
ଦେବଗଡ଼:ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସମ୍ମିଳନୀ କକ୍ଷରେ ବିଶ୍ବ ଜନସଂଖ୍ୟା ସଚେତନତା ଦିବସ ପାଳିତ ହୋଇଯାଇଛି।ସିଡିଏମଓ ଡା.ସଂଘମିତ୍ରା ପଣ୍ଡାଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ଜିଲ୍ଲାପାଳ କବୀନ୍ଦ୍ର ସାହୁ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଉକ୍ତ ଦିବସ ପାଳନ ସଂପର୍କରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଅଧୀକ୍ଷକ ଡା.ମନୋରଞ୍ଜନ ସାମଲ, ଏଡିପିଏଚଓ(ଟିବି) ଡା.ପ୍ରଭାତ ଓଝା, ଡା.ବାବୁ ସିଂ, ଡିପିଏମ ଡିପିଏମ୍ ସୁଶାନ୍ତ ପ୍ରହରାଜ, ଡିଏସଡବ୍ଲୁଓ ସୁରତୀ ପ୍ରଧାନ,ଡିଏମଆରସିଏଚ ଦୁଷ୍ମନ୍ତ ସୂତାରଙ୍କ ସମେତ ସ୍ବାସ୍ଥ୍ୟ ବିଭାଗ କର୍ମଚାରୀ ,ଆଶା ଦିଦି,ଅଙ୍ଗନୱାଡ଼ି କର୍ମୀ ଉପସ୍ଥିତ ଥିଲେ। ଦେବଗଡ଼ ଜିଲ୍ଲା ରାଜ୍ୟ ସ୍ତରରେ ଅନ୍ତରା ପୋଗ୍ରାମ ରେ ଦ୍ୱିତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିବା ସହ ଜିଲ୍ଲାରେ ଭଲ କାମ କରିଥିବା ସ୍ଵାସ୍ଥ୍ୟକର୍ମୀ, ଆଶାଦିଦି , ଅଙ୍ଗନୱାଡ଼ି କର୍ମୀ ଏବଂ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ମୁଖ୍ୟଅତିଥି ପୁରସ୍କୃତ କରିଥିଲେ। ପରେ ଏକ ସଚେତନତା ରଥକୁ ମୁଖ୍ୟଅତିଥି ଜିଲ୍ଲାପାଳ ଶ୍ରୀ ସାହୁ ,ସିଡିଏମଓ ଶ୍ରୀମତି ଡା.ପଣ୍ଡା ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।ଏହି ସଚେତନତା ରଥ ତିନି ବ୍ଲକ୍ ଓ ପଞ୍ଚାୟତକୁ ଯାଇ ସଚେତନ କରିବାର କାର୍ଯ୍ୟକ୍ରମ ରହିଛି।




