ବିଚ୍‌ ରାସ୍ତାରେ ଯୁବକଙ୍କୁ ଗୁଳି କରି ହତ୍ୟା

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁରରେ ଶୁକ୍ରବାର ରାତିରେ ବିଚ୍ ରାସ୍ତାରେ ଫୁଟିଛି ଗୁଳି। ଗୁଳିମାଡ଼ରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ବୀରମହାରାଜପୁର ଥାନା ଚମ୍ପାମାଳ ଗାଁର ବିକି ମହାରଣା। ଗୁଳିମାଡ଼ ପରେ ବିକିଙ୍କୁ ତୁରନ୍ତ ସୋନପୁର ଡାକ୍ତରଖାନାକୁ ନିଆଯାଇଥିଲା। କିନ୍ତୁ ସେଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଛନ୍ତି। ତେବେ କିଏ ଓ କାହିଁକି ବିକିଙ୍କୁ ଗୁଳି କଲା ତାହା ଏଯାଏ ସ୍ପଷ୍ଟ ହୋଇନାହିଁ।ମୃତକ ବିକିଙ୍କ ଜଣେ ସାଙ୍ଗ କହିଛନ୍ତି, ସେମାନେ ରାତି ପ୍ରାୟ ୯ଟା ବେଳେ ଉପ ଜିଲ୍ଲାପାଳଙ୍କ ଅଫିସ ଛକ ନିକଟ ବଜାରରେ ଛିଡ଼ା ହୋଇଥିଲେ। ସେମାନେ ସମସ୍ତେ ଚା’ର ମଜା ନେଉଥିଲେ। ଏହି ସମୟରେ ହଠାତ ବିକିଙ୍କ ଦେହରେ ଗୋଟିଏ ଗୁଳି ବାଜିଥିଲା। ଗୁଳିମାଡ଼ ହେବା କ୍ଷଣୀ ସେ ସେଠାରେ ପଡ଼ି ଯାଇଥିଲେ। ରକ୍ତାକ୍ତ ଅବସ୍ଥାରେ ତୁରନ୍ତ ତାଙ୍କୁ ବୀରମହାରାଜପୁର ମେଡିକାଲ ନେଇଥିଲୁ। ସେଠାରେ ଅତ୍ୟାଧୁନିକ ଚିକିତ୍ସା ସୁବିଧା ନ ଥିବାରୁ ତାଙ୍କୁ ସୋନପୁର ହସ୍ପିଟାଲ ନିଆଯାଇଥିଲା।ହେଲେ ସେଠାରେ ଡାକ୍ତରମାନେ ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ପୂର୍ବ ଶତ୍ରୁତାରୁ ବିକିଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ହେଲେ ପୁଲିସ୍‌ର ପ୍ରାଥମିକ ଯାଞ୍ଚରୁ ଅନ୍ୟ କିଛି ସୂଚନା ମିଳିଛି। ବିକିଙ୍କ ଜଣେ ସାଙ୍ଗ ପାଖରେ ବନ୍ଧୁକ ରହିଥିଲା। ଚା’ ପିଲା ବେଳେ ସେ ଏହାକୁ ବାହାର କରି ସମସ୍ତଙ୍କୁ ଦେଖାଉଥିଲେ। ଏହି ସମୟରେ ଅସାବଧନତା ଯୋଗୁ ବନ୍ଧୁକରୁ ଗୁଳି ଚାଲିଯାଇଥିଲା। ଏଥିରେ ବିକି ପ୍ରାଣ ହରାଇଛନ୍ତି। କିନ୍ତୁ ଏଯାଏ ପୁଲିସ୍‌ ଏକଥା ସ୍ପଷ୍ଟ କରିନି। ମୃତକଙ୍କ ବାପା କହିଛନ୍ତି, ମୋ’ ଛୁଆର କୌଣସି ବଦଭ୍ୟାସ ନାହିଁ। କିମ୍ବା କାହା ସହ କୌଣସି ଝଗଡ଼ା ହୋଇନି। ତେଣୁ ଏହା ପଛରେ କାହା ହାତ ଅଛି ମୁଁ କିଛି କହି ପାରିବିନି । ପୁଲିସ୍ ତଦନ୍ତ କରି ଅଭିଯୁକ୍ତକୁ ବାହାର କରୁ ବୋଲି ସେ ଦାବି କରିଛନ୍ତି। ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏହା ପଛରେ କ’ଣ ଷଡ଼ଯନ୍ତ୍ର ରହିଛି କି ନାହିଁ, ତା’ର ଯାଞ୍ଚ ପୁଲିସ୍‌ କରୁଛି।

  • Related Posts

    ଭିଣୋଇଙ୍କୁ ପିଟି ପିଟି ମାରିଦେଲା ଶାଳକ

    ବଡ଼ବିଲ: ପାରିବାରିକ ବିବାଦକୁ କେନ୍ଦ୍ର କରି ଚାଞ୍ଚଲ୍ୟକର ହତ୍ୟାକାଣ୍ଡ। ଭିଣୋଇକୁ ପିଟି ପିଟି ମାରିଦେଲା ଶାଳକ । ବଡ଼ବିଲ ଥାନା ଅନ୍ତର୍ଗତ ଉଲିବୁରୁ ବୁରୁସାହିରେ ଅଭାବନୀୟ ଘଟଣା ଘଟିଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ମୃତଦେହ ଜବତ କରିବା ସହ ଅଭିଯୁକ୍ତକୁ ଧରିବାକୁ…

    Continue reading
    ରାଜଧାନୀରେ ବନ୍ଧୁକ ଦେଖାଇ ଯୁବତୀଙ୍କୁ ଦୁଷ୍କର୍ମ !

    ରାଜଧାନୀରେ ଲଜ୍ଜା । ବନ୍ଧୁକ ଦେଖାଇ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ । ନୟାପଲ୍ଲୀ ଥାନା ଅଞ୍ଚଳରେ ଘରେ ଏକା ଥିବା ବେଳେ ଦୁଷ୍କର୍ମ । ଜଣେ ଦୁର୍ବୃତ୍ତ ମୁହଁରେ ମାସ୍କ ପିନ୍ଧି ଦୁଷ୍କର୍ମ କରିଥିବାର ଅଭିଯୋଗ ହୋଇଛି । ଜଣେ ଦୁର୍ବୃତ୍ତ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ