
ଦେବଗଡ:ବାରକୋଟ ଡଁରା ନୋଡ଼ାଲ ଉଚ୍ଚ ବିଦ୍ୟାଳୟ ପରିସରରେ ଆଜି ବାରକୋଟ ବ୍ଲକସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏବିଇଓ କ୍ଷୀରୋଦ ବିହାରୀ ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯକ୍ରମରେ ବାରକୋଟ ପଂଚାୟତ ସମିତି ଅଧ୍ୟକ୍ଷା ପୁଷ୍ପାଞ୍ଜଳି ପାତ୍ର ମୁଖ୍ୟଅତିଥି, ଡଁରା ନୋଡ଼ାଲ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମାଧବ ଚନ୍ଦ୍ର ବିଶ୍ବାଳ ମୁଖ୍ୟବକ୍ତା,ବାରକୋଟ ଏବିଡିଓ ସବିତା ଜେନା,ଏବିଇଓ ବିଜୟ ସାହୁ, ବିଜୟନଗର ହାଇସ୍କୁଲର ପ୍ରଧାନଶିକ୍ଷକ ଇନ୍ଦ୍ରମଣୀ ସାମଲ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ନିଜର ବକ୍ତବ୍ୟ ରଖିଥିଲେ।ପଦ୍ମିନୀ ସାହୁ ଓ କୁମୁଦବନ୍ଧୁ ପ୍ରଧାନ ମଞ୍ଚ ପରିଚାଳନା କରିଥିଲେ।ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।ପ୍ରତି ବିଭାଗରେ ପ୍ରଥମ ,ଦ୍ବିତୀୟ ଓ ତୄତୀୟ ସ୍ଥାନ ଅଧିକାର କରିଥିବାପ୍ରତିଯୋଗୀମାନେ ଜିଲ୍ଲାସ୍ତରର ସୁରଭି କାର୍ଯ୍ୟକ୍ରମରେ ଯୋଗ ଦେବେ।ଉଦଯାପନୀ କାର୍ଯ୍ୟକ୍ରମରେ ଭାରପ୍ରାପ୍ତ ବାରକୋଟ ବିଇଓ ମହିମା ହେମ୍ରମ ମୁଖ୍ୟଅତିଥି ଭାବେ ଯୋଗ ଦେଇ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେଯଦୁମଣି ବେହେରା,ନିରଞ୍ଜନ ସାହୁ,ପ୍ରଭାତ ପ୍ରଧାନ,ବିଜୟ ପ୍ରଧାନ,କାହ୍ନୁଚରଣ ବେହେରା,ନିତ୍ୟାନନ୍ଦ ପ୍ରଧାନ,ପ୍ରଦୀପ ପ୍ରଧାନ,ସୁରେଶ ଚନ୍ଦ୍ର ସାହୁ ,ସୁଶିଲ ମିଞ୍ଜ,ପ୍ରମୋଦ ପ୍ରଧାନ,ଡିଲେଶ୍ବର ସାହୁ, ଗୌତମ ପ୍ରଧାନ.ଧିରେନ ସାହୁ.ସୁଜିତ ଦାସ.ସାରଦା ପ୍ରଶନ୍ନ ପରିଜା.ଡଲିରାଣୀ ବିଶ୍ୱାଳ. ଅଭୟ ସାହୁ. ବିଜୟ ସାହୁ ତଥା ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀମାନେ ସହଯୋଗ କରିଥିଲେ।







