ଦହିବରା ଖାଇ ୫୦ରୁ ଅଧିକ ଝାଡାବାନ୍ତିରେ ଆକ୍ରାନ୍ତ

ଦଶରଥପୁର: ଦଶରଥପୁର ବ୍ଲକ ଜୟନ୍ତରା ପଞ୍ଚାୟତ ପାଟପୁର ଗ୍ରାମରେ ଅଭାବନୀୟ ଘଟଣା। ଦହିବରା ଖାଇ ଗ୍ରାମର ୫୦ରୁ ଅଧିକ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଥିବା ବେଳେ ୩୦ ଜଣ ଗୁରୁତର ହୋଇ ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି। ଚିକିତ୍ସିତଙ୍କ ମଧ୍ୟରେ ୫ଜଣ ଶିଶୁ ଓ ୧୫ଜଣ ମହିଳା ଥିବା ଜଣାପଡିଛି। ଘଟଣାର ଗୁରୁତ୍ବକୁ ଦୃଷ୍ଟିରେ ରଖି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ଏକ ଟିମ ଗ୍ରାମରେ ପହଞ୍ଚି ଦହିବରା ଖାଇଥିବା ଅନ୍ୟମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉପରେ ଛାନଭିନ କରୁଛି।

​​​​​​​ଗତକାଲି ସକାଳ ପ୍ରାୟ ସାଢେ ୯ଟା ରେ ଗ୍ରାମର ୫୦ରୁ ଅଧିକ ଲୋକ ନିକଟସ୍ଥ ଝୁମ୍ପୁରୀ ଅଞ୍ଚଳର ଜୈନିକ ଦହିବରା ବିକାଳିଙ୍କ ନିକଟରୁ ଦହିବରା ଖାଇଥିଲେ। ଦହିବରା ଖାଇବାର ଅଧ ଘଣ୍ଟା ପରେ ଜଣେ ପରେ ଜଣେ ଝାଡା ବାନ୍ତିରେ ଆକ୍ରାନ୍ତ ହୋଇପଡିଥିଲେ।କିଛି ଆକ୍ରାନ୍ତ ଦଶରଥପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ଆସିଥିଲେ । ସେମାନଙ୍କ ମଧ୍ୟରୁ କିଛି ବିଳମ୍ବିତ ରାତିରେ ଗୁରୁତର ହୋଇପଡିବାରୁ ଡାକ୍ତରଙ୍କ ପରାମର୍ଶ କ୍ରମେ ସେମାନଙ୍କୁ ଜିଲ୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ସ୍ଥାନାନ୍ତରିତ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୧୫ମହିଳା,୫ଶିଶୁଙ୍କ ସମେତ ୩୦ରୁ ଅଛନ୍ତି । ଅପରପକ୍ଷେ ଘଟଣାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ବିଭାଗର ଏକ ଟିମ ଆଜି ସକାଳେ ପାଟପୁର ଗ୍ରାମରେ ପହଞ୍ଚି ସ୍ଥିତି ଉପରେ ନଜର ରଖିଛି।

  • Related Posts

    ହଠାତ୍‌ ଥରିଲା ଫୋନ, ଆସିଲା ଆଲର୍ଟ ମେସେଜ

    ଭୁବନେଶ୍ୱର: ସମୟ ପୂର୍ବାହ୍ନ 11.43…ହଠାତ୍‌ ଥରି ଉଠିଲା ମୋବାଇଲ । କିଏ ମୋବାଇଲରେ ଫେସବୁକ ଚଲାଉଥିଲା ତ ଆଉ କିଏ ହ୍ବାଟ୍ସଆପରେ ନିଜ ବନ୍ଧୁଙ୍କ ସହ ଚାଟିଂ କରୁଥିଲା । ହଠାତ୍‌ ମୋବାଇଲ ଥରିବା ଦେଖି ଭୟଭୀତ ହୋଇ ପଡ଼ିଥିଲେ ସଭିଏଁ…

    Continue reading
    ବନ୍ୟା, ବାତ୍ୟା ଆସିଲେ ମୁକାବିଲା ପାଇଁ ଆମେ ପ୍ରସ୍ତୁତ:ମନ୍ତ୍ରୀ

    ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟା ଆକଳନ ନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ପ୍ରତିକ୍ରିୟା ରଖି କହିଛନ୍ତି, ବାତ୍ୟା, ବନ୍ୟା ଏବଂ ହିଟ୍ ୱେଭ ପ୍ରବଣ ରାଜ୍ୟ ହେଉଛି ଓଡ଼ିଶା। ଏପ୍ରିଲ ମାସ ସନ୍ଧ୍ୟାରେ ଝଡ଼ ବି ହୁଏ, ମେ’ରେ ବାତ୍ୟା ହେବା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ