ବାୟୁସେନାକୁ ମିଳିବ ୨ ତେଜସ୍‌ ମାର୍କ-୧ଏ

ନୂଆଦିଲ୍ଲୀ : ସେପ୍ଟେମ୍ବର ମାସରେ ଭାରତୀୟ ବାୟୁସେନାକୁ ଦୁଇଟି ଲଢ଼ୁଆ ତେଜସ୍‌ ମାର୍କ-୧ଏ ମିଳିବ। ପ୍ରତିରକ୍ଷା ସଚିବ ଆରକେ ସିଂ ଏ ନେଇ ସୂଚନା ଦେଇଛନ୍ତି। ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ (ହାଲ) ଏହି ଦୁଇଟି ବିମାନ ଦେବ। ଏହି ବିମାନରେ ଅସ୍ତ୍ରଶସ୍ତ୍ର ଯୋଡି ହୋଇ ରହିବ। ଖୁବଶୀଘ୍ର ତେଜସ୍‌ ବିମାନ ମିଗ୍‌-୨୧ ବିମାନର ସ୍ଥାନ ନେବ। ପୁଣି ସରକାର ହାଲ୍‌ ସହିତ ଏକ ନୂଆ ଚୁକ୍ତି କରିବାକୁ ଯାଉଛନ୍ତି। ଏହି ଚୁକ୍ତି ଅନୁସାରେ ହାଲ୍‌ଠାରୁ ୯୭ଟି ତେଜସ ବିମାନ କ୍ରୟ କରାଯିବ ଓ ଏଥିପାଇଁ ୬୭,୦୦୦ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି କୁହାଯାଇଛି।

ବର୍ତ୍ତମାନ ୩୮ଟି ତେଜସ୍‌ ଲଢ଼ୁଆ ବିମାନ ଭାରତୀୟ ବାୟୁସେନାରେ ନିୟୋଜିତ ହୋଇଛି। ପୂର୍ବରୁ ୨୦୨୧ରେ ସରକାର ୮୩ଟି ତେଜସ ମାର୍କ-୧ଏ କ୍ରୟ କରିବାକୁ ୪୮,୦୦୦ କୋଟି ଟଙ୍କାର ଚୁକ୍ତି କରିଥିଲା। କିନ୍ତୁ ଆମେରିକୀୟ ଇଞ୍ଜିନ ପ୍ରାପ୍ତ ହେବାରେ ବିଳମ୍ବ ହେବା କାରଣରୁ ଏହି ବିମାନ ଏପର୍ୟ୍ୟନ୍ତ ବାୟୁସେନାକୁ ମିଳିନାହିଁ। କିନ୍ତୁ ଏବେ ୨୦୨୮ ବେଳକୁ ହାଲ ସବୁ ବିମାନ ବାୟୁସେନାକୁ ଦେବ ବୋଲି ଆଶା କରାଯାଉଛି। ଅଗଷ୍ଟ ୧୯ରେ କେନ୍ଦ୍ର ସରକାର ୬୨,୦୦୦ କୋଟି ଟଙ୍କା ବିନିମୟରେ ୯୭ଟି ଏଲ୍‌ସିଏ ମାର୍କ-୧ଏ ଜେଟ୍‌ ହାଲ ସହ ଚୁକ୍ତି କରିଥିଲା। ଏଲ୍‌ସିଏ ମାର୍କ-୧ଏ ବିମାନ ତେଜସର ଉନ୍ନତ ତଥା ଆଧିୁନିକ ସଂସ୍କରଣ ବିବେଚିତ ହେଉଛି। ଏଥିରେ ଅତ୍ୟାଧୁନିକ ଆଭିଓନିକ୍ସ ଓ ରାଡାର ସିଷ୍ଟମ ରହିଛି।

  • Related Posts

    ବାୟୁସେନା ବିମାନ AN-32 ଦୁର୍ଘଟଣାଗ୍ରସ୍ତ, ପାଇଲଟଙ୍କ ସମେତ 5 ମୃତ

    ଜୋରହାଟ: ଶନିବାର ଆସାମର ଜୋରହାଟ ବାୟୁସେନା ଷ୍ଟେସନରେ ଭାରତୀୟ ବାୟୁସେନା ଏକ AN-32 ପରିବହନ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଭାରତୀୟ ବାୟୁସେନା ଅନୁଯାୟୀ, AN-32 ଜୋରହାଟ ବାୟୁସେନାରେ ଅବତରଣ କରିବାକୁ ଚେଷ୍ଟା କରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା ।…

    Continue reading
    ଅଭିଷେକ ବାନାର୍ଜୀଙ୍କ ଘରେ ସର୍ଚ୍ଚ

    ବିଧାନସଭା ନିର୍ବାଚନ ପରାଜୟ ପରେ ମମତା ବାନାର୍ଜୀଙ୍କ ଟିଏମସିରେ ସଙ୍କଟ ବଢ଼ିବାରେ ଲାଗିଛି। ଗୋଟିଏ ପଟେ ଦଳେ ଆଭ୍ୟନ୍ତରୀଣ କନ୍ଦଳ ତୀବ୍ର ହୋଇଥିବା ବେଳେ ଅନ୍ୟପଟେ ଦଳର ବରିଷ୍ଠ ନେତାମାନଙ୍କ ପାଇଁ ଆଇନଗତ ସମସ୍ୟା ଜଟିଳ ହୋଇଛି। ଏହିକ୍ରମରେ ଆଜି ଟିଏମସି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ