ବିନାୟକ ଦାମୋଦର ସଭରକରଙ୍କ ଜୟନ୍ତୀ ପାଳିତ

ଦେବଗଡ:ଭାରତ ସରକାର ଙ୍କ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ଅଧିନସ୍ଥ ମେରା ଯୁବା ଭାରତ ଓ ହରିଜନ ଆଦିବାସୀ ଯୁବକ ସଂଘ ର ମିଳିତ ସହଯୋଗରେ ଦଣ୍ଡା ସିଂହା ଗ୍ରାମ ପଞ୍ଚାୟତ ସଭାଗୃହ ଠାରେ ବିନାୟକ ଦାମୋଦର ସଭରକରଙ୍କ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି l ମେରା ଯୁବା ଭାରତ ର ପ୍ରଦୀପ କୁମାର ବିଶ୍ଵାଳ ଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ଯକ୍ରମରେ ଜିଲ୍ଲା ବି ଜେ ପି ସଭାପତି ଅରୁଣ କୁମାର ସାହୁ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ସଭରକରଙ୍କ ଜୀବନୀ ଓ ସ୍ଵାଧୀନତା ସଂଗ୍ରାମ ରେ ତାଙ୍କର ଯୋଗଦାନ ସମ୍ପର୍କରେ ଆଲୋଚନା କରିଥିଲେ l ମୁଖ୍ଯ ବକ୍ତାଭାବରେ ମୀନକେତନ ପ୍ରଧାନ ଯୋଗଦେଇ ହିନ୍ଦୁ ଧର୍ମ ରକ୍ଷା ନିମନ୍ତେ ତାଙ୍କ ପ୍ରୟାସ ଏବଂ ସମାଜ ସୁଧାରକ ଭାବରେ ତାଙ୍କର କାର୍ଯ୍ୟ ଶୈଳୀ, ସାହିତ୍ୟ ସାଧନା, ଓ ଇଂରେଜ ସରକାର ବିରୋଧରେ ସଂଗ୍ରାମ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ l ସମ୍ମାନିତ ଅତିଥି ଭାବରେ ଦଣ୍ଡାସିଂହା ଗ୍ରାମ ପଞ୍ଚାୟତର ସରପଞ୍ଚ କ୍ଷୀରୋ ଦିନି ପ୍ରଧାନ, ରାଧାକୃଷ୍ଣ ଯୁବକ ସଂଘ, ଆମ୍ବ କଟା ର ସଭାପତି ସୁବ୍ରତ କୁମାର ବେହେରା ପ୍ରମୁଖ ଯୋଗ ଦେଇ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ l ଏହି ଅବସରରେ ଆୟୋଜିତ କୁଇଜ୍ ପ୍ରତିଯୋଗିତା ରେ ବିଦୁସ୍ମିତା ସାହୁ ପ୍ରଥମ, ତେଜସ୍ବୀ ନି ଦେହୁରୀ ଦ୍ଵିତୀୟ ଓ ରାଜେଶ ସାହୁ ତୃତୀୟ ସ୍ଥାନ ଅଧିକାର କରିଥିଲେ l କୃତୀ ପ୍ରତିଯୋଗୀମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କାର ପ୍ରଦାନ କରାଯାଇଥିଲା l ଶେଷରେ ହରିଜନ ଆଦିବାସୀ ଯୁବକ ସଂଘ ର ସଭାପତି ପ୍ରଭାତ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ l

  • Related Posts

    ଡିନାମାଇଟ ବିସ୍ଫୋରଣରେ ମତ୍ସ୍ୟଜୀବୀ ଗୁରୁତର

    ଦେବଗଡ଼:ବାରକୋଟ ବ୍ଲକର ବିଜୟନଗର ଗ୍ରାମର ଗୋପାଳପାଲି ନାଳରେ ଆଜି ଡିନାମାଇଟ ସାହାର୍ଯ୍ୟରେ ମାଛ ମାରୁଥିବା ବେଳେ ଜଣେ ମତ୍ସ୍ୟଜୀବୀ ଗୁରୁତ ଆହତ ହୋଇଥିବା ଜଣାପଡିଛି। ଆହତ ମତ୍ସ୍ୟଜୀବି ହେଲେ ବିଜୟନଗର ଗ୍ରାମର ସଞ୍ଜୟ ବିରୁଆ(୩୨)। ସୂଚନା ଅନୁଯାୟୀ, ସଞ୍ଜୟ ଆଜି ମାଛ…

    Continue reading
    ପିପିଲିରେ ବିଶ୍ୱପ୍ରସିଦ୍ଧ ଚାନ୍ଦୁଆ ହସ୍ତଶିଳ୍ପ ହବ୍‌ର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

    ୮୦ କୋଟି ଟଙ୍କା ବିନିଯୋଗରେ ନିର୍ମାଣ ହେବ ୫ ମହଲା ବିଶିଷ୍ଟ ଅତ୍ୟାଧୁନିକ ଚାନ୍ଦୁଆ ବଜାର ଉପକୃତ ହେବେ ୬ ହଜାର ସ୍ଥାନୀୟ ଚାନ୍ଦୁଆ କାରିଗର ସମୃଦ୍ଧ ଓଡିଶା ଗଠନରେ ହେବ ଆଉ ଏକ ମାଇଲଖୁଣ୍ଟ ପ୍ରଧାନମନ୍ତ୍ରୀଙ୍କ ‘ଭୋକାଲ ଫର ଲୋକାଲ’…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ