ବର୍ଷା ବିହୀନ ମୌସୁମୀ: ଗରମ, ଗୁଳୁଗୁଳି ଜାରି

ଭୁବନେଶ୍ୱର: ମୌସୁମୀ ଆସି ଛୁଇଁଦେଲା, କିନ୍ତୁ ବର୍ଷା ନାହିଁ । ବିସ୍ତୃତ ଅଞ୍ଚଳରେ ବର୍ଷାର ସମ୍ଭାବନା ବି ଦେଖାଯାଉନି । ଏପଟେ ଗରମ, ଗୁଳୁଗୁଳି ଜାରି ରହିଛି । ସାଧାରଣ ଲୋକେ କହୁଛନ୍ତି, ଏ କି ପ୍ରକାର ବର୍ଷା ବିହୀନ ମୌସୁମୀ? ପାଣିପାଗ ବିଶେଷଜ୍ଞ କହୁଛନ୍ତି, ଏଥର ମୌସୁମୀ ଆରମ୍ଭରୁ ଦୁର୍ବଳ ରହିଛି । ଏମିତିରେ କେବଳ ଲଘୁଚାପ ହିଁ ଭରସା । ଯଦି ଲଘୁଚାପ ହେବ, ମୌସୁମୀ ବର୍ଷା ଆଗେଇବ । ନଚେତ୍ ଏମିତି ସ୍ଥିତି ଲାଗି ରହିବ ।
ପାଣିପାଗ ବୈଜ୍ଞାନିକ କହିଛନ୍ତି, ଏ ବର୍ଷ ମୌସୁମୀ ପୂରା ଦୁର୍ବଳ ରହିଛି । ନା ଆରବ ସାଗରୀୟ ଶାଖାରେ ବଳ ଅଛି ନା ବଙ୍ଗୋପସାଗରୀୟ ଶାଖା ସକ୍ରିୟ ଅଛି । ଅନ୍ୟପଟେ ଜମ୍ମୁ ଆଡ଼ୁ ପଶ୍ଚିମା ଝଡ଼ ଆସିଲାଣି । ଯଦି ୨/୪ ଦିନରେ ମୌସୁମୀ ସକ୍ରିୟ ନ ହେବ, ତେବେ ଆଗକୁ ବର୍ଷା ଆହୁରି କମିପାରେ । କାରଣ ପଶ୍ଚିମା ଝଡ଼ ପଛରେ ଶୁଷ୍କ ପବନ ଆସିଥାଏ । ୧୮/୧୯ବେଳକୁ ବଙ୍ଗୋପସାଗରରେ ଏକ ଲଘୁଚାପ ସମ୍ଭାବନା ଥିବା ପୂର୍ବରୁ ଅନୁମାନ କରାଯାଇଥିଲା । ଏବେ ସ୍ପଷ୍ଟ କୁହାଯାଇପାରିବ ନାହିଁ । ଯଦି ଏହି ଲଘୁଚାପ ହେବ, ତେବେ ମୌସୁମୀ ଆଗକୁ ବର୍ଷା କରାଇବ । ନଚେତ୍ ସ୍ଥିତି ଚିନ୍ତାଜନକ ହୋଇପାରେ ।
ମୌସୁମୀ ଉପକୂଳ ଅଞ୍ଚଳରେ ଆନୁଷ୍ଠାନିକ ଭାବେ ପ୍ରବେଶ କରିଛି । ଏହା ସତ୍ତେ୍ୱ ସାରା ରାଜ୍ୟରେ ବ୍ୟାପକ ଓ ଚାଷ ପାଇଁ ଉପଯୋଗୀ ବର୍ଷା ହେବାରେ ବିଳମ୍ବ ହୋଇପାରେ । ପାଣିପାଗ ମଡେଲ୍ ଅନୁସାରେ ୧୯ରୁ ୨୧ ତାରିଖ ବେଳକୁ ବର୍ଷା ସ୍ଥିତିରେ କିଛି ପରିମାଣରେ ସୁଧାର ଆସିପାରେ । ତେବେ କୌଣସି ଲଘୁଚାପ କିମ୍ବା ଅବପାତ ସୃଷ୍ଟି ହେଉନଥିବାରୁ ଲଗାତାର ପ୍ରବଳ ବର୍ଷା ହେବନି । ମୁଖ୍ୟତଃ ହାଲୁକାରୁ ମଧ୍ୟମ ଧରଣର ବିରତିଆ ବର୍ଷା ହୋଇପାରେ । ଅଳ୍ପ କେତେକ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ଅଛି । ସାରା ରାଜ୍ୟରେ ଏକସଙ୍ଗେ ବର୍ଷା ବଦଳରେ ଧୀରେ ଧୀରେ ପର୍ଯ୍ୟାୟକ୍ରମେ ଆଗକୁ ବଢ଼ିବ ।

ଏଥର ବର୍ଷାର ଅସମାନ ବଣ୍ଟନ ଓ ମୌସୁମୀ ଆସିବା ପରେ ବି ଶୁଖିଲା ପାଗ କୃଷି ପାଇଁ ମୁଖ୍ୟ ଚିନ୍ତା । ତେଣୁ ଚାଷୀମାନେ ମୌସୁମୀ ଆସିବା ତାରିଖକୁ ନ ଦେଖି ବର୍ଷାର ନିରନ୍ତରତା, ମାଟିର ଓଦାଭାବ(ଆର୍ଦ୍ରତା)କୁ ଦେଖି ବିହନ ବୁଣିବା ଉଚିତ । ବର୍ତ୍ତମାନ ସ୍ଥିତି ଅନୁସାରେ ଉପକୂଳ ଓଡ଼ିଶାରେ ୧୯-୨୨୨, ପଶ୍ଚିମରେ ୧୯-୨୩, ଉତ୍ତର-କେନ୍ଦ୍ରୀୟ ଓଡ଼ିଶାରେ ୨୦ରୁ ୨୪ ଜୁନ୍ ବିହନ ବୁଣିବା ପାଇଁ ଅନୁକୂଳ ସମୟ ଜଣାପଡ଼ୁଛି । ଏହା ସ୍ଥାନୀୟ ବର୍ଷା ଓ ଜମିର ବତର ସ୍ଥିତି ଉପରେ ନିର୍ଭର କରୁଛି

ପାଣିପାଗ ବିଭାଗ କହିଛି, ରବିବାର ରାଜ୍ୟର ଅଳ୍ପ କେତେକ ସ୍ଥାନରେ ବର୍ଷା ସମ୍ଭାବନା ଥିବାବେଳେ କେତେକ ଜିଲ୍ଲାରେ ବଜ୍ରପାତ ସହ ବର୍ଷା, ପବନ ଆଶଙ୍କା ଅଛି । ଉପକୂଳ ଓଡ଼ିଶାରେ ଗରମ, ଗୁଳୁଗୁଳି ଲାଗି ରହିପାରେ ।

  • Related Posts

    ମେଟାକୁ କୋର୍ଟଙ୍କ ନିର୍ଦେଶ; ମୋଦୀ-ମହିଳାଙ୍କ ଫଟୋ ହଟାଅ

    ନୂଆଦିଲ୍ଲୀ: କକ୍ରୋଚ୍ ଜନତା ପାର୍ଟି (ସିଜେପି) ନେତା ସୌରଭ ଦାସ, ଅଭିଜିତ ଦୀପକେ, ଆଶୁତୋଷ ରଙ୍କା ଓ ରତ୍ନ ସିଂହଙ୍କୁ ଦିଲ୍ଲୀ ହାଇକୋର୍ଟ ଶୁକ୍ରବାର ନୋଟିସ୍ ଜାରି କରିଛନ୍ତି। ଚଳିତ ବର୍ଷ ଯନ୍ତରମନ୍ତରରେ ହୋଇଥିବା ବିକ୍ଷୋଭ ପ୍ରଦର୍ଶନ ସମୟରେ ଜଣେ ମହିଳାଙ୍କ…

    Continue reading
    ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନାର ଅଗ୍ରଗତି ସମୀକ୍ଷା

    ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ଗୁରୁତ୍ୱପୂର୍ଣ୍ଣ ‘ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ’ ଯୋଜନାର କାର୍ଯ୍ୟକାରିତା ସଂପର୍କିତ ରାଜ୍ୟସ୍ତରୀୟ ପରିଚାଳନା କମିଟିର ପ୍ରଥମ ବୈଠକ ଲୋକସେବା ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଶାସନ ସଚିବ ଅନୁ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ