
ଦେବଗଡ:ବାରକୋଟ ପଞ୍ଚାୟତ ସମିତି ସ୍ନାତକ କଲେଜରେ ଆଜି ଯୁବ ରେଡ଼କ୍ରସ ପକ୍ଷରୁ ଅତ୍ୟଧିକ ତେଲର ବ୍ୟବହାର ସହ ଜଳଖିଆରେଛଣା ଖାଦ୍ୟ ବର୍ଜନ କରିବା ସମ୍ପର୍କରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।କଲେଜର ଅଧ୍ୟକ୍ଷ ଜିତେନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକମରେ ବାରକୋଟ ବିଡ଼ିଓ ସୂର୍ଯ୍ୟକାନ୍ତ ବରିହା ମୁଖ୍ୟଅତିଥି, +୨ କଲେଜର ଅଧ୍ୟକ୍ଷ ମୁକ୍ତେଶ୍ଵର ରାଉତ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ନିଜର ବକ୍ତବ୍ୟ ରଖିଥିଲେ।ଯୁବ ରେଡ଼କ୍ରସର ସଂଯୋଜିକା ମଧୁମିତା ନନ୍ଦ କାର୍ଯ୍ୟକ୍ରମକୁ ସଂଯୋଜନା କରିବା ସହ ଧନ୍ୟବାଦ ଦେଇଥିଲେ।ଏହି ଅବସରରେ ଛାତ୍ର ଛାତ୍ରୀଙ୍କୁ ନେଇ ଏକ ସଚେତନତା ପଦଯାତ୍ରା ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ କଲେଜର ସମସ୍ତ ଅଧ୍ୟାପକ,ଅଧ୍ୟାପିକା, କର୍ମଚାରୀ,ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।



