ବଲୁଚିସ୍ତାନରେ ଆତ୍ମଘାତୀ ବିସ୍ଫୋରଣ; ୩୦ ପାକିସ୍ତାନୀ ସୁରକ୍ଷାକର୍ମୀ ନିହତ

ଇସଲାମାବାଦ୍‌: ପାକିସ୍ତାନ ଅନ୍ତର୍ଗତ ବଲୁଚିସ୍ତାନରେ ସକ୍ରିୟ ବଲୁଚିସ୍ତାନ ଲିବରେସନ ଆର୍ମି(ବିଏଲଏ)ଗ୍ୱାଦରରେ ପାକିସ୍ତାନୀ ସୁରକ୍ଷା ବାହିନୀ ଉପରେ ଆତ୍ମଘାତୀ ଆକ୍ରମଣ କରିଛି। ଏହି ଆତ୍ମଘାତୀ ଆକ୍ରମଣରେ ପାକିସ୍ତାନ ସୁରକ୍ଷା ବାହିନୀର ୩୦ ଜଣ ସୈନିକ ନିହତ ହୋଇଥିବା ଏକ ବିଏଲଏ ତରଫରୁ ଜାରି ଏକ ବିବୃତିରେ ଦର୍ଶାଯାଇଛି। ବିଏଲଏ ଦାବି କରିଛି, ୩୦ ରୁ ଅଧିକ ପାକିସ୍ତାନୀ ସୁରକ୍ଷା ବାହିନୀ କର୍ମଚାରୀଙ୍କ ମୃତ୍ୟୁ ହୋଇଛି ଏବଂ ଅନେକ ଆହତ ହୋଇଛନ୍ତି। ବିଏଲଏ ଏକ ବିବୃତିରେ କହିଛି, ଏକ ବିସ୍ଫୋରକ ଭର୍ତ୍ତି ଟ୍ରକ ଦ୍ବାରା ଜିୱାନିର ପାନୱାନ୍ ତଟରକ୍ଷୀ ଘାଟି ଉପରେ ଆତ୍ମଘାତୀ ଆକ୍ରମଣ କରାଯାଇଥିଲା। ବଲୁଚିସ୍ତାନ ପୋଷ୍ଟ ରିପୋର୍ଟ କରିଛି, ବିଏଲଏର ଖାସ୍ ମାଜିଦ୍ ବ୍ରିଗେଡ୍ ଦ୍ୱାରା ଶୁକ୍ରବାର ସନ୍ଧ୍ୟାରେ ଏହି ଆତ୍ମଘାତୀ ଆକ୍ରମଣ କରାଯାଇଥିଲା।ଆତାଉଲ୍ଲା ବଲୁଚ୍ ଓରଫ ଅଜମଲ ନାମକ ଜଣେ ଆତ୍ମଘାତୀ ଆକ୍ରମଣକାରୀ ସ୍ଥାନୀୟ ସମୟ ସନ୍ଧ୍ୟା ପ୍ରାୟ ସାଢ଼େ ୬ଟା ସମୟରେ ବିସ୍ଫୋରକ ଭର୍ତ୍ତି ଏକ ମାଜଦା ଟ୍ରକକୁ ତଟରକ୍ଷୀ ଶିବିର ଭିତରରେ ଧସାଇ ପଶି ବିସ୍ଫୋରଣ ଘଟାଇଥିଲେ ବୋଲି ବିଏଲଏ ମୁଖପାତ୍ର ଜିଆନ୍ଦ୍ ବଲୁଚ୍ କହିଛନ୍ତି। ବିଏଲଏର ଗଣମାଧ୍ୟମ ଶାଖା ତରଫରୁ ଏ ନେଇ ଏକ ଭିଡିଓ ଜାରି କରାଯାଇଛି।

  • Related Posts

    ମନ୍ଦିରରେ ଦଳାଚକଟା: ୭ ଶ୍ରଦ୍ଧାଳୁଙ୍କ ମୃତ୍ୟୁ

    ବିହାରର ଲକ୍ଷୀସରାଇ ଜିଲ୍ଲାସ୍ଥିତ ଅଶୋକ ଧାମ ମନ୍ଦିରରେ ସୋମବାର ଦଳାଚକଟାରେ ୭ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିଥିବା ବେଳେ ୧୨ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି। ପ୍ରାରମ୍ଭିକ ସୂଚନା ଅନୁଯାୟୀ, ଏକ ବିଦ୍ୟୁତ୍ ତାର ଛିଣ୍ଡିଯିବାରୁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା…

    Continue reading
    ହୋଟେଲରେ ଅଗ୍ନିକାଣ୍ଡ, 7 ମୃତ

    କଲିକତା : ଆଜି ସକାଳୁ ପଶ୍ଚିମବଙ୍ଗ ବୀରଭୂମିର ତାରାପୀଠରେ ଏକ ଘରୋଇ ହୋଟେଲରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଏହି ଘଟଣାରେ 7 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି । ସେମାନଙ୍କୁ ଉଦ୍ଧାର କରାଯାଇ ରାମପୁରହାଟ ମେଡିକାଲ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ