ଆଜି ସରକାର ଗଠନ ଦାବି କରିବେ ନୀତୀଶ !

ପାଟନା: ବିହାର ନିର୍ବାଚନରେ ବିଜେପି ନେତୃତ୍ବାଧୀନ ଏନ୍‌ଡିଏ ସର୍ବାଧିକ ୨୦୨ ଆସନରେ ବିଜୟୀ ହୋଇ ପୁଣି ଥରେ ସରକାର ଗଢିବାକୁ ଯାଉଛି। ଏହି ପରିପ୍ରେକ୍ଷୀରେ ନୀତୀଶ କୁୁମାର ପୁଣି ମୁଖ୍ୟମନ୍ତ୍ରୀ ହେବା ନିଶ୍ଚିତ ବୋଲି ମେଣ୍ଟ ସୂତ୍ରରୁ ଜଣାପଡିଛି। ବିଜେପି ୮୯, ଜେଡିୟୁ ୮୫ ଆସନ ହାତେଇଥିବାବେଳେ ସେମାନଙ୍କର ସହଯୋଗୀ ଦଳ ଏଲଜେପି (ରାମବିଳାସ) ୧୯, ହାମ୍‌ ୫ ଓ ଆରଏଲଏମ ୪ଟି ଆସନରେ ବିଜୟୀ ହୋଇଛି। ନିର୍ବାଚନ କମିସନ (ଇସି)ଙ୍କ ତରଫରୁ ଚୂଡାନ୍ତ ଫଳାଫଳ ବିହାର ରାଜ୍ୟପାଳ ଆରିଫ ମହମ୍ମଦ ଖାନଙ୍କ ନିକଟକୁ ପଠାଯିିବ। ଏଥିସହିତ ଇସିଙ୍କ ପକ୍ଷରୁ ଲାଗୁ କରାଯାଇଥିବା ଆଦର୍ଶ ଆଚରଣ ବିଧିର ମିଆଦ ଶେଷ ହେବା ସହିତ ରାଜ୍ୟରେ ନୂତନ ସରକାର ଗଠନ ପ୍ରକ୍ରିୟା ଆରମ୍ଭ ହେବ। ସୂତ୍ର ଅନୁଯାୟୀ ସୋମବାର ସକାଳେ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇ ବିଧାନସଭା ଭଙ୍ଗ ପ୍ରସ୍ତାବକୁ ଅନୁମୋଦନ କରାଯିବ। ଏହାପରେ ନୀତୀଶ ରାଜ୍ୟପାଳଙ୍କୁ ଭେଟି ନିଜର ଇସ୍ତଫାପତ୍ର ପ୍ରଦାନ କରିବେ।

ଅପରାହ୍ଣରେ ଏନଡିଏ ବିଧାୟକ ଦଳର ବୈଠକ ଅନୁଷ୍ଠିତ ହୋଇ ନେତା ନିର୍ବାଚନ ହୋଇପାରେ। ସନ୍ଧ୍ୟାରେ ନବନିର୍ବାଚିତ ବିଧାୟକ ଦଳର ନେତା ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ଦାବି ଉପସ୍ଥାପନ କରିବାର କାର୍ୟ୍ୟକ୍ରମ ରହିଛି। ରାଜ୍ୟପାଳଙ୍କ ନିକଟରୁ ସରକାର ଗଠନ ଅନୁମତି ମିଳିବା ପରେ ଆସନ୍ତା ୧୯ କିମ୍ବା ୨୦ରେ ନୂତନ ସରକାର ଶପଥ ଗ୍ରହଣ କରିବେ ବୋଲି ଜଣାପଡିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ କାର୍ୟ୍ୟସୂଚୀକୁ ଦୃ​‌ଷ୍ଟିରେ ରଖି ଶପଥ ଗ୍ରହଣ ତାରିଖ ଚୂଡାନ୍ତ କରାଯିବ ବୋଲି କୁହାଯାଇଛି। ଶପଥ ଗ୍ରହଣ ଉତ୍ସବ ପାଇଁ ପାଟନାସ୍ଥିତ ଗାନ୍ଧୀ ମଇଦାନରେ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇସାରିଲାଣି। ପ୍ରଧାନମନ୍ତ୍ରୀ, ସ୍ବରାଷ୍ଟ୍ର ମନ୍ତ୍ରୀ, ଏକାଧିକ କେନ୍ଦ୍ରମନ୍ତ୍ରୀଙ୍କ ସମେତ ଏନଡିଏ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ମଧ୍ୟ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବାର କାର୍ୟ୍ୟକ୍ରମ ରହିଛି। ଚଳିତ ନିର୍ବାଚନରେ ଏନଡିଏର ବିପୁଳ ବିଜୟ ଘଟିଥିବାରୁ ଶପଥ ଗ୍ରହଣ ଉତ୍ସବକୁ ସେହି ଅନୁପାତରେ ଭବ୍ୟ ଓ ଆଡମ୍ବରପୂର୍ଣ୍ଣ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି।

  • Related Posts

    ଜନ୍ତରମନ୍ତର ଆନ୍ଦୋଳନ: ୫ ଜଣିଆ ହାଇପାୱାର ଏକ୍ସପର୍ଟ କମିଟି ଗଠନ

    ଦିଲ୍ଲୀର ଜନ୍ତରମନ୍ତରଠାରେ ନିଟ୍ ପ୍ରଶ୍ନପତ୍ର ଲିକ୍ ପ୍ରତିବାଦରେ ସମ୍ମିଳିତ ଆନ୍ଦୋଳନକାରୀଙ୍କ ଉପରେ ଦିଲ୍ଲୀ ପୁଲିସ, କେନ୍ଦ୍ରୀୟ ଅର୍ଦ୍ଧସାମରିକ ବାହିନୀ ତଥା ଅନ୍ୟ ସୁରକ୍ଷାକର୍ମୀମାନଙ୍କ ଅତ୍ୟଧିକ ବଳପ୍ରୟୋଗ ଅଭିଯୋଗକୁ ମାନ୍ୟବର ସୁପ୍ରିମକୋର୍ଟ ଗମ୍ଭୀରତାର ସହ ନେଇଛନ୍ତି । ଏହି ଅଭିଯୋଗର ତଦନ୍ତ ପାଇଁ…

    Continue reading
    ପୂର୍ବତନ କଂଗ୍ରେସ ସାଂସଦ ସଜ୍ଜନ କୁମାରଙ୍କ ପରଲୋକ

    ନୂଆଦିଲ୍ଲୀ: ପୂର୍ବତନ କଂଗ୍ରେସ ସାଂସଦ ସଜ୍ଜନ କୁମାରଙ୍କ ପରଲୋକ ଘଟିଛି। ୧୯୮୪ ଶିଖ୍‌-ବିରୋଧୀ ଦଙ୍ଗା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଆଜୀବନ କାରାଦଣ୍ଡ ଭୋଗୁଥିବା ସଜ୍ଜନ କୁମାର ଅସୁସ୍ଥତା ଯୋଗୁଁ ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲକୁ ଆସିଥିଲେ। ତେବେ ଡାକ୍ତର ତାଙ୍କୁ ମୃତ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ