ବସ୍‌ ଦୁର୍ଘଟଣା ଗ୍ରସ୍ତ: ୪୨ଭାରତୀୟ ମୃତ

ନୂଆଦିଲ୍ଲୀ: ସୋମବାର ସାଉଦି ଆରବରେ ଏକ ବଡ ଦୁର୍ଘଟଣା ଘଟିଛି । ଉମରା ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବସ୍‌ ଦୁର୍ଘଟଣା ଗ୍ରସ୍ତ ହୋଇଛି । ଫଳରେ ବସରେ ଥିବା ୪୨ଜଣ ଭାରତୀୟଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏମାନେ ସମସ୍ତେ ମକ୍କାରୁ ମଦିନା ଯାତ୍ରା କରୁଥିଲେ । ରିପୋର୍ଟ ଅନୁସାରେ ମୁଫାରିହାଟ ନିକଟରେ ବସଟି ଏକ ଡିଜେଲ ଟ୍ୟାଙ୍କର ସହିତ ଧକ୍କା ହୋଇଥିଲା । ମୃତ ଭାରତୀୟ ସମସ୍ତେ ହାଇଦ୍ରାବାଦର ସହରର ବାସିନ୍ଦା ବୋଲି ସୂଚନା ମିଳିଥିବା ବେଳେ ମୃତକଙ୍କ ମଧ୍ୟରେ ୨୦ ଜଣ ମହିଳା ଏବଂ ୧୧ ଜଣ ଶିଶୁ ଥିଲେ। ରିପୋର୍ଟ ଅନୁଯାୟୀ, କେବଳ ବସ୍ ଡ୍ରାଇଭର ଦୁର୍ଘଟଣାରୁ ବଞ୍ଚି ଯାଇଛନ୍ତି।ଦୁର୍ଘଟଣାଟି ଭାରତୀୟ ସମୟ ଅନୁସାରେ ରାତି ୧:୩୦ ସମୟରେ ମଦିନାରୁ ପ୍ରାୟ ୧୬୦ କିଲୋମିଟର ଦୂରରେ ମୁହରାସ ନିକଟରେ ଘଟିଥିଲା।

ତେଲେଙ୍ଗାନା ସରକାର କହିଛନ୍ତି ଯେ ରିୟାଦରେ ଥିବା ଭାରତୀୟ ଦୂତାବାସ ସହିତ ଯୋଗାଯୋଗରେ ଅଛୁ। ରାଜ୍ୟ ସରକାରଙ୍କ ଦ୍ୱାରା ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ଦିଲ୍ଲୀର ଅଧିକାରୀମାନଙ୍କୁ ପୀଡିତଙ୍କ ଚିହ୍ନଟ ଏବଂ ଅନ୍ୟାନ୍ୟ ଔପଚାରିକତାରେ ସହାୟତା କରିବା ପାଇଁ ଦୂତାବାସ ସହିତ ଘନିଷ୍ଠ ସମନ୍ୱୟ ସ୍ଥାପନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

  • Related Posts

    fire in plant control room ପ୍ଲାଣ୍ଟ କଣ୍ଟ୍ରୋଲ ରୁମ୍‌ରେ ନିଆଁ, ୩ ଇଞ୍ଜିନିୟର ମୃତ

    ଝାଡ଼ଖଣ୍ଡ,: ଝାଡ଼ଖଣ୍ଡ ରାମଗଡ଼ ଜିଲ୍ଲା ଅନ୍ତର୍ଗତ ପତ୍ରାତୁ ବ୍ଲକର ବରକାକାନା ଫାଣ୍ଡି ଅଞ୍ଚଳରେ ଥିବା ଏକ ସ୍ପଞ୍ଜ-ଆଇରନ୍ ଫ୍ୟାକ୍ଟ୍ରିରେ ଏକ ବଡ଼ଧରଣର ଦୁର୍ଘଟଣା ଘଟିଛି । ଗତ ଶୁକ୍ରବାର ରାତିରେ ହେହେଲ ସ୍ଥିତ ‘ମା’ ଛିନ୍ନମସ୍ତିକା ସିମେଣ୍ଟ ଆଣ୍ଡ ଇସ୍ପାତ ପ୍ରାଇଭେଟ୍…

    Continue reading
    swine flu ଦେଶରେ ବଢିଲା ସ୍ବାଇନ୍ ଫ୍ଲୁ ଭୟ

    ନୂଆଦିଲ୍ଲ : ଦେଶରେ ବଢିଲା ସ୍ବାଇନ୍ ଫ୍ଲୁ ଭୟ । ରାଜଧାନୀ ଦିଲ୍ଲୀରେ ସଂକ୍ରମିତଙ୍କ ସଂଖ୍ୟା ୧୮ଶହ ପାର୍ । ଅନ୍ୟ ରାଜ୍ୟ ତୁଳନାରେ ଦିଲ୍ଲୀରେ ୬ଗୁଣା ବୃଦ୍ଧି ପାଇଛି H1N1 ସଂକ୍ରମଣ । ଦିଲ୍ଲୀରେ ମୌସୁମୀ ବର୍ଷା ଓ ପାଗ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ