
କଟକସଦର: ରାଜ୍ୟ ରାଜନୀତିରେ ନୂଆ ସମୀକରଣ। ବିଜୁ ଲିଗାସୀର ପଡ଼ିବ କି ମୂଳଦୁଆ ? ଚୌଦ୍ଵାର କଟକ ବିଧାୟକ ସୌଭିକ ବିଶ୍ଵାଳଙ୍କ ମହାନଦୀ ବିହାର ସ୍ଥିତ ବାସଭବନରେ ଶନିବାର ସକାଳ ୧୦ଟାରେ ହଠାତ୍ ପହଞ୍ଚିଗଲେ ରାଜ୍ୟସଭା ସାଂସଦ ଦିଲ୍ଲୀପ ରାୟ। ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳଙ୍କ ସହ ପ୍ରାୟ ୨୦ମିନିଟରୁ ଉର୍ଦ୍ଧ୍ବ ସମୟ ଧରି କଲେ ଗୁପ୍ତ ବୈଠକ। ପୂର୍ବରୁ ବିଜୁ ଜୟନ୍ତୀରେ ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ, ପ୍ରଭାତ ବିଶ୍ଵାଳ ଏବଂ ବିଜୟ ମହାପାତ୍ରଙ୍କ ସହ ଏକାଠି ହୋଇଥିଲେ ବହୁ ବିଜୁ ଲିଗାସୀ ନେତା।
ସୂଚନାନୁଯାୟୀ, ଶନିବାର ସକାଳ ୧୦ଟାରେ ସାଂସଦ ଦିଲ୍ଲୀପ ରାୟ ଚୌଦ୍ଵାର କଟକ ବିଧାୟକ ସୌଭିକ ବିଶ୍ଵାଳଙ୍କ ବାସଭବନରେ ପହଞ୍ଚିଥିଲେ। ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳଙ୍କ ସହ ପ୍ରାୟ ୨୦ମିନିଟରୁ ଉର୍ଦ୍ଧ୍ବ ସମୟ ଧରି ଗୁପ୍ତ ବୈଠକ କରିଥିଲେ। ପରେ ବିଧାୟକ ସୌଭିକ ବିଶ୍ଵାଳ ଓ ତାଙ୍କ ମାଆ ଲକ୍ଷ୍ମୀ ବିଳାସିନୀ ବିଶ୍ଵାଳ, ଝିଅଙ୍କ ସହ କଥାବାର୍ତ୍ତା କରି ଫେରିଥିଲେ । ଆସନ୍ତାକାଲି ରବିବାର ଦିନ ପ୍ରଭାତ ବିଶ୍ଵାଳ ଚାଉଳିଆଗଞ୍ଜ ଖେଳ ପଡ଼ିଆରେ ପ୍ରାୟ ୧୫ହଜାରରୁ ଉର୍ଦ୍ଧ୍ବ ସମର୍ଥକଙ୍କୁ ନେଇ ଏକ ବନ୍ଧୁ ମିଳନର କାର୍ଯ୍ୟକ୍ରମ କରିବେ। ଏହି ବୈଠକରେ ରାଜନୈତିକ ଯୋଜନା ଓ ଆଗାମୀ କୌଶଳ ନେଇ ଆଲୋଚନା ହୋଇଥିବା ବେଶ ଚର୍ଚ୍ଚା ହେଉଛି।


