ବିଶ୍ୱ ପରିବେଶ ଦିବସ: ହଜିଯାଇଛି ବୃକ୍ଷରାଜି, ଶୁଖିଯାଉଛି ଜଳଧାରା

ଦେବଗଡ଼: ଦ୍ରୁତଗତିରେ ଚାଲିଛି ବିକାଶ। ତେବେ ବିକାଶ ନାଁରେ ଲୋକମାନଙ୍କ ଗମନାଗମନର ତଥା ଅନ୍ୟାନ୍ୟ ସୁବିଧା ସହ ସୁବ୍ୟବସ୍ଥା ପାଇଁ ତିଆରି ହେଊଛି ଜାତୀୟ ରାଜପଥ। ଏହି ବିକାଶ ଧାରା ତଥା ୪୯ ନଂ ଜାତୀୟ ରାଜପଥର ସଂପ୍ରସାରଣ ଯୋଗୁଁ ତିଲେଇବଣିରୁ ବିଞ୍ଜବାହାଳ ପର୍ଯ୍ୟନ୍ତ ୧୫ ହଜାର ୪୩୪ଟି ଗଛ ଓ ତିଳେଇବଣି ଠାରୁ ସମ୍ବଲପୁର ରାସ୍ତାରେ ଥିବା ଦେବଗଡ ସୀମାବର୍ତ୍ତୀ ଅଞ୍ଚଳରେ ୯୮୪୬ଟି ଗଛ ସର୍ବମୋଟ୍‌ ୨୫୨୮୦ଟି ଗଛ କଟାଗଲା। ଏହା ସହିତ ପ୍ରଧାନପାଟ ଜଙ୍ଗଲ ତଥା ଜିଲ୍ଲାର ଅନ୍ୟାନ୍ୟ ଜଙ୍ଗଲ ଗୁଡିକ ଧୀରେ ଧୀରେ ନଷ୍ଟ ହେବାକୁ ବସିଲାଣି। ଯେତିକି ପରିମାଣର ଜଙ୍ଗଲ କ୍ଷୟ ହେଉଛି ସେତିକି ତୁଳନାର ବୃକ୍ଷରୋପଣ ହେଉ ନଥିବାରୁ ଜିଲ୍ଲାର ଜଳଧାରା ମଧ୍ୟ ଶୁଖିବାକୁ ବସିଲାଣି।

ବିଭିନ୍ନ ସମୟରେ ଜଙ୍ଗଲରେ ନିଆଁ ଲାଗିବା ଫଳରେ ମଧ୍ୟ ଜଙ୍ଗଲରେ ଥିବା ବହୁ ଔଷଧୀୟ ବୃକ୍ଷ ମଧ୍ୟ ନଷ୍ଟ ହେଉଛି। ସାଧାରଣତଃ ବଣ ପାହାଡ଼ଘେରା ଦେବଗଡ଼ ଜିଲ୍ଲା ପୂର୍ବରୁ ଏତେ ପରିମାଣର ଜଙ୍ଗଲ ଥିଲା ଯେ ଦେବଗଡ଼ ଅଖୋଜ ବାମଣ୍ଡା ନାମରେ ପରିଚିତ ଥିଲା। ବର୍ତ୍ତମାନ ଜଙ୍ଗଲ କମିଯିବା ଯୋଗୁଁ ଶିଳ୍ପବିହୀନ ଜିଲ୍ଲାରେ ଦିନକୁ ଦିନ ତାପାମାତ୍ରା ବୃଦ୍ଧି ପାଇବାରେ ଲାଗିଛି। ତା’ ସହିତ ୪୯ନମ୍ବର ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ରାସ୍ତା ସଂପ୍ରାସାରଣ ପାଇଁ ଗଛଗୁଡ଼ିକ କଟିଯିବା ଦ୍ୱାରା ରାଜପଥ ଏକ ପ୍ରକାର ମରୁଭୂମି ପାଲଟିଯାଇଛି। ସେହି ରାସ୍ତା ଦେଇ ଯାଉଥିବା ପଥଚାରୀମାନେ ଛାଇ ପାଇଁ ଡହଳବିକଳ ହେଉଛନ୍ତି।
୪୯ନମ୍ବର ଜାତୀୟ ରାଜପଥ ପ୍ରଶସ୍ତୀକରଣ ସହ ରାସ୍ତା ନିର୍ମାଣ ଯୋଗୁଁ ରାସ୍ତା ଉଭୟ ପାର୍ଶ୍ବରେ ଥିବା ୨୫ ହଜାର ୨୮୦ ଟି ଗଛ ଟଳିପଡ଼ିଥିଲା। ଜିଲ୍ଲାର ତିଲେଇବଣିଠାରୁ ବିଞ୍ଜବାହାଳ ପର୍ଯ୍ୟନ୍ତ ୬୪.୦୯୪ ହେକ୍ଟର ଅଞ୍ଚଳରେ ଫରେଷ୍ଟ ଲ୍ୟାଣ୍ଡରେ ଥିବା ୮ ହଜାର ୪୦୭ଟି ଗଛ ଓ ନନ୍‌ଫରେଷ୍ଟ ଲ୍ୟାଣ୍ଡରେ ଥିବା ୭ ହଜାର ୦୨୭ଟି ଗଛ କଟାଯାଇଥିଲା। ତା’ସହିତ ତିଲେଇବଣିଠାରୁ ସମ୍ବଲପୁର ରାସ୍ତାରେ ଥିବା ଦେବଗଡ଼ ସୀମାବର୍ତ୍ତୀ ଅଂଚଳରେ ୨୮.୫୮୮ ହେକ୍ଟର ଅଞ୍ଚଳରେ ଥିବା ଫରେଷ୍ଟ ଲ୍ୟାଣ୍ଡରେ ଥିବା ୬୪୫୮ ଟି ଗଛ ଏବଂ ନନ୍‌ଫରେଷ୍ଟ ଲ୍ୟାଣ୍ଡରେ ଥିବା ୩୩୮୮ଟି ଗଛ କଟାଯାଇଥିଲା। ରାସ୍ତା ସଂପ୍ରସାରଣ ଯୋଗୁଁ ରାସ୍ତାକଡ଼ରେ ଥିବା ବୃକ୍ଷଗୁଡ଼ିକ କଟିଯିବା ଦ୍ୱାରା ଜିଲ୍ଲାରେ ଦିନକୁ ଦିନ ତାପମାତ୍ରା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ଜିଲ୍ଲାର ଯେତିକି ପରିମାଣରେ ନଷ୍ଟ ଜଙ୍ଗଲ ହେଉଛି ସେତିକି ପରିମାଣରୁ ଅଧିକରୁ ଅଧିକ ବୃକ୍ଷରୋପଣ କରାଗଲେ ପରିବେଶ ସୁରକ୍ଷା ହୋଇପାରିବ ବୋଲି ପରିବେଶବିତ୍‌ଙ୍କ ମଧ୍ୟରେ ମତପ୍ରକାଶ ପାଇଛି।

  • Related Posts

    ଭିଜିଲାନ୍ସ ଜାଲରେ ଜୁନିୟର ଆସିଷ୍ଟାଣ୍ଟ

    ଭଦ୍ରକ: ଭିଜିଲାନ୍ସ ଜାଲରେ ଜିଲ୍ଲା ଶିକ୍ଷାଧିକାରୀ କାର୍ଯ୍ୟାଳୟର ଜୁନିୟର ଆସିଷ୍ଟାଣ୍ଟ। ଲାଞ୍ଚ ନେବାବେଳେ ଧରାପଡ଼ିଲେ ଜୁନିୟର ଆସିଷ୍ଟାଣ୍ଟ ଶ୍ରୀକାନ୍ତ ଦାସ। ଏକ ସାର୍ଟିଫିକେଟ ଦେବାକୁ ୧୦ ହଜାର ଲାଞ୍ଚ ନେବାବେଳେ ଧରିଲା ଭିଜିଲାନ୍ସ ଟିମ୍। ଧରାପଡ଼ିବା ପରେ ଶ୍ରୀକାନ୍ତଙ୍କ ଘର ଓ…

    Continue reading
    ବିଶ୍ୱ ପରିବେଶ ଦିବସ ଅବସରରେ ରାଇକିଆ ପଞ୍ଚାୟତର ବ୍ୟାପକ କାର୍ଯ୍ୟକ୍ରମ

    ରାଇକିଆ: ବିଶ୍ୱ ପରିବେଶ ଦିବସ ଅବସରରେ ରାଇକିଆ ଗ୍ରାମ ପଞ୍ଚାୟତ ପକ୍ଷରୁ ପରିବେଶ ସୁରକ୍ଷା, ସ୍ୱଚ୍ଛତା ଏବଂ ସବୁଜ ବନାୟନକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ବିଭିନ୍ନ ଜନହିତକର କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ଗୀତାଞ୍ଜଳି ନାୟକଙ୍କ ନେତୃତ୍ୱରେ ସକାଳ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ