ବିଧାୟକ ସୌଭିକ ବିଶ୍ୱାଳଙ୍କ ଘରେ ଦିଲ୍ଲୀପ ରାୟ

କଟକସଦର: ରାଜ୍ୟ ରାଜନୀତିରେ ନୂଆ ସମୀକରଣ। ବିଜୁ ଲିଗାସୀର ପଡ଼ିବ କି ମୂଳଦୁଆ ? ଚୌଦ୍ଵାର କଟକ ବିଧାୟକ ସୌଭିକ ବିଶ୍ଵାଳଙ୍କ ମହାନଦୀ ବିହାର ସ୍ଥିତ ବାସଭବନରେ ଶନିବାର ସକାଳ ୧୦ଟାରେ ହଠାତ୍ ପହଞ୍ଚିଗଲେ ରାଜ୍ୟସଭା ସାଂସଦ ଦିଲ୍ଲୀପ ରାୟ। ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳଙ୍କ ସହ ପ୍ରାୟ ୨୦ମିନିଟରୁ ଉର୍ଦ୍ଧ୍ବ ସମୟ ଧରି କଲେ ଗୁପ୍ତ ବୈଠକ। ପୂର୍ବରୁ ବିଜୁ ଜୟନ୍ତୀରେ ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ, ପ୍ରଭାତ ବିଶ୍ଵାଳ ଏବଂ ବିଜୟ ମହାପାତ୍ରଙ୍କ ସହ ଏକାଠି ହୋଇଥିଲେ ବହୁ ବିଜୁ ଲିଗାସୀ ନେତା।

​​​​​​​ସୂଚନାନୁଯାୟୀ, ଶନିବାର ସକାଳ ୧୦ଟାରେ ସାଂସଦ ଦିଲ୍ଲୀପ ରାୟ ଚୌଦ୍ଵାର କଟକ ବିଧାୟକ ସୌଭିକ ବିଶ୍ଵାଳଙ୍କ ବାସଭବନରେ ପହଞ୍ଚିଥିଲେ। ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳଙ୍କ ସହ ପ୍ରାୟ ୨୦ମିନିଟରୁ ଉର୍ଦ୍ଧ୍ବ ସମୟ ଧରି ଗୁପ୍ତ ବୈଠକ କରିଥିଲେ। ପରେ ବିଧାୟକ ସୌଭିକ ବିଶ୍ଵାଳ ଓ ତାଙ୍କ ମାଆ ଲକ୍ଷ୍ମୀ ବିଳାସିନୀ ବିଶ୍ଵାଳ, ଝିଅଙ୍କ ସହ କଥାବାର୍ତ୍ତା କରି ଫେରିଥିଲେ । ଆସନ୍ତାକାଲି ରବିବାର ଦିନ ପ୍ରଭାତ ବିଶ୍ଵାଳ ଚାଉଳିଆଗଞ୍ଜ ଖେଳ ପଡ଼ିଆରେ ପ୍ରାୟ ୧୫ହଜାରରୁ ଉର୍ଦ୍ଧ୍ବ ସମର୍ଥକଙ୍କୁ ନେଇ ଏକ ବନ୍ଧୁ ମିଳନର କାର୍ଯ୍ୟକ୍ରମ କରିବେ। ଏହି ବୈଠକରେ ରାଜନୈତିକ ଯୋଜନା ଓ ଆଗାମୀ କୌଶଳ ନେଇ ଆଲୋଚନା ହୋଇଥିବା ବେଶ ଚର୍ଚ୍ଚା ହେଉଛି।

  • Related Posts

    ହଠାତ୍‌ ଥରିଲା ଫୋନ, ଆସିଲା ଆଲର୍ଟ ମେସେଜ

    ଭୁବନେଶ୍ୱର: ସମୟ ପୂର୍ବାହ୍ନ 11.43…ହଠାତ୍‌ ଥରି ଉଠିଲା ମୋବାଇଲ । କିଏ ମୋବାଇଲରେ ଫେସବୁକ ଚଲାଉଥିଲା ତ ଆଉ କିଏ ହ୍ବାଟ୍ସଆପରେ ନିଜ ବନ୍ଧୁଙ୍କ ସହ ଚାଟିଂ କରୁଥିଲା । ହଠାତ୍‌ ମୋବାଇଲ ଥରିବା ଦେଖି ଭୟଭୀତ ହୋଇ ପଡ଼ିଥିଲେ ସଭିଏଁ…

    Continue reading
    ବନ୍ୟା, ବାତ୍ୟା ଆସିଲେ ମୁକାବିଲା ପାଇଁ ଆମେ ପ୍ରସ୍ତୁତ:ମନ୍ତ୍ରୀ

    ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟା ଆକଳନ ନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ପ୍ରତିକ୍ରିୟା ରଖି କହିଛନ୍ତି, ବାତ୍ୟା, ବନ୍ୟା ଏବଂ ହିଟ୍ ୱେଭ ପ୍ରବଣ ରାଜ୍ୟ ହେଉଛି ଓଡ଼ିଶା। ଏପ୍ରିଲ ମାସ ସନ୍ଧ୍ୟାରେ ଝଡ଼ ବି ହୁଏ, ମେ’ରେ ବାତ୍ୟା ହେବା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ