ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ସାଂସ୍କୃତିକ ପରିଷଦର ୧୧ତମ ବାର୍ଷିକ ଉତ୍ସବ, ମଞ୍ଚସ୍ଥ ହେଲା ନାଟକ ‘ସଳିତା’

ଭୁବନେଶ୍ୱର,୧୫/୧୦/୨୦୨୫: ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ସାଂସ୍କୃତିକ ପରିଷଦର ବାର୍ଷିକ ଉତ୍ସବ ସ୍ଥାନୀୟ ରବୀନ୍ଦ୍ର ମଣ୍ଡପ ଠାରେ ପାଳିତ ହୋଇଛି । ଏହି ଅବସରରେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଜ୍ଞାନର ଉପଯୋଗୀତା ଦ୍ୱାରା ମାନବ ଜୀବନ କଲ୍ୟାଣ ସମ୍ପର୍କରେ ଆଲୋକପାତ କରିଥିଲେ । ଏହାର ସଠିକ ପରିଚାଳନା ହିଁ ସମାଜରେ ଅନେକ ସକାରାତ୍ମକ ପରିବର୍ତ୍ତନ ଆଣିଥାଏ ବୋଲି ସେ ଉଲ୍ଲେଖ କରିଥିଲେ।ଜାତିର ପ୍ରଗତି ପାଇଁ ବିଜ୍ଞାନ ତଥା ପ୍ରଯୁକ୍ତିବିଦ୍ୟାର ଆବଶ୍ୟକତା ସହ କଳା, ସାହିତ୍ୟ, ସଂସ୍କୃତିର ବିକାଶ ଓ ପରିପ୍ରକାଶ ଏକାନ୍ତ ଅପରିହାର୍ଯ୍ୟ । ଏକ ମୂଲ୍ୟବୋଧଭିତ୍ତିକ ସୁରୁଚିସଂପନ୍ନ ସମାଜ ଗଢ଼ିବାରେ ଏହା ଯଥେଷ୍ଟ ସହାୟକ ହୁଏ । ବାର୍ଷିକ ଉତ୍ସବ ପାଳନ ଦ୍ୱାରା ପାରସ୍ପରିକ ସଦଭାବ ଦୃଢ଼ ହୋଇଥାଏ ଏବଂ କାର୍ଯ୍ୟକ୍ଷେତ୍ରରେ ଏହାର ସୁପ୍ରଭାବ ପଡିଥାଏ ବୋଲି ସେ କହିଥିଲେ । ସେହିଭଳି ସମ୍ମାନନୀୟ ଅତିଥି ଭାବେ ଓଡିଶା ମହାକାଶ ଉପଯୋଗ କେନ୍ଦ୍ର ମୁଖ୍ୟ କାର୍ଯ୍ୟନିର୍ବାହୀ ଶ୍ରୀମତୀ ରଶ୍ମିତା ପଣ୍ଡା ଯୋଗ ଦେଇ ମଣିଷର କର୍ମ ହିଁ ଜୀବନାଦର୍ଶର ମାର୍ଗ ଉନ୍ମୁକ୍ତ କରିଥାଏ ବୋଲି କହିଥିଲେ । ଓଡ଼ିଶାର ପ୍ରତ୍ୟେକ ବ୍ୟକ୍ତିଙ୍କ ନିକଟରେ କଳା, ସଂସ୍କୃତିର ଲୁକ୍କାୟିତ ପ୍ରତିଭା ଲୁଚି ରହିଛି ଏବଂ ଏଭଳି କାର୍ଯ୍ୟକ୍ରମ ଏହାକୁ ଆହୁରି ସୁଦୃଢ କରିବ ବୋଲି ସେ କହିଥିଲେ । ସେହିଭଳି ପରିଷଦର ସଭାପତି ତଥା ବିଭାଗୀୟ ଅତିରିକ୍ତ ଶାସନ ସଚିବ ଶ୍ରୀମତୀ ଶିବାନୀ ମହାନ୍ତି ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ଉତ୍ସବ ପାଳନ ଆବଶ୍ୟକତା ସମ୍ପର୍କରେ ଉଲ୍ଲେଖ କରୁଥିଲେ । ସାଂସ୍କୃତିକ ପରିଷଦର ସାଧାରଣ ସମ୍ପାଦକ ଶ୍ରୀ ପଦ୍ମଲୋଚନ ଦାସ ବାର୍ଷିକ ବିବରଣୀ ପାଠ କରିଥିଲେ । ପରିଷଦର ଉପ ସଭାପତି ତଥା ପଠାଣି ସାମନ୍ତ ପ୍ଲାନେଟାରିୟମ ନିର୍ଦ୍ଦେଶକା ଶ୍ରୀମତୀ ଉର୍ମିପ୍ରଭା ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ପରିଷଦର ବାର୍ଷିକ ପତ୍ରିକା ବିଜ୍ଞାନ କଳିକା-୨୦୨୫ ଉନ୍ମୋଚିତ ହୋଇଛି । ଏଥିସହ ନାଟକ ‘ସଳିତା’ ପରିବେଷଣ ହୋଇଛି। ନାଟ୍ୟକାର ଜଷ୍ଟିସ ଅରୁଣ ପରିଛା, ନିର୍ଦ୍ଦେଶକ ଶ୍ରୀ ଅବିନାଶ ଦଣ୍ଡପାଟ, ସହ ନିର୍ଦ୍ଦେଶକ ଶ୍ରୀ ଅଭିଷେକ ନାୟକ, ସଙ୍ଗୀତ ନିର୍ଦ୍ଦେଶକ ଶ୍ରୀ ବିନୟ ଦାସ ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

  • Related Posts

    ‘ହର୍ ଘର୍ ଜଲ୍’ ଲକ୍ଷ୍ୟ ପୂରଣ ପାଇଁ ଓଡିଶାରେ ସ୍ପଷ୍ଟ ରୋଡମ୍ୟାପ ପ୍ରସ୍ତୁତ- ମୁଖ୍ୟମନ୍ତ୍ରୀ

    ଭୁବନେଶ୍ୱର,୨୪/୦୩/୨୦୨୬: ଓଡିଶାରେ ଜଳ ଜୀବନ ମିଶନ 2.0ର କାର୍ଯ୍ୟକାରିତା ଉଦ୍ଦେଶ୍ୟରେ ଆଜି ନୂଆଦିଲ୍ଲୀ ଠାରେ କେନ୍ଦ୍ର ଜଳ ଶକ୍ତି ମନ୍ତ୍ରାଳୟ ଏବଂ ଓଡିଶା ସରକାରଙ୍କ ମଧ୍ୟରେ ଏକ MoU ସ୍ଵାକ୍ଷର ହୋଇଛି | ଆଭାସୀ ମାଧ୍ୟମରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଲୋକସେବା…

    Continue reading
    ସଚିବାଳୟର ଅଧିକାରୀମାନଙ୍କ ପାଇଁ ‘ପୋଶ୍’ ସଚେତନତା କର୍ମଶାଳା

    ଭୁବନେଶ୍ୱର, ୨୪/୦୩/୨୦୨୬: କର୍ମକ୍ଷେତ୍ରରେ ମହିଳାମାନଙ୍କ ଯୌନ ନିର୍ଯାତନା (ପ୍ରତିରୋଧ, ନିଷେଧ ଏବଂ ନିରାକରଣ) ଅଧିନିୟମ, ୨୦୧୩ (POSH Act) ଉପରେ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଏକ କର୍ମଶାଳା ଭୁବନେଶ୍ୱରସ୍ଥିତ ରାଜ୍ୟ ସଚିବାଳୟର ଅଧିକାରୀମାନଙ୍କ ପାଇଁ ଅନୁଷ୍ଠିତ ହୋଇଯାଇଛି।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ