ବାଲି ଟ୍ରକ୍‌ ଧକ୍କାରେ ଦମ୍ପତି ମୃତ

ଫୁଲନଖରା, 22/08: କଟକ ଜିଲା ସଦର ଥାନା ଅନ୍ତର୍ଗତ ୧୬ନମ୍ବର ଜାତୀୟ ରାଜପଥର େଗାପାଳପୁର ନିକଟରେ ଗୁରୁବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଲି ବୋଝେଇ ଟ୍ରକ୍‌ ଧକ୍କାରେ ବାଇକ ଆରୋହୀ ଦମ୍ପତିଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଛି। ମୃତକଦ୍ବୟ ଭୁବନେଶ୍ବର ଉତ୍ତରା ଅଞ୍ଚଳର ଦେବୀପ୍ରସାଦ ପାଲ ଓ ତାଙ୍କ ପତ୍ନୀ ସସ୍ମିତା ବିଶ୍ବାଳ। େଦବୀପ୍ରସାଦଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା ବେଳେ ସସ୍ମିତାଙ୍କ ଶରୀର ସଡ଼କରେ ପୂରା ମିଶି ଯାଇଛି।
ପୁଲିସ ସୂତ୍ରରୁ ପ୍ରକାଶ, କଟକରୁ ଭୁବନେଶ୍ୱର ଅଭିମୁଖେ ଦେବୀପ୍ରସାଦ ଓ ପତ୍ନୀ ସସ୍ମିତା ଏକ ବାଇକରେ ଯାଉଥିଲେ। କାଠଯୋଡ଼ି ପୋଲ ଶେଷ ଭାଗ ଗୋପାଳପୁର ଠାରେ ପଛପଟରୁ ଏକ ବାଲି ବୋଝେଇ ଟ୍ରକ ସେମାନଙ୍କୁ ଧକ୍କା େଦଇଥିଲେ। ଫଳରେ ଦମ୍ପତି ରାସ୍ତାରେ ଛିଟିକି ପଡ଼ିଥିଲେ। ଟ୍ରକ ସେମାନଙ୍କ ଉପରେ ମାଡ଼ି ଯାଇଥିଲା। ସଦର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ କଟକ ବଡ଼ ଡାକ୍ତରଖାନା ପଠାଇଛି। ଏହି ଘଟଣାକୁ ନେଇ ଗୋପାଳପୁର ଛକରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ଦୀର୍ଘ ସମୟ ଧରି ରାଜପଥରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ବରିଷ୍ଠ ପୁଲିସ ଅଧିକାରୀ ପହଞ୍ଚି ରାସ୍ତା ଅବରୋଧକାରୀ ଉତ୍ତ୍ୟକ୍ତଙ୍କୁ ବୁଝାସୁଝା କରିବା ପରେ ରାତି ୧୦ଟା ପରେ ଗାଡ଼ି ଚଳାଚଳ ସ୍ୱାଭାବିକ ହୋଇଥିଲା। ସୂଚନାଯୋଗ୍ୟ, ଗତ ଜାନୁଆରୀରୁ ଅଗଷ୍ଟ ମାସ ମଧ୍ୟରେ ଫୁଲନଖରାଠାରୁ ଗୋପାଳପୁର ମାତ୍ର ୯ କିଲୋମିଟର ଜାତୀୟ ରାଜପଥରେ ୨୦ଟି ଦୁର୍ଘଟଣା ଘଟି ୭ଜଣଙ୍କ ଜୀବନ ଗଲାଣି। ଶତାଧିକ ଆହତ ହୋଇଛନ୍ତି। ସମସ୍ତ ମୃତକ ଟ୍ରକ ଧକ୍କାରେ ହିଁ ପ୍ରାଣ ହରାଇଥିବା ଜଣାଯାଇଛି।

  • Related Posts

    ପଞ୍ଚାୟତ ନିର୍ବାଚନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, କ’ଣ ଜାଣନ୍ତୁ

    ଅନ୍ତ୍ୟୋଦୟ ଗୃହ ଯୋଜନା : ଆଉ ଦିବର୍ଷ ବଢ଼ିଲା ନିର୍ମାଣ ହେବ ୨.୯୧ ଲକ୍ଷ ଘର ବଢ଼ିଲା ପ୍ରୋତ୍ସାହନ ରାଶି ପୂରଣ ହେବ ସମସ୍ତଙ୍କ ଘର ଯୋଜନାର ଲକ୍ଷ୍ୟ : ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର, ୧୫ ।୧୦ : ଅନ୍ତ୍ୟୋଦୟ ଗୃହ ଯୋଜନାରେ…

    Continue reading
    ପଞ୍ଚାୟତ ଓ ପୌର ନିର୍ବାଚନ : ୨୬ ରୁ ନଭେମ୍ବର ୭ ଯାଏଁ ଡୋର ଟୁ ଡୋର ସର୍ଭେ

    ଭୁବନେଶ୍ବର : ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ସ୍ବଚ୍ଛ ,ନିରପେକ୍ଷ ଓ ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତି ଲକ୍ଷ୍ୟ ନେଇ ଅକ୍ଟୋବର ୨୬ ରୁ ନଭେମ୍ବର ୭ ଯାଏଁ ଡୋର ଟୁ ଡୋର ସର୍ଭେ ହେବ। ଏସଆଇଆରରେ ନାଁ କଟିଥିଲେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ମୁଁ ବି ଖୁବ୍‌ଶୀଘ୍ର ପିତା ହେବି କହିଲେ ସଲମାନ୍‌ ଖାନ୍‌

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି