
ଭୁବନେଶ୍ୱର: ବିଜେଡି ଛାଡ଼ି ବିଜେପିରେ ଯୋଗଦେବା ପରେ ଦେବାଶିଷ ସାମନ୍ତରାୟ ଗୁରୁବାର ଏକ ସାମ୍ବାଦିକ ସମ୍ମିଳନୀ କରି ବିଜେଡି ବିରୋଧରେ ବିଷ ଓଗାଳିଛନ୍ତି । ବିଜେଡିରେ ମା’ ବାପା ନାହାନ୍ତି ବୋଲି ସେ କହିବାକୁ ପଛାଇ ନାହାନ୍ତି ।
ଏହାଛଡ଼ା ସେ କହିଛନ୍ତି ଯେ ଏବେ ମୁଁ ମୋ ନିଜ ଘରକୁ ଫେରିବା ଭଳି ମନେ ହେଉଛି । ମୁଁ ମୂଳରୁ ଏନଡିଏରେ ଥିଲି, ଏବେ ପୁଣି ନିଜ ଘରକୁ ଫେରିଲି ।ବିଜେଡିରେ ଥିଲାବେଳେ ମୁଁ ଅଣନିଃଶ୍ୱାସୀ ହୋଇ ରହିଥିଲି । ନବୀବ ବାବୁ କହିଥିଲେ ପାଣ୍ଡିଆନ ମୋ ଉତ୍ତରାଧିକାରୀ ନୁହେଁ । ତେବେ ଏବେ ପାଣ୍ଡିଆନ ଭୈରବ ହୋଇ ନବୀନଙ୍କ ପାଖକୁ କାହାକୁ ଛାଡ଼ୁନାହିଁ ।ଏପରିକି ନବୀନ ନିବାସରେ ପାଣ୍ଡିଆନ କିଏ ବୋଲି ଦେବାଶିଷ ପ୍ରଶ୍ନ କରିଛନ୍ତି ।
ସେହିପରି ଦେବାଶିଷ କହିଛନ୍ତି ଯେ ବିଜୁ ବାବୁଙ୍କୁ ଯେଉଁମାନେ ଜାଣିନାହାନ୍ତି ସେମାନେ ବିଜୁ ଫାଉଣ୍ଡେସନ କରିଛନ୍ତି । ବିଜୁ ବାବୁଙ୍କୁ ସମ୍ମାନ ଦେବାରେ ବିଜେଡି ଅସମର୍ଥ । ଏବେ ବିଜୁ ଜନତା ଦଳରେ ମା’ ବାପା ବୋଲି କେହି ନାହାନ୍ତି । ଏବେ ବିଜେପି ମୋତେ ଯେଉଁ କାମ ଦେବ ତାହାକୁ ମୁଁ ନିଶ୍ଚୟ କରିବି । ଏବେ ବିଜେଡି ସହ ମୁଁ ସିଧାସଳଖ ଲଢେ଼ଇ କରିବି ବୋଲି ଦେବାଶିଷ କହିଛନ୍ତି ।


