JSW ପ୍ଲାଣ୍ଟ ପୁନଃ ଶିଳାନ୍ୟାସ କରି ରାଜ୍ୟବାସୀଙ୍କୁ ଭୁଆଁ ବୁଲାଉଛନ୍ତି ମୋହନ ସରକାର: ବିଜେଡି

ଭୁବନେଶ୍ବର: ଜଗତସିଂହପୁରର ଢିଙ୍କିଆ, ନୂଆଗାଁର ଗଡ଼କୁଜଙ୍ଗରେ ନବୀନ ସରକାର ସମୟରେ JSW ପ୍ଲାଣ୍ଟର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇ ଶିଳାନ୍ୟାସ କରାଯାଇଥିଲା । ବର୍ତ୍ତମାନର ବିଜେପି ସରକାର ସମାନ ପ୍ରକଳ୍ପର ପୁନଃ ଶିଳାନ୍ୟାସ କରି ବାଃ ବାଃ ନେବା ନିନ୍ଦନୀୟ ବୋଲି କହିଛି ବିଜୁ ଜନତା ଦଳ । ଯେଉଁ ପୁଞ୍ଜିନିବେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଣିଥିଲେ, ସେହି JSW ପ୍ଲାଣ୍ଟର ପୁନଃ ଶିଳାନ୍ୟାସ କରି ରାଜ୍ୟବାସୀଙ୍କୁ ଭୁଆଁ ବୁଲାଉଥିବାରୁ ସରକାରଙ୍କ ଉପରେ ବର୍ଷିଛନ୍ତି ବିଜେଡି ମୁଖପାତ୍ର ଡ଼ ଲେନିନ ମହାନ୍ତି ।

ବିଜେଡି ମୁଖପାତ୍ର ଡ଼ ଲେନିନ ମହାନ୍ତି କହିଛନ୍ତି, “ନବୀନ ସରକାରଙ୍କ ଅମଳରେ ‘ମେକ୍ ଇନ୍ ଓଡ଼ିଶା’ କାର୍ଯ୍ୟକ୍ରମରେ ପାରାଦ୍ବୀପ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଢିଙ୍କିଆ ନୂଆଗାଁର ଗଡ଼କୁଜଙ୍ଗରେ JSW ପ୍ଲାଣ୍ଟ ପ୍ରତିଷ୍ଠା କରିବା ପାଇଁ ଚୁକ୍ତି ସ୍ୱାକ୍ଷର ହୋଇଥିଲା । ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ JSW ପ୍ଲାଣ୍ଟର ଭିତ୍ତିପ୍ରସ୍ତର ସ୍ଥାପନା କରି ପ୍ରକଳ୍ପର ଶିଳାନ୍ୟାସ କରିଥିଲେ । ପୂର୍ବ ସରକାର କରିଥିବା କାମକୁ ବର୍ତ୍ତମାନର ବିଜେପି ସରକାର ନିଜ କାମ କହି ଡିଣ୍ଡିମ ପିଟିବା ଅତ୍ୟନ୍ତ ହାସ୍ୟାସ୍ପଦ । ରାଜ୍ୟକୁ ଲକ୍ଷ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ଆସୁଥିବା କଥା ସରକାର କହୁଛନ୍ତି । ବାସ୍ତବରେ କେତେ ପୁଞ୍ଜିନିବେଶ ଆସିଛି ଓ କେତେ ପୁଞ୍ଜି ଗ୍ରାଉଣ୍ଡେଡ ହୋଇଛି, ତାହା ଓଡ଼ିଶାବାସୀଙ୍କ ନିକଟରେ ଉପସ୍ଥାପନା କରନ୍ତୁ ।”
ଲେନିନ ଆହୁରି ମଧ୍ୟ କହିଛନ୍ତି ଯେ, ନିଯୁକ୍ତି ସୃଷ୍ଟି ନାଁରେ ଯୁବବର୍ଗଙ୍କୁ ହତାଶ କରି ତାଙ୍କ ଭାବନା ସହିତ ସରକାର ନ ଖେଳନ୍ତୁ । ପ୍ରକଳ୍ପ ପ୍ରତିଷ୍ଠା ନାଁରେ ମିଛ କହିବାରୁ ସରକାର ନିବୃତ୍ତ ରୁହନ୍ତୁ । ରାଜ୍ୟକୁ ପୁଞ୍ଜିନିବେଶ ଆସିଲେ ପ୍ରମୁଖ ବିରୋଧୀ ଦଳ ହିସାବରେ ବିଜେଡି ସ୍ୱାଗତ କରିବ । କାହିଁକି ନା ପୁଞ୍ଜିନିବେଶ ଆସିବା ଦ୍ୱାରା ରାଜ୍ୟରେ ନିଯୁକ୍ତି ସୃଷ୍ଟି ହେବ, ଯାହା ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜେଡି ସରକାର କରୁଥିଲା । ବର୍ତ୍ତମାନ ସରକାରର ଶିଳ୍ପ ମନ୍ତ୍ରୀ ଶିଳ୍ପର ବିକାଶ ନାଁରେ ନିଜର ବିକାଶ ଅଧିକ କରୁଛନ୍ତି । ଯାହା JSW ପ୍ରତିଷ୍ଠିତ ହୋଇଥିବା ଅଞ୍ଚଳର ଜନସାଧାରଣ ଆଲୋଚନା କରୁଛନ୍ତି ।

“ରାଜ୍ୟରେ କଞ୍ଚାମାଲ, ଭଲ ନେତୃତ୍ୱ ଓ ଆଇନଶୃଙ୍ଖଳା ପରିସ୍ଥିତି ଠିକ ଥିଲେ ନିବେଶ ଆସେ । କିନ୍ତୁ ରାଜ୍ୟରେ ବିଗିଡ଼ି ଯାଇଥିବା ଆଇନଶୃଙ୍ଖଳା ପରିସ୍ଥିତି ଯୋଗୁଁ ନୂତନ ପୁଞ୍ଜିନିବେଶ ପାଇଁ ଶିଳ୍ପପତିମାନେ ମନ ବଳାଉ ନାହାନ୍ତି । ଅପରପକ୍ଷରେ ରାଜ୍ୟକୁ ନୂତନ ପୁଞ୍ଜି ଆଣିବା ବାହାନାରେ ରାଜ୍ୟ ତହବିଲରୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି । ଦେଶ ବିଦେଶ ଭ୍ରମଣ କରିବାରେ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଓ ସଚିବମାନେ ମାତିଛନ୍ତି ।

ଗତ ୨ ବର୍ଷ ଭିତରେ ରାଜ୍ୟରେ ଦୁଷ୍କର୍ମ, ଗଣଦୁଷ୍କର୍ମ, ନାରୀ ନିର୍ଯାତନା ଉଦ୍ବେଗଜନକ ଭାବେ ବୃଦ୍ଧି ପାଇଛି । ପୋଲିସର ନିଷ୍କ୍ରିୟତା ଯୋଗୁଁ ଭିଡ଼ ହିଂସା ଘଟି ନିରୀହ ଜୀବନ ଯାଉଛି । ଏନସିଆରବି ରିପୋର୍ଟ ଅନୁଯାୟୀ ଓଡ଼ିଶା ଏବେ ୧ ନମ୍ବର ସ୍ଥାନରେ ରହିଛି । ପୂର୍ବ ସରକାର କରିଥିବା କାମକୁ ପୁଣିଥରେ କରି ମୁଖ୍ୟମନ୍ତ୍ରୀ ବାହାବା ନେବା ପରିବର୍ତ୍ତେ, ପ୍ରଥମେ ରାଜ୍ୟରେ ଆଇନଶୃଙ୍ଖଳା ଠିକ୍ କରନ୍ତୁ । ନଚେତ ଓଡ଼ିଶାବାସୀ କେବେ କ୍ଷମା ଦେବେ ନାହିଁ ” ବୋଲି ଲେନିନ କହିଛନ୍ତି ।

  • Related Posts

    ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼

    ଧର୍ମଶାଳା: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି। ଯାଜପୁର ଜିଲ୍ଲା ଧର୍ମଶାଳା ଗଡ଼ମଧୁପୁର ପଞ୍ଚାୟତ ପନ୍ତୁରି ଗାଁରେ ଘଟିଛି ଏହି ଘଟଣା। ଏହାର ପ୍ରତିବାଦରେ ଏସ୍‌ପି ଅଫିସ୍ ଆଗରେ ବିଜେଡି କର୍ମୀ ଧାରଣା ଦେଇଛନ୍ତି। ଜିଲ୍ଲାର ପ୍ରମୁଖ ନେତାମାନେ…

    Continue reading
    ‘ବିକଶିତ ଭାରତ’ ନିର୍ମାଣ ପାଇଁ ଭାରତବର୍ଷ ଦୃତ ଗତିରେ ଆଗେଇ ଚାଲିଛି : ଡି.ପୁରନ୍ଦେଶ୍ୱରୀ

    ଭୁବନେଶ୍ୱର: ନାଟକ ବା ପଥପ୍ରାନ୍ତ ନାଟକ ଜରିଆରେ ସରକାରଙ୍କ କଲ୍ୟାଣକାରୀ ଯୋଜନା ଓ ବିକାଶମୁଳକ କାର୍ଯ୍ୟଗୁଡିକୁ ଲୋକଙ୍କ ପାଖରେ ପହଂଚାଇବା ଉଦ୍ଦେଶ୍ୟରେ ‘ନମୋ ସେବା ଗାଥା’ ର ପ୍ରଦର୍ଶନ ଅତ୍ୟନ୍ତ ପ୍ରଶଂସନୀୟ ବୋଲି କହିବା ସହିତ ସେବା ହିଁ ସଂକଳ୍ପ ଏବଂ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ