ବିଜେପି ମୋ ଠାରୁ ମୋ ବାସଭବନ ଛଡ଼ାଇ ନେଇଛି:ଆତିଶୀ

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହେବାପରେ ଜାତୀୟ ରାଜଧାନୀରେ ରାଜନୀତି ସରଗରମ ହୋଇଛି। ମଙ୍ଗଳବାର ଅପରାହ୍ଣରେ ଏକ ସାମ୍ବାଦିକ ସମ୍ମିଳନୀ କରି ବିଜେପିକୁ ଟାର୍ଗେଟ କରିଛନ୍ତି ମୁଖ୍ୟମନ୍ତ୍ରୀ ଆତିଶୀ। ଗତ ତିନି ମାସ ମଧ୍ୟରେ ଦ୍ୱିତୀୟ ଥର ପାଇଁ ବିଜେପି ମୋ ଠାରୁ ମୋ ବାସଭବନ ଛଡ଼ାଇ ନେଇଛି ବୋଲି କହିଛନ୍ତି ଆତିଶୀ। ଯଦି ଆବଶ୍ୟକ ହୁଏ, ମୁଁ ଯାଇ ସାଧାରଣ ଲୋକଙ୍କ ଘରେ ରହିବି, କିନ୍ତୁ ଦିଲ୍ଲୀର କାମ ବନ୍ଦ ହେବ ନାହିଁ ବୋଲି ସେ କହିଛନ୍ତି। ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ଆତିଶୀ କହିଛନ୍ତି ଯେ ତିନି ମାସ ମଧ୍ୟରେ ଦ୍ୱିତୀୟ ଥର କେନ୍ଦ୍ର ସରକାର ମୋ ପାଇଁ ମୁଖ୍ୟମନ୍ତ୍ରୀ ବାସଭବନ ଆବଣ୍ଟନକୁ ବାତିଲ କରିଦେଇଛନ୍ତି। ବିଜେପି ଭାବୁଛି ଯେ ଆମଠାରୁ ଆମ ଘର ଛଡ଼ାଇ ନେଇ, ଆମକୁ ଦୁର୍ବ୍ୟବହାର କରି, ଆମ ପରିବାର ଲୋକଙ୍କୁ ଡରାଇ ଧମକାଇ ସେମାନେ ଦିଲ୍ଲୀର ଲୋକଙ୍କ ପାଇଁ ହେଉଥିବା କାମ ବନ୍ଦ କରିଦେବେ। ମୁଁ ଦିଲ୍ଲୀର ଲୋକଙ୍କୁ କହିବାକୁ ଚାହେଁ ଯେ ମୋର ଘର ଛଡ଼ାଇ ନେଲେ ମଧ୍ୟ କାମ ବନ୍ଦ ହେବ ନାହିଁ। ଯଦି ଆବଶ୍ୟକ ହୁଏ, ମୁଁ ଯାଇ ଦିଲ୍ଲୀର ଲୋକଙ୍କ ଘରେ ରହିବି ଏବଂ ଦୁଇଗୁଣା ଉତ୍ସାହର ସହ କାମ କରିବି। ଆତିଶୀ ଆହୁରି କହିଛନ୍ତି ଯେ, ବିଜେପି ମୋତେ ମୁଖ୍ୟମନ୍ତ୍ରୀ ବାସଭବନରୁ ବାହାର କରିଦେଇଛି, ଆଜି ମୁଁ ଏକ ପ୍ରତିଜ୍ଞା କରୁଛି ଯେ ଦିଲ୍ଲୀର ପ୍ରତ୍ୟେକ ମହିଳାଙ୍କୁ ମାସକୁ ୨୧୦୦ ଟଙ୍କା, ପ୍ରତ୍ୟେକ ମନ୍ଦିର ପୂଜକ ଓ ଗୁରୁଦ୍ୱାର ଗ୍ରନ୍ଥିଙ୍କୁ ୧୮ ହଜାର ଟଙ୍କା ମାସିକ ଦରମା ଦେଇକି ହିଁ ରହିବି।

  • Related Posts

    ଟାଇଗର ନୁହଁ , ସଲମାନ ଖାନ୍ ଥିଲେ ଟାର୍ଗେଟ୍

    ବଲିଉଡ୍‌ ଅଭିନେତା ଟାଇଗର ଶ୍ରଫ୍‌ଙ୍କ ଉପରେ ଗୁଳିମାଡ଼ ଘଟଣାକୁ ନେଇ ତଦନ୍ତରେ ନୂଆ ତଥ୍ୟ ସାମ୍ନାକୁ ଆସିଛି। ଟାଇଗର ଶ୍ରଫ୍‌ ନୁହଁନ୍ତି, ବରଂ ଅଭିନେତା ସଲମାନ ଖାନ୍ ଥିଲେ ଆକ୍ରମଣକାରୀଙ୍କ ମୂଳ ଟାର୍ଗେଟ୍‌ ବୋଲି ଜଣାପଡ଼ିଛି। ସଲମାନଙ୍କ ଘର ଆଖପାଖରେ କଡ଼ା…

    Continue reading
    ଶେଷ ପର୍ଯ୍ୟାୟରେ ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି

    ନୂଆଦିଲ୍ଲୀ: ଭାରତ ଏବଂ ଆମେରିକା ମଧ୍ୟରେ ଗତ ବର୍ଷେରୁ ଅଧିକ ସମୟରୁ ଚାଲିଥିବା ବାଣିଜ୍ୟ ଚୁକ୍ତି ଆଲୋଚନା ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓଙ୍କ ସମେତ ଅନେକ ବରିଷ୍ଠ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ମୁଁ ବି ଖୁବ୍‌ଶୀଘ୍ର ପିତା ହେବି କହିଲେ ସଲମାନ୍‌ ଖାନ୍‌

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି