‘ମୁଖ୍ୟମନ୍ତ୍ରୀଙ୍କ ଜେଏସଡବ୍ଲ୍ୟୁ ପ୍ଲାଣ୍ଟ ଉଦଘାଟନ ଦୁର୍ଭାଗ୍ୟଜନକ’

ଭୁବନେଶ୍ୱର: ଏରସମା-ବାଲିକୁଦାବାସୀଙ୍କ ସହ ବିଶ୍ୱାସଘାତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସ୍ଥାନୀୟ ବାସିନ୍ଦାଙ୍କୁ ନ୍ୟାୟ ନଦେଇ ଶିଳ୍ପର ଶୁଭାରମ୍ଭ କରିଛନ୍ତି । ଜଗତସିଂହପୁର ଢିଙ୍କିଆରେ ଶିଳ୍ପାୟନକୁ ବିରୋଧ କରୁନି କଂଗ୍ରେସ । କିନ୍ତୁ ପ୍ରଭାବିତ ଏବଂ ବିସ୍ଥାପିତଙ୍କ ଅଧିକାରକୁ ମାଗୁଛି ଦଳ । ସରକାର ଏହା ଉପରେ ଗୁରୁତ୍ୱ ଦେଉ ନାହାନ୍ତି । ତରବରିଆ ଭାବରେ ମୁଖ୍ୟମନ୍ତ୍ରୀ ବାଃ ବାଃ ନେବା ପାଇଁ ଚେଷ୍ଟା କରିଛନ୍ତି । ୨୦୧୩ ଜମି ଅଧିଗ୍ରହଣ ଆଇନକୁ ଗୁରୁତ୍ୱ ଦେଇ ନାହାନ୍ତି । ପ୍ରଭାବିତ ଏବଂ ବିସ୍ଥାପିତଙ୍କ ଜୀବନ ଜୀବିକା କଥା ସରକାର ଚିନ୍ତା କରି ନାହାନ୍ତି । ଢିଙ୍କିଆବାସୀ କିଭଳି ନ୍ୟାୟ ପାଇବେ ସେନେଇ କଂଗ୍ରେସ ଗାନ୍ଧୀ ପଥେ ନ୍ୟାୟ ଯାତ୍ରା କରିଥିଲା । ପଦଯାତ୍ରାରେ ସ୍ଥାନୀୟ ଲୋକ ଯୋଡ଼ି ହୋଇଥିଲେ । ଗାନ୍ଧୀ ମାର୍ଗରେ ସରକାରଙ୍କ ଉଦ୍ଦେଶ୍ୟରେ ନିଜର ଦାବିକୁ ଦୋହରାଇ ଥିଲେ । ସରକାର ସେମାନଙ୍କ ସହିତ ବିଚାର ବିମର୍ଶ କରି ନାହାନ୍ତି । ଏହାକୁ ନେଇ ବଡ ଆନ୍ଦୋଳନ କରିବ କଂଗ୍ରେସ । ଏପରି କହିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଜେଏସଡବ୍ଲ୍ୟୁ ଲୌହ ପ୍ଲାଣ୍ଟ ଉଦଘାଟନ ଅବସରରେ ଏପରି କହି ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ପିସିସି ସଭାପତି ।

ପିସିସି ସଭାପତି ଭକ୍ତ ଚରଣ ଦାସ କଂଗ୍ରେସ ଭବନଠାରେ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, “ବିସ୍ଥାପନ ବ୍ୟବସ୍ଥା ଓ କ୍ଷତିପୂରଣ ନ ଦେଇ ମୁଖ୍ୟମନ୍ତ୍ରୀଙ୍କ ଜେଏସଡବ୍ଲ୍ୟୁ ଲୌହ ପ୍ଲାଣ୍ଟ ଉଦଘାଟନ କରିବା ଦୁର୍ଭାଗ୍ୟଜନକ । ବାଲିକୁଦା ଏରସମା ଅଞ୍ଚଳର ପାନ, ମୀନ ଓ ଧାନ ଚାଷ କରୁଥିବା କୃଷକ ଏବଂ ଜଙ୍ଗଲରେ ବାସ କରୁଥିବା ଅଧିବାସୀ ପୋସ୍କୋ ଆନ୍ଦୋଳନ ସମୟରୁ ଦୀର୍ଘ 22 ବର୍ଷ ହେଲା ସେମାନଙ୍କ ଅଧିକାରର ସଂଘର୍ଷ କରି ଆସୁଛନ୍ତି l ବର୍ତ୍ତମାନ ଜେଏସଡବ୍ଲ୍ୟୁର ଦମନମୂଳକ ନୀତି ବିରୋଧରେ ତଥା ସରକାରଙ୍କ ଉପେକ୍ଷାର ଶିକାର ହୋଇ ଦୀର୍ଘ ୮ ଦିନ କାଳ ୪୫ ଡିଗ୍ରୀ ମୁଣ୍ଡଫଟା ଖରାରେ କୁଜଙ୍ଗଠାରୁ ଭୁବନେଶ୍ୱର ପର୍ଯ୍ୟନ୍ତ ଶହ ଶହ ନର ନାରୀ ନ୍ୟାୟପଥେ ଗାନ୍ଧୀ ପଦଯାତ୍ରା କରିଥିଲେ l

ସରକାର ସେମାନଙ୍କ ଦୁଃଖ ଶୁଣିବ ଓ ନ୍ୟାୟ ପ୍ରଦାନ କରିବ ବୋଲି କିନ୍ତୁ ସରକାର ଓଲଟା କଟା ଘାଆରେ ଚୂନ ଦେଲା ପରି ସେଠାକାର ଅଧିବାସୀଙ୍କୁ ଜମି ପଟ୍ଟା ବ୍ୟବସ୍ଥା ନ କରି, କ୍ଷତିପୂରଣ ଆକଳନ ନ କରି ମୁଖ୍ୟମନ୍ତ୍ରୀ ଜେଏସଡବ୍ଲୁର ପ୍ଲାଣ୍ଟ ଉଦଘାଟନ କରିବା ଅତି ନିନ୍ଦନୀୟ ବିଷୟ l ସରକାର ଏରସମା-ବାଲିକୁଦା ଅଞ୍ଚଳ ଲୋକଙ୍କ ପ୍ରତି ବିଶ୍ୱାସଘାତ କରିଛନ୍ତି l ମୁଖ୍ୟମନ୍ତ୍ରୀଙ୍କ ଏଭଳି କାର୍ଯ୍ୟକଳାପ, କୃଷକ, ଦଳିତ ଓ ଆଦିବାସୀଙ୍କ ପ୍ରତି କେତେ ସମବେଦନା ଅଛି ସୂଚାଇ ଦେଉଛି l ମୁଖ୍ୟମନ୍ତ୍ରୀଙ୍କ କମ୍ପାନୀ ପ୍ରୀତି ଯୋଗୁଁ ଆଜି ସାରା ରାଜ୍ୟରେ ଆଦିବାସୀ, ଗରିବ, ଦଳିତ ଓ କୃଷକଙ୍କ ଅବସ୍ଥା ଶୋଚନୀୟ ହୋଇ ପଡିଛି l ସମସ୍ତଙ୍କୁ ତିଳ ତିଳ ହୋଇ କାଳାତିପାତ କରିବାକୁ ଛାଡି ଦିଆଯାଉଛି l ଯଦି ସରକାର ନିରୀହ ଜନତାଙ୍କ ଅଧିକାର ଛଡେଇ ନେବେ, ଉପେକ୍ଷା କରିବେ, ଆଗାମୀ ଦିନରେ ସାରା ରାଜ୍ୟରେ ସରକାରଙ୍କ ବିରୋଧରେ ଘୋର କିନ୍ତୁ ଅହିଂସାତ୍ମକ ଆନ୍ଦୋଳନ ବ୍ୟାପିବ ଓ ଏହାର ପରିଣାମ ସରକାର ଭୋଗିବେ,” ବୋଲି ପିସିସି ସଭାପତି କହିଛନ୍ତି l

ସୂଚନା ଥାଉ କି ଏପ୍ରିଲ ୬ରୁ ୧୪ ତାରିଖ ପର୍ଯ୍ୟନ୍ତ ଜଗତସିଂହପୁର ଢ଼ିଙ୍କିଆରୁ ଭୁବନେଶ୍ୱର ପର୍ଯ୍ୟନ୍ତ ଗାନ୍ଧୀ ପଥେ ନ୍ୟାୟ ଯାତ୍ରା କରିଥିଲା କଂଗ୍ରେସ । ଢ଼ିଙ୍କିଆରେ ବିସ୍ଥାପିତ ଏବଂ ପ୍ରଭାବିତଙ୍କୁ ନ୍ୟାୟ ଦେବା ପାଇଁ ସହ ସହ ସଂଖ୍ୟାରେ ଲୋକମାନେ ଭୁବନେଶ୍ୱର ଆସି ରାଜ୍ୟପାଳଙ୍କୁ ଭେଟି ସ୍ମାରକପତ୍ର ପ୍ରଦାନ କରିଥିଲେ ।

  • Related Posts

    ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼

    ଧର୍ମଶାଳା: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି। ଯାଜପୁର ଜିଲ୍ଲା ଧର୍ମଶାଳା ଗଡ଼ମଧୁପୁର ପଞ୍ଚାୟତ ପନ୍ତୁରି ଗାଁରେ ଘଟିଛି ଏହି ଘଟଣା। ଏହାର ପ୍ରତିବାଦରେ ଏସ୍‌ପି ଅଫିସ୍ ଆଗରେ ବିଜେଡି କର୍ମୀ ଧାରଣା ଦେଇଛନ୍ତି। ଜିଲ୍ଲାର ପ୍ରମୁଖ ନେତାମାନେ…

    Continue reading
    ‘ବିକଶିତ ଭାରତ’ ନିର୍ମାଣ ପାଇଁ ଭାରତବର୍ଷ ଦୃତ ଗତିରେ ଆଗେଇ ଚାଲିଛି : ଡି.ପୁରନ୍ଦେଶ୍ୱରୀ

    ଭୁବନେଶ୍ୱର: ନାଟକ ବା ପଥପ୍ରାନ୍ତ ନାଟକ ଜରିଆରେ ସରକାରଙ୍କ କଲ୍ୟାଣକାରୀ ଯୋଜନା ଓ ବିକାଶମୁଳକ କାର୍ଯ୍ୟଗୁଡିକୁ ଲୋକଙ୍କ ପାଖରେ ପହଂଚାଇବା ଉଦ୍ଦେଶ୍ୟରେ ‘ନମୋ ସେବା ଗାଥା’ ର ପ୍ରଦର୍ଶନ ଅତ୍ୟନ୍ତ ପ୍ରଶଂସନୀୟ ବୋଲି କହିବା ସହିତ ସେବା ହିଁ ସଂକଳ୍ପ ଏବଂ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ