ବିଦ୍ୟାଳୟ ଏବଂ ଉଚ୍ଚଶିକ୍ଷାନୁଷ୍ଠାନ ମଧ୍ୟରେ ଶିକ୍ଷାଗତ ରେକର୍ଡ ସ୍ଥାନାନ୍ତରକୁ ସହଜକରିଛି ଡିଜିଟାଲ ଇଣ୍ଡିଆ

ଡିଜିଟାଲ ଇଣ୍ଡିଆ ଅଭିଯାନକୁ ଜୁଲାଇ ପହିଲାରେ ୧୧ ବର୍ଷ ପୂରଣ ହୋଇଛି। ଶିକ୍ଷା ଠାରୁ ଆରମ୍ଭ କରି ପ୍ରତ୍ୟେକ କ୍ଷେତ୍ରରେ ଭାରତ ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମିକୁ ମଜବୁତ କରି ପ୍ରଶାସନକୁ ଅଧିକ ସ୍ୱଚ୍ଛ, ସୁଲଭ ଏବଂ ନାଗରିକ କୈନ୍ଦ୍ରିକ କରିଛି।ଶିକ୍ଷା କ୍ଷେତ୍ରରେ, ଡିଜିଟାଲ ଇଣ୍ଡିଆ ଜାତୀୟ ଶିକ୍ଷା ନୀତି (ଏନଇପି) ୨୦୨୦ଅନୁଯାୟୀ ଜୀବନବ୍ୟାପୀ ଶିକ୍ଷା, ଶୈକ୍ଷିକ ଗତିଶୀଳତା ଏବଂ ସୁରକ୍ଷିତ ଡିଜିଟାଲ ପ୍ରମାଣପତ୍ରକୁ ପ୍ରୋତ୍ସାହିତ କରୁଥିବା ଡିଜିଟାଲ ପ୍ଲାଟଫର୍ମଗୁଡ଼ିକର ବିକାଶକୁ ସମର୍ଥନ କରିଛି। ଏକାଡେମିକ୍ ବ୍ୟାଙ୍କ ଅଫ୍ କ୍ରେଡିଟ୍ସ (ଏବିସି) ଏବଂ ନେସନାଲ ଏକାଡେମିକ୍ ଡିପୋଜିଟୋରୀ (ଏନଏଡି) ଏହି ପରିବର୍ତ୍ତନକୁ ଆଗେଇ ନେଉଥିବା ପ୍ରମୁଖ ପଦକ୍ଷେପ ମଧ୍ୟରୁ ଅନ୍ୟତମ।

ଶିକ୍ଷା ମନ୍ତ୍ରଣାଳୟର ଏକ କାର୍ଯ୍ୟକ୍ରମ ରୂପେ ଏକାଡେମିକ୍ ବ୍ୟାଙ୍କ ଅଫ୍ କ୍ରେଡିଟ୍ସକୁ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ଦ୍ୱାରା ପରିଚାଳନା କରାଯାଉଛି । ଏହା ହେଉଛି ସ୍ୱୀକୃତିପ୍ରାପ୍ତ ଉଚ୍ଚଶିକ୍ଷା ପ୍ରତିଷ୍ଠାନରୁ ଛାତ୍ରଛାତ୍ରୀଙ୍କ ଦ୍ୱାରା ଅର୍ଜିତ ଶୈକ୍ଷିକ କ୍ରେଡିଟ୍ ସଂରକ୍ଷଣ, ସ୍ଥାନାନ୍ତର ଏବଂ ଉପଯୋଗ କରିବା ପାଇଁ ଏକ ଡିଜିଟାଲ୍ ପ୍ଲାଟଫର୍ମ। ଏହା ବହୁମୁଖି ପ୍ରବେଶ ଏବଂ ପ୍ରସ୍ଥାନ, କ୍ରେଡିଟ୍‌ ହସ୍ତାନ୍ତର ଏବଂ ନମନୀୟ ଶିକ୍ଷା ପଥକୁ ସୁଗମ କରି ଜାତୀୟ ଶିକ୍ଷା ନୀତି ଏବଂ ଜାତୀୟ କ୍ରେଡିଟ୍‌ ଫ୍ରେମୱାର୍କକୁ ସମର୍ଥନ କରିଥାଏ।

ସ୍ୱୟଂଚାଳିତ ସ୍ଥାୟୀ ଏକାଡେମିକ୍ ଆକାଉଣ୍ଟ୍ ରେଜିଷ୍ଟ୍ରି – ଅପାର ସହ ସମନ୍ୱିତ ଏବିସି ପ୍ରତ୍ୟେକ ଶିକ୍ଷାର୍ଥୀଙ୍କୁ ଏକ ଅନନ୍ୟ ଜୀବନବ୍ୟାପୀ ଶୈକ୍ଷିକ ପରିଚୟ ପ୍ରଦାନ କରେ । ଏହା ଏକୀକୃତ ଡିଜିଟାଲ୍ ପ୍ଲାଟଫର୍ମ ମାଧ୍ୟମରେ ସ୍କୁଲ ଶିକ୍ଷା, ଉଚ୍ଚଶିକ୍ଷା, ଦକ୍ଷତା ବିକାଶ ଏବଂ ଅନ୍ୟାନ୍ୟ ସ୍ୱୀକୃତିପ୍ରାପ୍ତ ଶିକ୍ଷଣ କାର୍ଯ୍ୟକ୍ରମଗୁଡ଼ିକରେ ଶୈକ୍ଷିକ ରେକର୍ଡଗୁଡ଼ିକୁ ସୁରକ୍ଷିତ ଉପଯୋଗକୁ ସକ୍ଷମ କରିଥାଏ।

ବର୍ତ୍ତମାନ ସୁଦ୍ଧା ୨,୯୬୩ଟି ଉଚ୍ଚଶିକ୍ଷା ପ୍ରତିଷ୍ଠାନ ଏବିସିପ୍ଲାଟଫର୍ମରେ ପଞ୍ଜୀକୃତ ହୋଇଛି। ୨୬.୨୯କୋଟିରୁ ଅଧିକ ଅପାରଆଇଡିସୃଷ୍ଟି ହୋଇଛି । ସେହିପରି ୧୧୦.୬୫କୋଟିରୁ ଅଧିକ ଶିକ୍ଷାଗତ ରେକର୍ଡ ଅପଲୋଡ୍ କରାଯାଇଛି । ଏବିସି ସୁରକ୍ଷିତ ଡିଜିଟାଲ୍ ରେକର୍ଡ ସହିତ କାଗଜପତ୍ର ଆବଶ୍ୟକତାକୁ ସମାପ୍ତ କରିଥାଏ। ଏହା ଶିକ୍ଷାଗତ ପ୍ରଶାସନକୁ ସରଳ କରିଥାଏ । ଏଥିସହିତ ଛାତ୍ରଛାତ୍ରୀଙ୍କୁ ଅନଲାଇନରେ ଶିକ୍ଷାଗତ କ୍ରେଡିଟ୍ ହାସଲ, ସ୍ଥାନାନ୍ତର ଏବଂ ଉପଯୋଗ କରିବାରେ ସକ୍ଷମ କରିଥାଏ।

ଅନୁରୂପ ଭାବେ ନେସନାଲ ଏକାଡେମିକ୍ ଡିପୋଜିଟୋରୀ (ଏନଏଡି) ହେଉଛି ଶିକ୍ଷାଗତ ଉପାଧିର ଏକ ୨୪ ଘଣ୍ଟିଆଅନଲାଇନ୍ ଭଣ୍ଡାର। ଏହା ଶିକ୍ଷାନୁଷ୍ଠାନଗୁଡ଼ିକୁ ଏକ ସୁରକ୍ଷିତ ଡିଜିଟାଲ୍ ଫର୍ମାଟରେ ଶିକ୍ଷାଗତ ପ୍ରମାଣପତ୍ର, ଡିଗ୍ରୀ, ଡିପ୍ଲୋମା ଏବଂ ମାର୍କ ସିଟ୍ ଜାରି, ସଂରକ୍ଷଣ ଏବଂ ଯାଞ୍ଚକୁ ସକ୍ଷମ କରିଥାଏ।ଭୌତିକ ପ୍ରମାଣପତ୍ର ସ୍ଥାନରେ ଏନଏଡିରେ ଥିବାଡିଜିଟାଲ୍ ପ୍ରମାଣିତ ରେକର୍ଡ ପ୍ରଶାସନିକ ଖର୍ଚ୍ଚ ହ୍ରାସ କରେ, କାଗଜପତ୍ର ଉପଯୋଗକୁ ହ୍ରାସ କରେ ଏବଂ ଶିକ୍ଷାଗତ ଦସ୍ତାବିଜରନଷ୍ଟ କିମ୍ବା କ୍ଷତିର ଆଶଙ୍କାକୁ ଦୂର କରେ।

ଛତିଶଗଡର ଭିଲାଇରେ ଥିବା ରୁଙ୍ଗଟା ଇଣ୍ଟରନେସନାଲ ସ୍କିଲ୍ସ ୟୁନିଭରସିଟିର ଏମବିଏଛାତ୍ରୀ ଅଞ୍ଜଳି ରାଠୋର କହିଛନ୍ତି, ଅପାର୍‌ ଆଇଡିଯାଞ୍ଚ ପ୍ରକ୍ରିୟାକୁ ସରଳ କରିଛି ଏବଂ କାଗଜପତ୍ରକୁ ଯଥେଷ୍ଟ ହ୍ରାସ କରିଛି। ଆବଶ୍ୟକତା ସମୟରେ ସେ ସହଜରେ ତାଙ୍କର ଶିକ୍ଷାଗତ ପ୍ରମାଣପତ୍ର ପାଇପାରୁଛନ୍ତି । ଫଳରେ ସେମିନାର, ପ୍ରତିଯୋଗିତା, ଇଣ୍ଟର୍ନସିପ୍ ଏବଂ ସ୍କଲାରସିପ୍ ପାଇଁ ଆବେଦନ ଅଧିକ ସୁବିଧାଜନକ ହୋଇଛି ।

ଛତିଶଗଡ଼ର ଦୁର୍ଗରେ ଥିବା ସରକାରୀ ଭିୱାଇଟି ପିଜିସ୍ୱୟଂଶାସିତ କଲେଜର ଛାତ୍ର ଆଶିଷ ତିୱାଙ୍ଗନ କହିଛନ୍ତି ଯେ ଅପାର୍‌ ଆଇଡି ତାଙ୍କ ଶିକ୍ଷା ପରିଚାଳନାକୁ ବହୁତ ସହଜ କରିଛି। ତାଙ୍କର ମାର୍କ ସିଟ୍, ସାର୍ଟିଫିକେଟ୍ ଓ ଶିକ୍ଷାଗତ ରେକର୍ଡ ଏବେ ଡିଜିଟାଲ୍ ଭାବରେ ସୁରକ୍ଷିତ ଏବଂ ଆବଶ୍ୟକ ହେଲେ ସହଜରେ ଉପଯୋଗ ହୋଇପାରୁଛି ।

ଏବିସି, ଏନଏଡି, ଅପାର ଏବଂ ଡିଜିଲକରର ସମନ୍ୱୟ ଏକ ସଂଯୁକ୍ତ ଡିଜିଟାଲ୍ ଏକାଡେମିକ୍ ଇକୋସିଷ୍ଟମ୍ ସୃଷ୍ଟି କରିଛି ।ଏହା ସୁରକ୍ଷିତ ସଂରକ୍ଷଣ, ନିର୍ବିଘ୍ନ ବିନିମୟ ଏବଂ ଶିକ୍ଷାଗତ ରେକର୍ଡର ଡିଜିଟାଲ୍ ଯାଞ୍ଚକୁ ସକ୍ଷମ କରିଥାଏ।ଏସବୁ ପ୍ରୟାସ ଏନଇପି ୨୦୨୦ର ଉଦ୍ଦେଶ୍ୟ ସାଧନ କରିବାରେ ସକ୍ଷମ ହୋଇଛି । ଗତ ୧୧ ବର୍ଷ ମଧ୍ୟରେ ଡିଜିଟାଲ ଇଣ୍ଡିଆ ଶିକ୍ଷାଗତ ସେବା ବିତରଣକୁ ରୂପାନ୍ତରିତ କରିଛି। ବିଶ୍ୱସ୍ତ ଓ ନାଗରିକ କୈନ୍ଦ୍ରିକ ଡିଜିଟାଲ ଶିକ୍ଷା ବିକଶିତ ଭାରତ ଲକ୍ଷ୍ୟକୁ ସମର୍ଥନ କରୁଛି ।

  • Related Posts

    ମନ୍ଦିରରେ ଦଳାଚକଟା: ୭ ଶ୍ରଦ୍ଧାଳୁଙ୍କ ମୃତ୍ୟୁ

    ବିହାରର ଲକ୍ଷୀସରାଇ ଜିଲ୍ଲାସ୍ଥିତ ଅଶୋକ ଧାମ ମନ୍ଦିରରେ ସୋମବାର ଦଳାଚକଟାରେ ୭ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିଥିବା ବେଳେ ୧୨ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି। ପ୍ରାରମ୍ଭିକ ସୂଚନା ଅନୁଯାୟୀ, ଏକ ବିଦ୍ୟୁତ୍ ତାର ଛିଣ୍ଡିଯିବାରୁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା…

    Continue reading
    ହୋଟେଲରେ ଅଗ୍ନିକାଣ୍ଡ, 7 ମୃତ

    କଲିକତା : ଆଜି ସକାଳୁ ପଶ୍ଚିମବଙ୍ଗ ବୀରଭୂମିର ତାରାପୀଠରେ ଏକ ଘରୋଇ ହୋଟେଲରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଏହି ଘଟଣାରେ 7 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି । ସେମାନଙ୍କୁ ଉଦ୍ଧାର କରାଯାଇ ରାମପୁରହାଟ ମେଡିକାଲ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ