ବନ୍ୟା ପାଣିରେ କୁମ୍ଭୀର

ପଟ୍ଟାମୁଣ୍ଡାଇ: ବ୍ରାହ୍ମଣୀ ବନ୍ୟାରେ କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ୍‌ର ୧୨ଟି ପଞ୍ଚାୟତର ୫୦ ହଜାର ଲୋକ ଜଳବନ୍ଦି ଅବସ୍ଥାରେ ରହିଛନ୍ତି। ଚାରି ଦିନ ହେଲା ପାଣି ଛାଡୁ ନଥିବାରୁ ପିଇବା ପାଣି ଓ ସ୍ବାସ୍ଥ୍ୟ ସମସ୍ୟାକୁ ନେଇ ଚିନ୍ତା ବଢ଼ିଛି। ତେବେ ସବୁଠୁ ଭୟଙ୍କର ସ୍ଥିତି ସୃଷ୍ଟି ହୋଇଛି କୁମ୍ଭୀରଙ୍କୁ ନେଇ। ବଡ଼ ବଡ଼ କୁମ୍ଭୀର ପାଣିରେ ଭାସୁଥିବା ବେଳେ ଲୋକେ ଏବେ ଘରୁ ବାହାରିବାକୁ ବି ଭୟ କରୁଛନ୍ତି।ଉପାନ୍ତ ଅଞ୍ଚଳରେ ଥିବା ସିଂହଗାଁ ପଞ୍ଚାୟତ ୩ଟି ନଦୀର ବନ୍ୟାରେ ପ୍ରଭାବିତ ହୋଇ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇରହିଛି। ଏହି ପଞ୍ଚାୟତର କୃଷ୍ଣଦାସପୁର, ରାଉଳିଆ, ବଡ଼ରାଉଳିଆ, ସିଂହଗାଁ ସମେତ ୫ଟି ଗ୍ରାମର ୭୦ ପ୍ରତିଶତ ଲୋକଙ୍କ ଘରେ ପାଣି ପଶିଯାଇଛି। ଗାଁ ଭିତରେ ଥିବା ନଳକୂପ ପାଣିରେ ବୁଡ଼ି ରହିଛି। ସ୍କୁଲ୍‌ ଓ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକ ବୁଡ଼ିଯିବା ଯୋଗୁ ବିପନ୍ନମାନେ କୋଠାଘରମାନଙ୍କରେ ଆଶ୍ରୟ ନେଇଛନ୍ତି। ଅନେକସ୍ଥାନରେ ଚୁଲି ଓ ଗ୍ୟାସ୍‌ ଅଭାବରୁ ରନ୍ଧାଖାଦ୍ୟ ଖାଇ ନ ପାରି କେବଳ ବନ୍ୟାପାଣି ପିଇ ଜୀବନ ବଞ୍ଚାଇଛନ୍ତି। ଘରେ ଥିବା ଧାନଚାଉଳ ସବୁ ପାଣିରେ ବୁଡ଼ି ରହିଛି। ପ୍ରଶାସନ ପକ୍ଷରୁ ଏ ଯାଏଁ କୌଣସି ଖାଦ୍ୟ କି ପାଣି ଦିଆଯାଇ ନାହିଁ। ଲୋକ ଏବେ ଶୌଚ ବି ହୋଇ ପାରୁନାହାନ୍ତି।

  • Related Posts

    ବିଜେପି ନେତାଙ୍କୁ ହତ୍ୟା; ୨ ଅଟକ

    କଳାହାଣ୍ଡି: କଳାହାଣ୍ଡି ମଦନପୁର ରାମପୁର ଥାନା ଅଞ୍ଚଳରେ ବିଜେପି ନେତାଙ୍କୁ ହତ୍ୟା ଘଟଣାରେ ୨ ଜଣ ଅଟକ । ଏ ନେଇ ସୂଚନା ଦେଇଛନ୍ତି କଳାହାଣ୍ଡି ଏସପି । ପୂର୍ବ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଅନୁମାନ କରାଯାଉଛି…

    Continue reading
    ଆଜି ଦିଲ୍ଲୀ-ଗୁରୁଗାଓଁରେ ଇନଭେଷ୍ଟର୍ସ ମିଟ୍

    ଭୁବନେଶ୍ୱର:ଓଡ଼ିଶାରେ ଶିଳ୍ପ ନିବେଶ ବୃଦ୍ଧି ଲକ୍ଷ୍ୟରେ ଆଜି ଦିଲ୍ଲୀ ଓ ଗୁରୁଗାଓଁରେ ଆୟୋଜିତ ହେବ ଇନଭେଷ୍ଟର୍ସ ମିଟ୍ । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନେତୃତ୍ୱରେ ଟିମ୍ ଓଡ଼ିଶା ବିଭିନ୍ନ ଶିଳ୍ପପତି ଓ ନିବେଶକାରୀଙ୍କ ସହ ଆଲୋଚନା କରିବ । ଏହି ମିଟ୍‌ରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ