ବିଜେଡି ହାତରୁ ଖସିଗଲା ନୂଆପଡ଼ା

ନୂଆପଡ଼ା ଉପନିର୍ବାଚନରେ ବାଜି ମାରିଛି ବିଜେପି। ଦଳୀୟ ପ୍ରାର୍ଥୀ ଜୟ ଢୋଲକିଆ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ତଥା କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀଙ୍କୁ ୮୩ ହଜାର ୭୪୮ ଖଣ୍ଡ ଭୋଟ୍‌ରେ ପରାସ୍ତ କରିଛନ୍ତି। ଏହା ସହିତ ନୂଆପଡ଼ା ଆସନଟି ବିଜେଡି ହାତରୁ ଚାଲିଯାଇଛି।ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ୧ ଲକ୍ଷ ୨୩ ହଜାର ୮୬୯ ଖଣ୍ଡ ଭୋଟ୍ ପାଇଥିବା ବେଳେ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ ୪୦ ହଜାର ୧୨୧ ଖଣ୍ଡ ଭୋଟ୍ ପାଇଛନ୍ତି। ସେହିପରି ତୃତୀୟ ସ୍ଥାନକୁ ଖସି ଯାଇଥିବା ବିଜେଡି ୩୮ ହଜାର ୪୦୮ ଖଣ୍ଡ ଭୋଟ୍ ପାଇଛି। ବିଜେଡି ଏଥର ସ୍ନେହାଙ୍ଗିନୀ ଛୁରିଆଙ୍କୁ ଏଠାରୁ ପ୍ରାର୍ଥୀ କରିଥିଲା।
ନୂଆପଡ଼ାବାସୀଙ୍କୁ ଏହି ବିଜୟର ଶ୍ରେୟ ଦେଇଛନ୍ତି ଜୟ ଢୋଲକିଆ। ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ ତାଙ୍କ ବାପାଙ୍କ ପାଇଁ ଏହି ବିଜୟ ମିଳିଛି ବୋଲି ସେ କହିଛନ୍ତି। ଏହି ଉପନିର୍ବାଚନରେ ଚତୁର୍ଥ ସ୍ଥାନରେ ରହିଛି NOTA (None of the above) ବା ଉପରୋକ୍ତ (ପ୍ରାର୍ଥୀ) ମାନଙ୍କ ମଧ୍ୟରୁ କେହି ନୁହନ୍ତି। ନୋଟା ସପକ୍ଷରେ ୨୨୪୮ ଖଣ୍ଡ ଭୋଟ୍ ପଡ଼ିଛି।

ପଞ୍ଚମ ସ୍ଥାନରେ ରହିଛନ୍ତି ସ୍ୱାଧୀନ ପ୍ରାର୍ଥୀ ଲୋଚନ ସିଂହ ମାଝୀ। ସେ ୨୧୩୭ ଖଣ୍ଡ ଭୋଟ୍ ପାଇଛନ୍ତି। ସେହିପରି ସ୍ୱାଧୀନ ପ୍ରାର୍ଥୀ ଲକ୍ଷ୍ମୀକାନ୍ତ ତାଣ୍ଡି ୧୩୨୨ ଖଣ୍ଡ ଭୋଟ୍ ପାଇଥିବା ବେଳେ ସ୍ୱାଧୀନ ପ୍ରାର୍ଥୀ କିଶୋର କୁମାର ବାଗ ୭୪୩, ଭୁବନଲାଲ ସାହୁ ୭୨୧, ହେମନ୍ତ ତାଣ୍ଡି ୬୬୨, ଚକ୍ରାନ୍ତ ଜେନା ୫୨୯, ଭକ୍ତବନ୍ଧୁ ଧରୁଆ ୫୧୧, ସମାଜବାଦୀ ପାର୍ଟିର ରମାକାନ୍ତ ହାତୀ ୪୮୯, ସ୍ୱାଧୀନ ପ୍ରାର୍ଥୀ ନୀତା ବାଗ ୪୭୪, ଆଶ୍ରୟ ମହାନନ୍ଦ ୧୯୧ ଓ ଓଡ଼ିଶା ଜନତା ପାର୍ଟିର ସୁଧାକର ଦଣ୍ଡସେନା ୧୬୭ ଖଣ୍ଡ ଭୋଟ୍ ପାଇଛନ୍ତି।

୨୦୨୪ ସାଧାରଣ ନିର୍ବାଚନରେ ନୂଆପଡ଼ା ବିଧାନସଭା ଆସନରେ ବିଜୟୀ ହୋଇଥିଲେ ବିଜେଡି ପ୍ରାର୍ଥୀ ତଥା ଜୟ ଢୋଲକିଆଙ୍କ ବାପା ରାଜେନ୍ଦ୍ର ଢୋଲକିଆ। ତେବେ ତାଙ୍କ ମୃତ୍ୟୁ ପରେ ଏହି ଉପନିର୍ବାଚନ କରାଯାଇଥିଲା। ଏଥିରେ ତାଙ୍କ ପୁଅ ଜୟ ବିଜେପିରୁ ପ୍ରାର୍ଥୀ ହୋଇ ବିଜୟୀ ହୋଇଥିବା ବେଳେ ବିଜେଡି ତୃତୀୟ ସ୍ଥାନକୁ ଖସି ଯାଇଛି। ନିଜେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ୨ ଥର ନୂଆପଡ଼ା ଯାଇ ପ୍ରଚାର କରିଥିଲେ ହେଁ ତାଙ୍କ ଦଳକୁ ନିରାଶ ହେବାକୁ ପଡ଼ିଛି। ୨୦୦୯, ୨୦୧୪, ୨୦୧୯ ଓ ୨୦୨୪ ସାଧାରଣ ନିର୍ବାଚନରେ ନୂଆପଡ଼ା ବିଧାନସଭା ଆସନରୁ କୌଣସି ପ୍ରାର୍ଥୀ ଜୟ ଢୋଲକିଆଙ୍କ ଭଳି ଲକ୍ଷେରୁ ଅଧିକ ଭୋଟ୍ ପାଇ ବିଜୟୀ ହୋଇ ନଥିଲେ। ଏମିତିକି କେହି ୧ ଲକ୍ଷ ପାଖାପାଖି ମଧ୍ୟ ପହଞ୍ଚି ନଥିଲେ। ସେହିଭଳି ୮୩ ହଜାରରୁ ଅଧିକ ଭୋଟ୍ ବ୍ୟବଧାନରେ ମଧ୍ୟ କେହି ଜିତି ନଥିଲେ।

୨୦୨୪ ସାଧାରଣ ନିର୍ବାଚନରେ ଜୟ ଢୋଲକିଆଙ୍କ ବାପା ରାଜେନ୍ଦ୍ର ଢୋଲକିଆ ନୂଆପଡ଼ା ଆସନରୁ ବିଜେଡିରୁ ପ୍ରାର୍ଥୀ ହୋଇ ୬୧,୮୨୨ ଖଣ୍ଡ ଭୋଟ୍ ପାଇଥିଲେ। ସେହିପରି ସେତେବେଳେ ଘାସିରାମ ମାଝୀ ସ୍ୱାଧୀନ ଭାବେ ଲଢ଼ି ୫୦ ହଜାର ୯୪୧ ଖଣ୍ଡ ଭୋଟ୍ ପାଇ ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ବିଜେପି ପ୍ରାର୍ଥୀ ଅଭିନନ୍ଦନ ପଣ୍ଡା ୪୪ ହଜାର ୮୧୪ ଖଣ୍ଡ ଭୋଟ୍ ପାଇ ତୃତୀୟ ସ୍ଥାନରେ ରହିଥିଲେ। କଂଗ୍ରେସ ପ୍ରାର୍ଥୀ ଶରତ ପଟ୍ଟନାୟକ ୧୫ ହଜାର ୫୦୧ ଖଣ୍ଡ ଭୋଟ୍ ପାଇ ଚତୁର୍ଥ ସ୍ଥାନରେ ରହିଥିଲେ।

୨୦୨୪ରେ ଏହି ଆସନରେ ବିଜେଡି ୬୧,୮୨୨ ଖଣ୍ଡ ଭୋଟ୍ ମିଳିଥିବା ବେଳେ ଶେଷ ହୋଇଥିବା ଉପନିର୍ବାଚନରେ ମିଳିଛି ୩୮,୪୦୮ ଖଣ୍ଡ ଭୋଟ୍‌। ଅର୍ଥାତ୍ ଦଳ ଆହୁରି ୨୩, ୪୧୪ ଖଣ୍ଡ ଭୋଟ୍ ହରାଇଛି। ନିଶ୍ଚିତ ଭାବେ ଏହା ଦଳ ପାଇଁ ଏକ ବଡ଼ ଧକ୍କା।

୨୦୧୯ ସାଧାରଣ ନିର୍ବାଚନରେ ନୂଆପଡ଼ା ବିଧାନସଭା ଆସନରେ ବିଜୟୀ ହୋଇଥିଲେ ଜୟଙ୍କ ବାପା ତଥା ବିଜେଡି ପ୍ରାର୍ଥୀ ରାଜେନ୍ଦ୍ର ଢୋଲକିଆ। ସେ ୬୫ ହଜାର ୬୪୭ ଖଣ୍ଡ ଭୋଟ୍ ପାଇଥିବା ବେଳେ ସେତେବେଳେ କଂଗ୍ରେସରୁ ପ୍ରାର୍ଥୀ ହୋଇଥିବା ଘାସିରାମ ମାଝୀ ୪୫ ହଜାର ୩୧୭ ଖଣ୍ଡ ଭୋଟ୍ ପାଇଥିଲେ। ବିଜେପି ପ୍ରାର୍ଥୀ ହୋମ୍ ସିଂହ ମାଛୀ ୨୯ ହଜାର ୪୯୦ ଖଣ୍ଡ ଭୋଟ୍ ପାଇଥିଲେ।

୨୦୧୪ ସାଧାରଣ ନିର୍ବାଚନରେ ନୂଆପଡ଼ା ବିଧାନସଭା ଆସନରୁ ବିଜୟୀ ହୋଇଥିଲେ ବିଜେପି ପ୍ରାର୍ଥୀ ବସନ୍ତ କୁମାର ପଣ୍ଡା। ସେ ୫୫ ହଜାର ୮୧୭ ଖଣ୍ଡ ଭୋଟ୍ ପାଇଥିଲେ। ବିଜେଡି ପ୍ରାର୍ଥୀ ରାଜେନ୍ଦ୍ର ଢୋଲକିଆ ୪୬ ହଜାର ୨୦୭ ଖଣ୍ଡ ଭୋଟ୍ ପାଇ ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ କଂଗ୍ରେସର ଘାସିରାମ ମାଝୀ ୩୯ ହଜାର ୬୫୪ ଭୋଟ୍ ପାଇ ତୃତୀୟ ସ୍ଥାନରେ ରହିଥିଲେ।

ସେହିପରି ୨୦୦୯ ସାଧାରଣ ନିର୍ବାଚନରେ ନୂଆପଡ଼ା ବିଧାନସଭା ଆସନରେ ବିଜୟୀ ହୋଇଥିବା ବିଜେଡି ପ୍ରାର୍ଥୀ ରାଜେନ୍ଦ୍ର ଢୋଲକିଆ ୫୬ ହଜାର ୮୭୪ ଖଣ୍ଡ ଭୋଟ୍ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ବସ୍ତ କୁମାର ପଣ୍ଡା ୩୪ ହଜାର ୨୫୪ ଖଣ୍ଡ ଭୋଟ୍ ପାଇଥିଲେ। କଂଗ୍ରେସ ପ୍ରାର୍ଥୀ ସରୋଜ କୁମାର ସାହୁ ୨୨ ହଜାର ୪୫୦ ଖଣ୍ଡ ଭୋଟ୍ ପାଇଥିଲେ।୨୦୦୯ରୁ ୨୦୨୪ ପର୍ଯ୍ୟନ୍ତ ଅନୁଷ୍ଠିତ ନିର୍ବାଚନରେ ନୂଆପଡ଼ାରେ ବିଜେଡି ମାତ୍ର ଥରେ ପରାଜିତ ହୋଇ ଦ୍ୱିତୀୟ ସ୍ଥାନରେ ରହିଥିଲା। ୨୦୧୪ରେ ବିଜେଡି ପ୍ରାର୍ଥୀ ରାଜେନ୍ଦ୍ର ଢୋଲକିଆ ବିଜେପି ପ୍ରାର୍ଥୀ ବସନ୍ତ କୁମାର ପଣ୍ଡାଙ୍କଠାରୁ ହାରି ଯାଇଥିଲେ। ବାକି ସବୁ ଥର ବିଜୟୀ ହୋଇ ପ୍ରଥମ ସ୍ଥାନରେ ରହିଥିଲା ବିଜେଡି। କିନ୍ତୁ ଏଥର ଦଳ ତୃତୀୟ ସ୍ଥାନରେ ରହିଯାଇଛି।

  • Related Posts

    ସରପଞ୍ଚରୁ ଭାଜପା ଜିଲ୍ଲା ମହିଳା ମୋର୍ଚ୍ଚା ସାଧାରଣ ସମ୍ପାଦିକା

    ଗୀତାଞ୍ଜଳିଙ୍କୁ ନୂଆ ଦାୟିତ୍ୱ, ମହିଳା ସଂଗଠନ ସୁଦୃଢ଼ କରିବାକୁ ନୂଆ ଆଶା” ରାଇକିଆ: କନ୍ଧମାଳ ଜିଲ୍ଲା ରାଇକିଆ ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ଗୀତାଞ୍ଜଳି ନାୟକଙ୍କୁ ଭାରତୀୟ ଜନତା ପାର୍ଟି (ଭାଜପା) କନ୍ଧମାଳ ଜିଲ୍ଲା ମହିଳା ମୋର୍ଚ୍ଚାର ସାଧାରଣ ସମ୍ପାଦିକା ଭାବେ ଦାୟିତ୍ୱ…

    Continue reading
    ପିଏମ୍ କେୟାର୍ସ ପାଣ୍ଠିକୁ ଘରୋଇ ଦାନ ହ୍ରାସ

    ନୂଆଦିଲ୍ଲୀ : ପିଏମ୍ କେୟାର୍ସ (ପ୍ରାଇମ ମିନିଷ୍ଟର୍ସ ସିଟିଜେନ ଆସିଷ୍ଟାନ୍ସ ଆଣ୍ଡ ରିଲିଫ ଇନ୍ ଏମର୍ଜେନ୍ସି ସିଚୁଏସନ) ପାଣ୍ଠିକୁ ଘରୋଇ ଦାନ ୨୦୨୪-୨୫ରେ ୩୦ ପ୍ରତିଶତ ହ୍ରାସ ପାଇ ୪୭୯ କୋଟି ଟଙ୍କା ରହିଛି । ବିଦେଶୀ ଦାନ ମଧ୍ୟ ୧୮…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ