ବିଜ୍ଞପ୍ତି ଜାରି, ନିଯୁକ୍ତ ହେବେ ୪୯୬ ଟିଜିଟି ଓଡ଼ିଆ ଶିକ୍ଷକ

ଭୁବନେଶ୍ବର: ହାଇସ୍କୁଲରେ ନିଯୁକ୍ତ ହେବେ ସ୍ୱତନ୍ତ୍ର ଓଡ଼ିଆ ଶିକ୍ଷକ । ଜାରି ହୋଇଥିବା ବିଜ୍ଞପ୍ତିରେ ୧୯୮୪ଟି କଳା ଶିକ୍ଷକ ପଦବିରୁ କେବଳ ୨୫ ପ୍ରତିଶତ ପଦବି ଓଡ଼ିଆ ଶିକ୍ଷକ ନିଯୁକ୍ତି ପାଇଁ ରଖାଯାଇଛି । ଅର୍ଥାତ୍‌ ରାଜ୍ୟରେ ୪୯୬ ଜଣ ଟିଜିଟି ଓଡ଼ିଆ ଶିକ୍ଷକ ନିଯୁକ୍ତ ହେବେ । ଏନେଇ ଆଜି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ପରେ ଓଡ଼ିଶା କର୍ମଚାରୀ ପ୍ରବରଣ ଆୟୋଗ (ଓଏସ୍‌ଏସ୍‌ସି) ବିଜ୍ଞପ୍ତି ପ୍ରକାଶ କରିଛି । ଓଏସ୍‌ଏସ୍‌ସି ଦ୍ୱାରା ଏହି ନିଯୁକ୍ତି ପ୍ରକ୍ରିୟା କରାଯିବ ।
ବିଜ୍ଞପ୍ତି ଅନୁଯାୟୀ ଟିଜିଟି ଓଡ଼ିଆ, କଳା, ସାଇନ୍ସ (ପିସିଏମ୍‌), ସାଇନ୍ସ (ସିବିଜେଡ୍‌), ହିନ୍ଦୀ, କ୍ଲାସିକାଲ ଶିକ୍ଷକ (ସଂସ୍କୃତ), ତେଲୁଗୁ, ଉର୍ଦ୍ଦୁ ଶିକ୍ଷକ ପଦବି ପାଇଁ ନିଯୁକ୍ତି ପ୍ରକ୍ରିୟା କରାଯିବ । ଏହି ଶିକ୍ଷକ ପଦବି ଗ୍ରୁପ-ବି ବର୍ଗର ହୋଇଥିବା ବେଳେ ଏମାନେ ଲେଭଲ-୯ ସହ ମାସିକ ୩୫ ହଜାର ୪୦୦ ଟଙ୍କା ବେତନ ପାଇବେ । ସେହିପରି ଶାରୀରିକ ଶିକ୍ଷା ଶିକ୍ଷକ ପଦ ପାଇଁ ମଧ୍ୟ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହା ଗ୍ରୁପ-ସି ବର୍ଗର ହୋଇଥିବା ବେଳେ ଲେଭଲ-୯ ଅନୁଯାୟୀ ୨୯ ହଜାର ୨୦୦ ଟଙ୍କା ଦରମା ପାଇବେ । ଟିଜିଟି କଳା ପାଇଁ ୧୪୮୮ ପଦବିରେ ନିଯୁକ୍ତି ଦିଆଯିବ । ଟିଜିଟି ଓଡି଼ଆ ପାଇଁ ୪୯୬, ସାଇନ୍ସ (ପିସିଏମ୍‌)ରେ ୧୦୨୦, ସାଇନ୍ସ (ସିବିଜେଡ୍‌)ରେ ୮୮୦, ହିନ୍ଦୀ ୭୧୧, କ୍ଲାସିକାଲ(ସଂସ୍କୃତ)୭୨୯, ତେଲୁଗୁ ୬, ଉର୍ଦ୍ଦୁ ଶିକ୍ଷକ ପାଇଁ ୧୪ଟି ପଦବି ରହିଛି । ସେହିପରି ପିଇଟି ପାଇଁ ୬୮୧ ଜଣ ନିଯୁକ୍ତ ହେବେ । ମୋଟ ୬୦୨୫ଟି ଶିକ୍ଷକ ପଦବିରେ ନିଯୁକ୍ତି ହେବ ।
ତେବେ ଓଡ଼ିଆ ଶିକ୍ଷକ ପଦବି ପାଇଁ ଶିକ୍ଷାଗତ ଯୋଗ୍ୟତ ଓଡି଼ଆରେ ଯୁକ୍ତ ୩ ଓ ସର୍ବନିମ୍ନ ୫୦ ପ୍ରତିଶତ ନମ୍ବର ରଖିଥିବେ ପ୍ରାର୍ଥୀ । ଏଥିସହ ଏନ୍‌ସିଟିଇ ଅନୁମୋଦିତ ବିଏଡ୍‌ କିମ୍ବା ଏମ୍‌ଏଡ୍‌ ଶିକ୍ଷାନୁଷ୍ଠାନରେ ୩ ବର୍ଷିଆ ଇଣ୍ଟିଗ୍ରେଡେଟ୍‌ ବିଏଡ୍‌ କିମ୍ବା ୨ ବର୍ଷିଆ ବିଏଡ୍‌ କରିଥିବା ଆବଶ୍ୟକ । ହିନ୍ଦୀ, ସଂସ୍କୃତ, ତେଲୁଗୁ, ଉର୍ଦ୍ଦୁରେ ବିଏଡ୍‌ କିମ୍ବା ସ୍ୱତନ୍ତ୍ର ବିଏଡ୍‌ କରିଥିଲେ ଓଡି଼ଆ ଶିକ୍ଷକ ପଦବି ପାଇଁ ଆବେଦନ କରିପାରିବେ ନାହିଁ । ପ୍ରାର୍ଥୀ ଚୟନ ପାଇଁ ଲିଖିତ ପରୀକ୍ଷା ହେବ । ଏଥିରେ ୧୫୦ଟି ଏମ୍‌ସିକ୍ୟୁ ପ୍ରକାରର ପ୍ରଶ୍ନ ଆସିବ । ପ୍ରତ୍ୟେକ ପ୍ରଶ୍ନ ୧ ନମ୍ବର ବିଶିଷ୍ଟ ହେବ । ଏଥିରେ ସ୍ନାତକ ସ୍ତରର ପ୍ରଶ୍ନ ଆସିବ । ଯେଉଁଥିରେ ଓଡ଼ିଆ, ଶିକ୍ଷାଦାନ ଓ ମୂଲ୍ୟାଙ୍କନରୁ ପ୍ରଶ୍ନ ଆସିବ । ପରୀକ୍ଷାର୍ଥୀମାନେ ଓଡ଼ିଆରେ ପରୀକ୍ଷା ଦେବେ ।

  • Related Posts

    ମା ବନଦୁର୍ଗାଙ୍କ ମହାସପ୍ତମୀ ପୂଜା, ଉତ୍ସବମୁଖର ରାଇକିଆ

    ରାଇକିଆ: କନ୍ଧମାଳ ଜିଲ୍ଲା ରାଇକିଆରେ ମା ବନଦୁର୍ଗାଙ୍କ ମହାସପ୍ତମୀ ପୂଜା ଆରମ୍ଭ ହୋଇଛି। ମା ଙ୍କ ଆବାହନ ସହ ପୂଜାମଣ୍ଡପରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିବା ବେଳେ ଦର୍ଶନ ପାଇଁ ଭକ୍ତଙ୍କ ଆଗମନ ଆରମ୍ଭ ହୋଇଛି। ଚଳିତ ବର୍ଷ ରାଇକିଆରେ ୫୨ତମ…

    Continue reading
    କୋଟିଆ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନିରବ କାହିଁକି: କଂଗ୍ରେସ

    ଭୁବନେଶ୍ବର: ଆନ୍ଧ୍ର ସରକାର ପଞ୍ଚାୟତ ନିର୍ବାଚନ ଘୋଷଣା କରିବା ପରେ କୋଟିଆ ଏକ ବଡ଼ ପ୍ରସଙ୍ଗ ଭାବେ ଉଭା ହୋଇଛି। ଆନ୍ଧ୍ର ସରକାରଙ୍କ ପାର୍ବତୀପୁରମ ମାନ୍ୟମ ନୂଆ ଜିଲ୍ଲାର ଅଧିକାରୀ କୋଟିଆ ଅଞ୍ଚଳରେ ପ୍ରବେଶ କରି ପଞ୍ଚାୟତ ନିର୍ବାଚନ କରିବା ପାଇଁ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ମୁଁ ବି ଖୁବ୍‌ଶୀଘ୍ର ପିତା ହେବି କହିଲେ ସଲମାନ୍‌ ଖାନ୍‌

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି