
ଭୁବନେଶ୍ବର: ବିଶ୍ବର ସର୍ବବୃହତ ରାଜନୈତିକ ଦଳ ବିଜେପିର ଆଜି ୪୬ ତମ ପ୍ରତିଷ୍ଠା ଦିବସ । ୪୫ ବର୍ଷ ତଳେ ଆଜିର ଦିନରେ ଅର୍ଥାତ ୬ ଏପ୍ରିଲ ୧୯୮୦ରେ ତିଆରି ହୋଇଥିଲା ଭାରତୀୟ ଜନତା ପାର୍ଟୀ। ବିଜେପିର ପ୍ରତିଷ୍ଠା ଦିବସରେ ସମସ୍ତ ଉତ୍ସର୍ଗୀକୃତ କାର୍ୟ୍ୟକର୍ତ୍ତାଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଆଜି ମହାନ ତପସ୍ୱୀ ଏବଂ ଦେଶପ୍ରେମୀ ନେତୃତ୍ୱଙ୍କୁ ଶ୍ରଦ୍ଧାଞ୍ଜଳିର ଅବସର। ସେବା, ସମର୍ପଣ ଏବଂ ନୀତି ମାଧ୍ୟମରେ ସଂଗଠନକୁ ଜନ ବିଶ୍ୱାସର ପ୍ରତୀକ କରିଥିଲେ। ବିଜେପିର ପ୍ରକୃତ ଶକ୍ତି ଉତ୍ସର୍ଗୀକୃତ କର୍ମୀଙ୍କ ତ୍ୟାଗ, କଠିନ ପରିଶ୍ରମରେ ନିହିତ। ଯେଉଁମାନେ ସଂଗଠନର ବିଚାରଧାରା ପ୍ରତ୍ୟେକ ଗାଁରେ ପହଞ୍ଚାଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାର୍ଗଦର୍ଶନରେ ଦଳୀୟ କର୍ମୀ ବିକସିତ ଭାରତ ପାଇଁ କାମ କରୁଛନ୍ତି। କୋଟି କୋଟି କାର୍ୟ୍ୟକର୍ତ୍ତା ‘ଅନ୍ତ୍ୟୋଦୟ’ ମନ୍ତ୍ର ଉତ୍ସର୍ଗୀକୃତ ଭାବେ କାର୍ୟ୍ୟ କରୁଛନ୍ତି ବୋଲି ସୋସିଆଲ ମିଡିଆରେ ପୋଷ୍ଟ କରି ମନ୍ତ୍ରୀ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।




