ବାଲିଘାଟରେ ଶ୍ରମିକର ମୃତଦେହ ଉଦ୍ଧାର ଘଟଣା: ଗ୍ରାମବାସୀଙ୍କ ରାସ୍ତାରୋକ

ଦେବଗଡ:ବାଲିଘାଟକୁ କାମ କରିବାକୁ ଯାଇ ଶ୍ରମିକ ନିଖୋଜ ଘଟଣାର ତିନିଦିନ ପରେ ମୃତ ଦେହ ବାଲିପଠା ମଧ୍ୟରୁ ଉଦ୍ଧାର କରିଥିଲା ପୁଲିସ। ମୃତ ବ୍ୟକ୍ତିଙ୍କ ପରିବାରକୁ କ୍ଷତିପୂରଣ,ବାଲିଘାଟକୁ ସମ୍ପୂର୍ଣ୍ଣ ବନ୍ଦ,ଦୋଷୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବିରେ ମୃତ ଦେହ ରଖି ଆଜି ସକାଳେ ସିଂହଶ।ଳ ଗ୍ରାମ ଦେଇ ଯାଇଥିବା ବାହାଡ଼ିପଶି ରୁ ରାଉଲକେଲା ୧୦ ନମ୍ବର ରାଜ୍ୟ ରାଜପଥକୁ ଅବରୋଧ କରିଥିଲେ। ଏଥିରେ ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ୱାଳ,ପୂର୍ବ ଜିଲ୍ଲା ପରିଷଦ ସଦସ୍ୟ କିଶୋର ପ୍ରଧାନ,ବିଜେପି ନେତା ହର ମୋହନ ପାଣି,ଭାରତ ଭୂଷଣ ପ୍ରଧାନ ରାସ୍ତାରୋକରେ ସାମିଲ ହୋଇଥିଲେ।ଖବରପାଇ ଉପଜିଲ୍ଲାପାଳ ପରୀକ୍ଷିତ ସାହୁ, ବାରକୋଟ ତହସିଲଦାର ରବୀନ୍ଦ୍ର ସାମଲ ଆନ୍ଦୋଳନକାରୀଙ୍କ ସହିତ ଆଲୋଚନା ପରେ କ୍ଷତିପୂରଣ ପ୍ରଦାନ ପାଇଁ ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକ ପ୍ରତ୍ୟାହୃତ ହେବା ସହ ଗାଡ଼ି ଚଳାଚଳ ସ୍ୱାଭାବିକ ହୋଇଥିଲା ।ଗତକାଲି ମଧ୍ୟ ମୃତ ବ୍ୟକ୍ତିଙ୍କ କୌଣସି ଖୋଜ ଖବର ନମିଳିବାରୁ ଉପଯୁକ୍ତ ତଦନ୍ତ ଦାବିରେ ରାସ୍ତାରୋକ କରିଥିଲେ।ପୁଲିସ ବୁଝାସୁଝା କରିବା ପରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଥିଲା।ଏହାପରେ ପୁଲିସ ମୃତ ଦେହ ଉଦ୍ଧାର କରିଥିଲା।ସୂଚନା ଅନୁଯାୟୀ,ବାରକୋଟ ଥାନା ସିଂହଶାଳର ଚଟିଆପାଲି ବ୍ରାହ୍ମଣୀ ନଦୀ ବାଲିଘାଟରେ ଗତ୧୯ ତାରିଖ ଦିନ ପୂର୍ବ ପରି କାମ କରିବାକୁ ଆସି ମେଘପର୍ସନପୂର ଗ୍ରାମର ଇନ୍ଦ୍ର ମୁଣ୍ଡା ଘରକୁ ଫେରି ନଥିଲା। ଘରକୁ ନଫେରିବାରୁ ପରିବାର ଲୋକ ଖୋଜାଖୋଜି କରି ନିରାଶ ହେବାପରେ ତାଙ୍କ ସ୍ତ୍ରୀ ୨୦ତାରିଖରେ ବାରକୋଟ ଥାନାରେ ଅଭିଯୋଗ କରିଥିଲେ।ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା।କିନ୍ତୁ ପୁଲିସ ଉପଯୁକ୍ତ ତଦନ୍ତ କରୁନଥିବା ମୃତ ଇନ୍ଦ୍ର ଙ୍କ ପରିବାର ଅଭିଯୋଗ କରିଥିଲେ।ପୁଲିସ ଉକ୍ତ ଘଟଣାରେ ତିନି ଜଣଙ୍କୁ ଅଟକ ରଖି ପଚରା ଉଚୁରା ଜାରି ରଖିଛି।

  • Related Posts

    ତାମିଲନାଡୁ ଗ୍ୟାସ୍ ଲିକ୍ ଘଟଣା : ମୃତ ଓଡ଼ିଆ ଶ୍ରମିକଙ୍କ ସହାୟତା ରାଶିକୁ ୧୦ ଲକ୍ଷ ଟଙ୍କାକୁ ବୃଦ୍ଧିକଲେ ମୁଖ୍ୟମନ୍ତ୍ରୀ

    ଭୁବନେଶ୍ବର: ତାମିଲନାଡୁର ତିରୁଭଲ୍ଲୁରଠାରେ ଘଟିଥିବା ଆମୋନିଆ ଗ୍ୟାସ୍ ଲିକ୍ ଦୁର୍ଘଟଣାରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ଘଟଣାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିବା ସହିତ ସେମାନଙ୍କ ପରିବାର ବର୍ଗଙ୍କ ପ୍ରତି ସମବେଦନା ପ୍ରକାଶ କରିଥିଲେ।…

    Continue reading
    ଇଞ୍ଜିନିୟରମାନଙ୍କ ପାଇଁ ନୂଆ ବଦଳି ନୀତି ଲାଗୁ

    ବିଗତ କିଛିମାସ ଧରି ଭିଜିଲାନ୍ସ ଜାଲରେ ମାଳମାଳ ଇଞ୍ଜିନିୟର ଧରାପଡ଼ିବା ପରେ ରାଜ୍ୟ ସରକାର ଓଡ଼ିଶା ଇଞ୍ଜିନିୟରିଂ ସେବା(ଓଇଏସ) ଓ ଓଡ଼ିଶା ଡିପ୍ଲୋମା ଇଞ୍ଜିନିୟରିଂ ସେବା(ଓଡ଼ିଇଏସ) କ୍ୟାଡ଼ରର ଅଧିକାରୀମାନଙ୍କ ପାଇଁ ନୂଆ ବଦଳି ନୀତି ଲାଗୁ କରିଛନ୍ତି। ୨୦୧୯ ସେପ୍ଟେମ୍ବର ୨୪ର…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ