ବିଶ୍ବ ପାରା ତୀରନ୍ଦାଜୀ ସିରିଜ୍‌,ବିଶ୍ବ ଚମ୍ପିଆନ୍‌ଙ୍କୁ ହରାଇ ପାୟଲଙ୍କୁ ସ୍ବର୍ଣ୍ଣ

ବଲାଙ୍ଗିର: ବ୍ୟାଙ୍ଗକକ୍‌ରେ ଚାଲିଥିବା ବିଶ୍ବ ପାରା ତୀରନ୍ଦାଜୀ ସିରିଜ୍‌ରେ କ୍ରମାଗତ ୨ୟ ଦିନ​‌ରେ ଦେଶ ପାଇଁ ୨ୟ ସ୍ବର୍ଣ୍ଣ ପଦକ ଜିତିଛନ୍ତି ଓଡ଼ିଆ ଝିଅ ପାୟଲ ନାଗ। ଶନିବାର ଫାଇନାଲରେ ୧୮ ବର୍ଷ ବୟସ୍କା ପାୟଲ ମହିଳା କମ୍ପାଉଣ୍ଡ ବ୍ୟକ୍ତିଗତ ବର୍ଗରେ ବିଶ୍ବର ୧ନଂ ତୀରନ୍ଦାଜ ଭାରତର ଶୀତଳ ଦେବୀଙ୍କୁ ପରାସ୍ତକରି ସ୍ବର୍ଣ୍ଣପଦକ ଜିତି ଦେଶକୁ ଗର୍ବିତ କରିଛନ୍ତି। ଫାଇନାଲରେ ପାୟଲ ବିଶ୍ବ ଚମ୍ପିଆନ୍‌ ଶୀତଳଙ୍କୁ ୧୩୯-୧୩୬ ପଏଣ୍ଟରେ ପରାସ୍ତକରି ବିପର୍ଯ୍ୟୟ ଘଟାଇଛନ୍ତି।

ଫାଇନାଲ​ର ପ୍ରଥମ ରାଉଣ୍ଡରେ ପାୟଲ ୨୭-୨୫ରେ ଆଗୁଅା ଥିଲେ। ୨ୟ ରାଉଣ୍ଡରେ ଶୀତଳ ପଏଣ୍ଟକୁ ୫୪-୫୪ କରିଥିଲେ। ୩ୟ ରାଉଣ୍ଡରେ ପାୟଲ ୮୨-୮୦ରେ ଆଗୁଆ ହେବା ପରେ ୪ର୍ଥ ରାଉଣ୍ଡରେ ଭଲ ପ୍ରଦର୍ଶନ କରି ସ୍ବର୍ଣ୍ଣପଦକ ନିଶ୍ଚିତ କରିଥିଲେ।ସୂଚନାଯୋଗ୍ୟ; ଏହା ପାୟଲ ନାଗଙ୍କ ଦ୍ବିତୀୟ ଆନ୍ତର୍ଜାତିକ ପ୍ରତିଯୋଗିତା ଥିଲା। ଗତବର୍ଷ ଏସୀୟ ଯୁବ ପାରା କ୍ରୀଡ଼ାରେ ପାୟଲ ଭାଗନେଇ ବିଶ୍ବ କୀର୍ତ୍ତିମାନ ପ୍ରତିଷ୍ଠା କରିଥିଲେ।
୨ଟିଯାକ ହାତ ଓ ଗୋଡ଼ ନ ଥିବା ବିଶ୍ବର ପ୍ରଥମ ତୀରନ୍ଦାଜ ଭାବେ ପାୟଲ ଏକ ଆନ୍ତର୍ଜାତିକ ପ୍ରତିଯୋଗିତାରେ ଭାଗ ନେଇଥିଲେ। ଏବେ ତାଙ୍କ ଦ୍ବିତୀୟ ଆନ୍ତର୍ଜାତିକ ପ୍ରତିଯୋଗିତାରେ ୨ଟି ସ୍ବର୍ଣ୍ଣପଦକ ଜିତି ପାୟଲ ତାଙ୍କ ଦକ୍ଷତା ଦେଖାଇଛନ୍ତି। ଶୁକ୍ରବାର ମହିଳା ଯୁଗଳ କମ୍ପାଉଣ୍ଡ ରାଉଣ୍ଡରେ ପାୟଲ ଓ ଶୀତଳ ଦେବୀଙ୍କ ଯୋଡ଼ି ସ୍ବର୍ଣ୍ଣ ପଦକ ଜିତିଥିଲେ। ବଲାଙ୍ଗିର ଜିଲାର ଜଣେ ପ୍ରବାସୀ ଶ୍ରମିକଙ୍କ କନ୍ୟା ପାୟଲଙ୍କୁ ୭ ବର୍ଷ ବୟସ ହୋଇଥିବା ବେଳେ ଏକ ଇଟା ଭାଟିରେ ବିଦ୍ୟୁତ ତାର ସ୍ପର୍ଶରେ ଦୁଇଟିଯାକ ହାତ ଓ ଦୁଇଟିଯାକ ଗୋଡ଼ ହରାଇଥିଲେ। ଏହାସତ୍ତ୍ବେ ପ୍ରଶିକ୍ଷକ କୁଲଦୀବ ବିଦ୍ବାନଙ୍କ ପ୍ରୟାସ ଯୋଗୁଁ ପାୟଲ ଆନ୍ତର୍ଜାତିକ ସ୍ବର୍ଣ୍ଣପଦକ ଜିତି ପାରିଛନ୍ତି।

  • Related Posts

    ଏସୀୟ କ୍ରୀଡା ; ହାରିଲା ପାକିସ୍ତାନ; ଟିମ୍ ଇଣ୍ଡିଆ ଜିତିଲା ସ୍ୱର୍ଣ୍ଣ ପଦକ

    ନୂଆଦିଲ୍ଲୀ : ଏସୀୟ କ୍ରୀଡାରେ ଇତିହାସ ରଚିଲା ଭାରତ। କ୍ରିକେଟରେ ସ୍ୱର୍ଣ୍ଣ ପଦକ ଜିତିଲା ଭାରତ। ଫାଇନାଲରେ ପାକିସ୍ତାନକୁ ହରାଇ ସୁନା ଜିତିଲା ଟିମ୍ ଇଣ୍ଡିଆ। ଲଗାତାର ୨ୟ ଥର ପାଇଁ ସ୍ୱର୍ଣ୍ଣ ପଦକ ହାତେଇଲା ଭାରତ। ୧୯ ରନରେ ପାକିସ୍ତାନକୁ…

    Continue reading
    ଲଭଲିନା ରଚିଲେ ଇତିହାସ, ମେରି କମଙ୍କ ପରେ ସ୍ବର୍ଣ୍ଣ ଜିତିଥିବା ଦ୍ବିତୀୟ ଭାରତୀୟ

    ଭାରତୀୟ ବକ୍ସର ଲଭଲିନା ବୋରଗୋହେନ ୨୦୨୬ ଏସୀୟ କ୍ରୀଡ଼ାରେ ଦେଶ ପାଇଁ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ରଚିଛନ୍ତି । ମହିଳା ୭୫ କିଲୋଗ୍ରାମ ବର୍ଗର ଫାଇନାଲରେ ଚୀନର ବକ୍ସର ବାଓ ଜିୟିଙ୍କୁ ୫-୦ରେ ପରାସ୍ତ କରିଛନ୍ତି । ପ୍ରଥମ ଦୁଇ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ