାକିଥିବାବେଳେ ବନ୍ୟା ଯୋଗୁଁ ଚାଷୀକୁଳ ବର୍ତ୍ତମାନ ମୁଣ୍ଡରେ ହାତ ଦେଇ ବସିଛନ୍ତି। ଏହି ପରିପ୍ରେକ୍ଷୀରେ ପଞ୍ଜାବ ସରକାର ରାଜ୍ୟକୁ ବିପର୍ୟ୍ୟୟ ଗସ୍ତ ରାଜ୍ୟ ଘୋଷଣା କରିସାରିଛନ୍ତି। ଚାଷୀଙ୍କୁ କ୍ଷତିପୂରଣ ଦେବାକୁ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଛି। ସେନା, ବିଏସଏଫ୍‌ ଓ ଏନଡିଆରଏଫ ଯବାନମାନେ ବନ୍ୟା ପ୍ରଭାବିତ ଅଞ୍ଚଳରୁ ୨୨ ହଜାର ଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରିଛନ୍ତି। ଏମାନଙ୍କୁ ୨୦୦ରୁ ଊର୍ଦ୍ଧ୍ବ ରିଲିଫ ଶିବିରରେ ଥଇଥାନ କରାଯାଇଛି। ବନ୍ୟାରେ ଘରଦ୍ବାର ହରାଇଥିବା ଲୋକଙ୍କୁ ପ୍ରାଥମିକ ପର୍ୟ୍ୟାୟରେ ରିଲିଫ ପ୍ରଦାନ କରାଯାଇଛି। ପୂର୍ଣ୍ଣାଙ୍ଗ ସର୍ଭେ କରାଯିବା ପରେ ଅଧିକ ରିଲିଫ୍‌ ପ୍ରଦାନ କରାଯିବ ବୋଲି କୁହାଯାଇଛି।

  • Related Posts

    ଜଳିଗଲା ଘର: ଶାଶୁ ଏବଂ ବୋହୂ ଜୀବନ୍ତ ଦଗ୍ଧ

    ସୀତାପୁର: ଉତ୍ତର ପ୍ରଦେଶର ସୀତାପୁର ଜିଲ୍ଲାର ସଦରପୁର ଥାନା ଅଞ୍ଚଳର ସରାୟା ଚଲକାପୁର ଗାଁରେ ଶନିବାର ସନ୍ଧ୍ୟାରେ ଏକ ବଡ଼ ଦୁଃଖଦ ଘଟଣା ଘଟିଛି। ପ୍ରବଳ ଝଡ଼ ତୋଫାନ ମଧ୍ୟରେ ଏକ ଘରେ ନିଆଁ ଲାଗିଯାଇ ଦ୍ରୁତ ଗତିରେ ବ୍ୟାପି ଯାଇଥିଲା,…

    Continue reading
    ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା, ବର୍ଷକୁ ୨ଟି ଗ୍ୟାସ୍ ସିଲିଣ୍ଡର ମିଳିବ ମାଗଣା

    ନୂଆଦିଲ୍ଲୀ: ଆସାମ ବିଧାନସଭା ନିର୍ବାଚନ ପାଇଁ ଲୋକଙ୍କ ମଧ୍ୟରେ ଉତ୍କଣ୍ଠା ବଢ଼ିବାରେ ଲାଗିଛି। ଏଭଳି ସମୟରେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଜନତାଙ୍କ ପାଇଁ ଏକ ବଡ଼ ଉପହାର ଘୋଷଣା କରିଛନ୍ତି। ନିର୍ବାଚନ ଜିତିବା ପରେ ବର୍ଷକୁ ଦୁଇଟି ଖଚଏ ସିଲିଣ୍ଡର…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ