କଟକ: ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ବାରା ପରିଚାଳିତ ଚଳିତ ବର୍ଷର ମାଟ୍ରିକ୍ ସପ୍ଲିମେଣ୍ଟାରି ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ସର୍ଟିଫିକେଟ୍ (ଷ୍ଟେଟ୍ ଓପନ୍ ସ୍କୁଲ, ଦ୍ବିତୀୟ) ପରୀକ୍ଷାଫଳ ଆଜି ପ୍ରକାଶ ପାଇଛି। ମାଟ୍ରିକ୍ ସପ୍ଲିମେଣ୍ଟାରି ପରୀକ୍ଷାରେ ପାସ୍ହାର ୫୬.୨୩ ପ୍ରତିଶତ ରହିଥିବା ବେଳେ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷାରେ ଏହି ପାସ୍ହାର ୫୫.୨୬ ପ୍ରତିଶତ ରହିଛି। ଗତବର୍ଷ ସପ୍ଲିମେଣ୍ଟାରିରେ ୫୨.୨୧ ପ୍ରତିଶତ ରହିଥିବା ବେଳେ ଏବର୍ଷ ୪ ପ୍ରତିଶତରୁ ଅଧିକ ବୃଦ୍ଧି ପାଇଛି। ସେହିପରି ପୂର୍ବ ମୁକ୍ତବିଦ୍ୟାଳୟ ପରୀକ୍ଷାରେ ପାସ୍ହାର ୫୫ ପ୍ରତିଶତ ରହିଥିବା ବେଳେ ଏଥର ଏହା ସାମାନ୍ୟ ବଢ଼ିଛି। ବୋର୍ଡ ମୁଖ୍ୟାଳୟରେ ପରୀକ୍ଷାଫଳ ବିଷୟରେ ସୂଚନା ଦେଇ ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ କହିଛନ୍ତି ଯେ, ଚଳିତ ବର୍ଷ ମାଟ୍ରିକ୍ ସପ୍ଲିମେଣ୍ଟାରି ପରୀକ୍ଷା ପାଇଁ ୩୪୫୭ ଜଣ ଫର୍ମପୂରଣ କରିଥିବା ବେଳେ ୧୯୪୪ ଜଣ ପାସ୍ କରିଛନ୍ତି। ପାସ୍ କରିଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଏ-୧ଗ୍ରେଡ୍ କେହି ପାଇ ନ ଥିବା ବେଳେ ଏ-୨ଗ୍ରେଡ୍ ୩ ଜଣ, ବି-୧ ଗ୍ରେଡ୍ ୧୪ଜଣ, ବି-୨ ଗ୍ରେଡ୍ ୩୯ଜଣ, ସି-ଗ୍ରେଡ ୧୧୩ ଜଣ, ଡି-ଗ୍ରେଡ୍ ୨୭୬ ଜଣ, ଇ-ଗ୍ରେଡ୍ ୫୨୩ ଜଣ ପାଇଛନ୍ତି। ସପ୍ଲିମେଣ୍ଟାରିରେ ୯୭୬ ଜଣ କମ୍ପାର୍ଟମେଣ୍ଟାଲ ହୋଇଥିବା ବେଳେ ଜଣେ ମାଲ୍ପ୍ରାକ୍ଟିସ୍ ହୋଇଛନ୍ତି। ସପ୍ଲିମେଣ୍ଟାରିରେ ୧୦୩୮ଜଣ ଫେଲ୍ ହୋଇଛନ୍ତି ଓ ୪୭୪ ଜଣ ପରୀକ୍ଷାରେ ଅନୁପସ୍ଥିତ ଥିଲେ।
ରାଜ୍ୟ ମୁକ୍ତବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା(ଦ୍ବିତୀୟ) ପାଇଁ ୧୦ ହଜାର ୮୦୯ଜଣ ଫର୍ମପୂରଣ କରିଥିବା ବେଳେ ୫୯୭୩ ଜଣ ପାସ୍ କରିଛନ୍ତି। ପାସ୍ କରିଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଏ-୨ ଗ୍ରେଡ୍ ୧୩ ଜଣ, ବି-୧ ଗ୍ରେଡ୍ ୨୩୨ଜଣ, ବି-୨ ଗ୍ରେଡ୍ ୭୨୩ ଜଣ, ସି ଗ୍ରେଡ୍ ୧୭୩୮ଜଣ, ଡି ଗ୍ରେଡ୍ ୨୦୭୫ ଜଣ, ଇ-ଗ୍ରେଡ୍ ୧୧୯୨ଜଣ ପାଇଥିବା ବେଳେ ୪୬ ଜଣ ଏମ୍ପି ଓ ୪୧୪୦ ଜଣ ଫେଲ୍ ହୋଇଛନ୍ତି। ମୁକ୍ତ ବିଦ୍ୟାଳୟ ପରୀକ୍ଷାରେ ୬୨୫ ଜଣ ଅନୁପସ୍ଥିତ ଥିଲେ। ଉଭୟ ସପ୍ଲିମେଣ୍ଟାରି ଓ ମୁକ୍ତବିଦ୍ୟାଳୟ ପରୀକ୍ଷାଫଳ ବୋର୍ଡ ୱେବ୍ସାଇଟ୍ www.bseodisha.ac.in ରେ ଉପଲବ୍ଧ ହୋଇଥିବା ବେଳେ ଇଣ୍ଟରନେଟ୍ ନଥିବା ସ୍ଥାନରେ ଏସ୍ଏମ୍ଏସ୍ ଜରିଆରେ (Type OR10




