ବିଚିତ୍ର ସ୍ବାସ୍ଥ୍ୟସେବା, ଗୋଟିଏ ସିଲିଣ୍ଡରରେ 2 ନବଜାତକୁ ଅକ୍ସିଜେନ

ବ୍ରହ୍ମପୁର: ସ୍ବାସ୍ଥ୍ୟ ସେବାର ବିଚିତ୍ର ଦୃଶ୍ୟ । ଗୋଟିଏ ସିଲିଣ୍ଡରରେ ଦୁଇ ନବଜାତ ଶିଶୁଙ୍କୁ ଦିଆଯାଉଛି ଅକ୍ସିଜେନ । ଗତକାଲି(ସୋମବାର) ଏଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଦକ୍ଷିଣ ଓଡ଼ିଶାବାସୀ ସ୍ବାସ୍ଥ୍ୟ ସେବା ପାଇଁ ନିର୍ଭର କରୁଥିବା ବ୍ରହ୍ମପୁରର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମେଡିକାଲ କଲେଜରେ । ଏହି ଘଟଣା ଜଣାପଡ଼ିବା ପରେ କିଏ ଏବଂ କାହିଁକି ଏପରି କରିଥିଲା ତାହାକୁ ଅନୁଧ୍ୟାନ କରାଯିବା ସହିତ ଆଗାମୀ ଦିନରେ ଏପରି ଘଟଣାର ଯେପରି ପୁନରାବୃତ୍ତି ନହୁଏ ସେଥିପ୍ରତି ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି ମେଡିକାଲ କର୍ତ୍ତୃପକ୍ଷ ।ଆଗରେ ଆଟେଣ୍ଡାଣ୍ଟ ସିଲିଣ୍ଡର ଗଡାଇ ଚାଲିଥିଲେ । ପଛରେ ଦୁଇ ମା’ କୋଳରେ ଦୁଇ ନବଜାତ ଶିଶୁଙ୍କୁ ଧରି ଚାଲୁଥାନ୍ତି । ଶିଶୁଙ୍କ ନାକରେ ଲାଗିଥାଏ ଅକ୍ସିଜେନ । ପାଖାପାଖି ଶହେ ମିଟର ପର୍ଯ୍ୟନ୍ତ ଟାଣି ଟାଣି ନେଇଥିଲେ । ଏସଏନସିୟୁ (ସ୍ପେଶାଲ୍‌ ନ୍ୟୁ ବର୍ଣ୍ଣ କେୟାର ୟୁନିଟ୍‌)ରୁ ଉକ୍ତ 2 ଶିଶୁଙ୍କ ଇକୋ କରିବା ପାଇଁ ଏହିପରି ଅବସ୍ଥାରେ ନିଆଯାଇଥିଲା । ଏପରି ଏକ ଅଭାବନୀୟ ଦୃଶ୍ୟ ଗତକାଲି(ସୋମବାର) ବ୍ରହ୍ମପୁର ଏମକେସିଜି ମେଡ଼ିକାଲ କଲେଜର ସୁପର ସ୍ପେଶାଲିଷ୍ଟ କୋଠା ପରିସରରେ ଦେଖିବାକୁ ମିଳିଥିଲା । ଏହିପରି ଚିକିତ୍ସା କୌଶଳ ଏବଂ ପଦ୍ଧତିକୁ ଦେଖି ରୋଗୀଙ୍କ ଜୀବନ ସହ ଖେଳୁଥିବା ମଧ୍ୟ ଅଭିଯୋଗ ହୋଇଛି ।MKCG ମେଡ଼ିକାଲର ଶିଶୁ ରୋଗ ବିଭାଗ ଏସ୍‌ଏନ୍‌ସିୟୁ (ସ୍ପେଶାଲ୍‌ ନ୍ୟୁ ବର୍ଣ୍ଣ କେୟାର ୟୁନିଟ୍‌)ରେ କିଛି ଦିନ ହେବ ପାତ୍ରପୁର ବ୍ଲକ ପଦାଧିଗି ଗ୍ରାମର କୌଶଲ୍ୟା ସାହୁଙ୍କ ଆଠ ଦିନର ଶିଶୁ ପୁତ୍ର ଓ ଗଜପତି ଜିଲ୍ଲା ନୂଆଗଡ ବ୍ଲକ ବଦପଦା ଗ୍ରାମର ପଦ୍ମାଳୟା ବେହେରାଙ୍କ 14 ଦିନର ଶିଶୁ କନ୍ୟାଙ୍କ ଚିକିତ୍ସା ଜାରି ରହିଛି । ଉଭୟ ଶିଶୁଙ୍କ ଡ଼ାକ୍ତରଙ୍କ ପରାମର୍ଶ କ୍ରମେ ମେଡ଼ିକାଲ ପରିସରରେ ରହିଥିବା ସୁପର ସ୍ପେସିଆଲିଟି କୋଠାକୁ ଇକୋ ପରୀକ୍ଷା କରିବାକୁ ନିଆଯାଇଥିଲା ।

ୱାର୍ଡରେ ଥିବା ଆଟେଣ୍ଡାଣ୍ଟ ଗୋଟିଏ ଭର୍ତ୍ତି ଅକ୍ସିଜେନ୍‌ ସିଲିଣ୍ଡରରୁ ଉଭୟ ଶିଶୁଙ୍କୁ ଅକ୍ସିଜେନ୍‌ ଲଗାଇ ସିଲିଣ୍ଡର ଧରି ଆଟେଣ୍ଡାଣ୍ଟ ଜଣକ ଆଗେ ଆଗେ ଯାଉଥିବା ବେଳେ 2ଜଣ ମାଆ ଓ ସମ୍ପର୍କୀୟମାନେ ଶିଶୁଙ୍କୁ କୋଳେଇ ପଛରେ ଯାଉଥିଲେ ଏହା ସମୟରେ ଶିଶୁ ବିଭାଗର ଜଣେ ଡ଼ାକ୍ତର ମଧ୍ୟ ଉଭୟ ଶିଶୁଙ୍କ ନିକଟରେ ରହିଥିଲେ । ପରେ ଶିଶୁମାନେ ହୃଦରୋଗ ବିଭାଗରେ ପହଞ୍ଚବା ପାଇଁ ଇକୋ ପରୀକ୍ଷା କରିଥିଲେ ।

  • Related Posts

    ଉତ୍ତରାଖଣ୍ଡରେ ପୁଣି ୪.୨ତୀବ୍ରତାର ଭୂମିକମ୍ପ

    ଶନିବାର ରାତି ଉତ୍ତରାଖଣ୍ଡର ଉତ୍ତରକାଶୀ ଜିଲ୍ଲାରେ ୪.୨ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥିଲା, ଯାହା ଫଳରେ ଲୋକମାନେ ଭୟରେ ଘରୁ ବାହାରକୁ ପଳାଇ ଆସିଥିଲେ । ଯଦିଓ ଏହି ଭୂମିକମ୍ପରେ କୌଣସି କ୍ଷୟକ୍ଷତିର ସୂଚନା ମିଳିନାହିଁ, ତେବେ ଜାତୀୟ ଭୂକମ୍ପ ବିଜ୍ଞାନ…

    Continue reading
    ସୋମବାର ବହୁ ପ୍ରତୀକ୍ଷିତ କଟକଚଣ୍ଡୀ ମନ୍ଦିରର ଉଦ୍‌ଘାଟନ

    ଭୁବନେଶ୍ୱର: ଅକ୍ଟୋବର ମାସ ୧୨ ତାରିଖ ସୋମବାର ଦିନ ବହୁ ପ୍ରତୀକ୍ଷିତ କଟକଚଣ୍ଡୀ ମନ୍ଦିରର ନବକଳେବର ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦ୍‌ଘାଟନ କରିବେ। ମାଆ କଟକ ଚଣ୍ଡୀଙ୍କ ମନ୍ଦିରର କାୟାକଳ୍ପ ଓ ଚତୁଃପାର୍ଶ୍ୱର ଉନ୍ନତିକରଣ ପାଇଁ ପ୍ରାୟ ୭୦…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ