ବାଣୀବିହାରରେ ଜବରଦଖଲ କ୍ୱାର୍ଟର୍ସ ଉଚ୍ଛେଦ ଆରମ୍ଭ

ଭୁବନେଶ୍ୱର: ଆଜିଠାରୁ ବାଣୀବିହାରରେ ଆରମ୍ଭ ହୋଇଛି ଅପରେସନ ଅଲଆଉଟ୍‍ । ଅନଧିକୃତ ଭାବେ ମାଡି ବସିଥିବା କ୍ୱାର୍ଟର୍ସକୁ ଖାଲି କରୁଛି ପ୍ରଶାସନ । ଷ୍ଟାପ୍‍ କ୍ୱାର୍ଟର୍ସ ଖାଲି କରିବାକୁ ପୂର୍ବରୁ ନୋଟିସ କରିଥିଲା ଉକ୍ରଳ ବିଶ୍ୱବିଦ୍ୟାଳୟ । ଏହି ମହଲତ ଶେଷ ହେବା ପରେ ଆଜିଠୁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି । ହଷ୍ଟେଲରୁ ଅଣଛାତ୍ରଙ୍କୁ ତଡିବା ପରେ ଏବେ କ୍ୱାର୍ଟର୍ସ ଖାଲି କରାଯାଉଛି ।
ସୁରକ୍ଷା ପାଇଁ ୪ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି । ଗତକାଲି ସନ୍ଧ୍ୟା ସୁଦ୍ଧା ବେଆଇନ ଭାବେ ମାଡି ବସିଥିବା ଷ୍ଟାପ୍‍ କ୍ୱାର୍ଟର୍ସ ଖାଲି କରିବାକୁ କୁଳପତି ନିର୍ଦ୍ଦେଶ ଦେଇଥିଲେ । କିଛି କ୍ୱାର୍ଟର ଖାଲି ହୋଇଥିବା ବେଳେ ଆଉ କିଛି କ୍ୱାର୍ଟର ଏବେ ବି ଅକ୍ତିଆରରେ ଥିବା ସୂଚନା ମିଳିବା ପରେ ଉଚ୍ଛେଦ କରାଯାଉଛି । ପାଖାପାଖି ୫୦ଟି କ୍ୱାର୍ଟର୍ସରେ ଉଚ୍ଛେଦ ଜାରି ରହିଛି । ତେବେ ଏଥିରେ ବିଶ୍ୱବିଦ୍ୟାଳୟର କୁଳପତି, ପୁଲିସ ଟିମ୍‍ ଓ ବିଏମସି ମିଳିତ ଭାବେ ଅପରେସନ ଆରମ୍ଭ କରିଛନ୍ତି । ବର୍ଷ ବର୍ଷ ଧରି ଷ୍ଟାଫ୍‍ କ୍ୱାର୍ଟର ମାଡି ବସିଥିବା ଲୋକଙ୍କୁ ତଡିବା ପରେ ବସ୍ତି ଉଚ୍ଛେଦ ଦିଗରେ ପଦକ୍ଷେପ ନିଆଯିବ ।

  • Related Posts

    ଦଡୀଙ୍ଗିଆ ପଞ୍ଚାୟତରେ ଜନଶୁଣାଣୀ କାର୍ଯ୍ୟକ୍ରମ

    ରାଇକିଆ: ରାଇକିଆ ବ୍ଲକର ଦଡୀଙ୍ଗିଆ ପଞ୍ଚାୟତ ସଭା ଗୃହ ରେ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦିବ୍ୟସିଂ କଂହରଙ୍କ ଅଧ୍ୟକ୍ଷତାର ଜନଶୁଣାଣୀ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା. ଜନଶୁଣାଣୀରେ ମୋଟ ୧୧ ଟି ଅଭିଯୋଗ ମଧ୍ୟରେ ସାମୁହିକ ୪ଟି ଅଭିଯୋଗ ଏବଂ ୭…

    Continue reading
    ବାଲିଘାଟରୁ ଶ୍ରମିକର ମୃତଦେହ ଉଦ୍ଧାର ଘଟଣା: ଅଭିଯୁକ୍ତ ଗିରଫ

    ଦେବଗଡ଼:ଗତ ଜୁନ ମାସ ୨୧ ତାରିଖ ଦିନ ରାତିରେ ଦେବଗଡ଼ ଜିଲ୍ଲାର ବାରକୋଟ ଥାନାର ସିଂହଶାଳ ପଞ୍ଚାୟତର ଚଟିଆପାଲି ବାଲିଘାଟରୁ ଶ୍ରମିକ ଇନ୍ଦ୍ର ମୁଣ୍ଡାଙ୍କର ଗଳିତ ମୃତଦେହ ଉଦ୍ଧାର କରିଥିଲା ପୁଲିସ। ଏନେଇ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ