ବିଶ୍ୱର ସବୁଠାରୁ ଦୂରଗାମୀ ମିସାଇଲ୍‌ ପରୀକ୍ଷା କଲା ରୁଷ

ମସ୍କୋ: ରୁଷ ବିଶ୍ୱର ସବୁଠାରୁ ଦୂରଗାମୀ କ୍ଷେପଣାସ୍ତ୍ର (ମିସାଇଲ) ‘ସରମତ୍’ର ସଫଳ ପରୀକ୍ଷା କରିଛି । ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ମଙ୍ଗଳବାର ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି, ଏହି କ୍ଷେପଣାସ୍ତ୍ରର ଲକ୍ଷ୍ୟଭେଦ କ୍ଷମତା ହେଉଛି ୩୫ ହଜାର କିଲୋମିଟରରୁ ଅଧିକ । ଚଳିତବର୍ଷ ଶେଷ ସୁଦ୍ଧା ଏହାକୁ ସେନାରେ ମୁତୟନ କରାଯିବ।ସରମତ୍ ହେଉଛି ଏକ ଆଣବିକ ଶକ୍ତି ସମ୍ପନ୍ନ ମିସାଇଲ । ଏହାକୁ ମାକେୟେବ ରକେଟ ଡିଜାଇନ ବ୍ୟୁରୋ ଦ୍ୱାରା ବିକଶିତ କରାଯାଇଛି । ଏହାକୁ ରୁଷର ଷ୍ଟ୍ରାଟେଜିକ ରକେଟ ଫୋର୍ସେସ୍ ଦ୍ୱାରା ସଂଚାଳିତ କରାଯିବ । ରୁଷ ଏହାକୁ ସବୁଠାରୁ ଶକ୍ତିଶାଳୀ ଅସ୍ତ୍ର ମଧ୍ୟରୁ ଅନ୍ୟତମ ବୋଲି ବିବେଚନା କରେ । ସରମତ୍ ସ୍ୟାଟନ-୨ ନାମରେ ମଧ୍ୟ ପରିଚିତ । ଏହା ପୁରୁଣା ଏଏସ୍ଏସ୍-୧୮ ମିସାଇଲର ଆଧୁନିକ ଓ ଘାତକ ସଂସ୍କରଣ । ଏହାର ପ୍ରାରମ୍ଭିକ ଦୂରଗାମୀ କ୍ଷମତା ୧୮ ହଜାର କି.ମି. ରହିଥିଲା ବେଳେ ଏହା ୩୫ ହଜାରରୁ ଅଧିକ କି.ମି. ପର୍ଯ୍ୟନ୍ତ ଯାଇପାରିବ ବୋଲି ପୁଟିନ ଦାବି କରିଛନ୍ତି । ଅର୍ଥାତ ଏହା ଉତ୍ତର ଗୋଲାର୍ଦ୍ଧରୁ ଦକ୍ଷିଣ ଗୋଲାର୍ଦ୍ଧ ପର୍ଯ୍ୟନ୍ତ ବାଟରେ ରହିଥିବା ଟାର୍ଗେଟକୁ ଲକ୍ଷ୍ୟଭେଦ କରିପାରିବ । ତା’ଛଡା ଏହା ଶତ୍ରୁର ଏୟାର ଡିଫେନ୍ସ ସିଷ୍ଟକୁ ମଧ୍ୟ ଚକ୍କା ଦେବାରେ ସକ୍ଷମ । ଶତ୍ରୁର ରାଡାର କିମ୍ବା ମିସାଇଲ ନିରୋଧୀ ବ୍ୟବସ୍ଥା ଏହାକୁ ରୋକି ପାରିବ ନାହିଁ । ସେହିଭଳି ଏହି ମିସାଇଲ୍ ଏମ୍ଆଇଆରଭି (ମଲ୍ଟିପୁଲ ଇଣ୍ଡିପେଣ୍ଡେଣ୍ଟଲି ଟାର୍ଗେଟଡ୍ ରି-ଏଣ୍ଟ୍ରି ଭେହିକିଲ୍) ବୈଷୟିକ ଜ୍ଞାନ କୌଶଳରେ ସନ୍ନିବେଶିତ । ଯାହାଫଳରେ ଗୋଟିଏ ମିସାଇଲ ଭିନ୍ନ ଭିନ୍ନ ଲକ୍ଷ୍ୟସ୍ଥଳକୁ ଟାର୍ଗେ କରିପାରିବ । ଏହି ମିସାଇଲ୍‌ରେ ଲଗାଯିବାକୁ ଥିବା ଯୁଦ୍ଧାସ୍ତ୍ର ହାଇପରସୋନିକ ବେଗରେ ବାୟୁମଣ୍ଡଳରେ ପ୍ରବେଶ କରିବ । ଅତ୍ୟଧିକ ଗତି ଯୋଗୁ ଏହାକୁ ରୋକିବା ଅସମ୍ଭବ ।
ଏହି ମିସାଇଲ୍ ବିଶ୍ୱର ଯେକୌଣସି ଦେଶକୁ ଟାର୍ଗେଟ କରିପାରିବ ବୋଲି ରୁଷ କହିଛି । ଫଳରେ ରୁଷର ପରମାଣୁ ଶକ୍ତି ଆହୁରି ମଜଭୁତ ହୋଇଛି । ସରମତ ମିସାଇଲର ମୁତୟନ ଆମେରିକା ଓ ନାଟୋ ଦେଶ ବିରୋଧରେ ରୁଷକୁ ମଜଭୁତ ସୁରକ୍ଷା ପ୍ରଦାନ କରିବ । ରୁଷ ଏହାକୁ ନିଜ ସାମରିକ ସୁରକ୍ଷା କବଚର ମହତ୍ତ୍ୱପୂର୍ଣ୍ଣ ଅଂଶ ଭାବେ ବିବେଚନା କରେ । ଏହି ମିସାଇଲର ସଫଳ ପରୀକ୍ଷଣ ଓ ବର୍ଷ ଶେଷ ସୁଦ୍ଧା ଏହାକୁ ସେନାରେ ସାମିଲ କରିବା ରୁଷର ସୈନ୍ୟ କ୍ଷମତାକୁ ପ୍ରଦର୍ଶିତ କରୁଛି । ଏହି ମିସାଇଲ ପରୀକ୍ଷଣ ବୈଶ୍ୱିକ ସ୍ତରରେ ସୁରକ୍ଷାର ସନ୍ତୁଳନକୁ ପ୍ରଭାବିତ କରିବା ଭଳି ପଦକ୍ଷେପ ।

  • Related Posts

    ଚିନି ରପ୍ତାନୀ ଉପରେ ପ୍ରତିବନ୍ଧକ ଲଗାଇଲେ କେନ୍ଦ୍ର ସରକାର

    ନୂଆଦିଲ୍ଲୀ: ଦେଶର ଚିନି ଯୋଗାଣ ବଜାୟ ରଖିବା ପାଇଁ ସରକାର ତୁରନ୍ତ ଚିନି ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଆସନ୍ତା ସେପ୍ଟେମ୍ବର ୩୦ କିମ୍ବା ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ କେନ୍ଦ୍ର ସରକାରଙ୍କର ଏହି ନିଷ୍ପତ୍ତି ବଳବତ୍ତର ରହିବ। ଦେଶରେ ଚିନି ଯୋଗାଣ…

    Continue reading
    ୨୫ ବିଧାୟକଙ୍କୁ ଦଳରୁ ବହିଷ୍କାର କଲା ଏଆଇଏଡିଏମକେ

    ଚେନ୍ନଇ:ତାମିଲନାଡୁରେ ଦୁଇ ଫାଳ ହେଲା ଏଆଇଏଡିଏମକେ। ତାମିଲନାଡୁ ବିଧାନସଭା ନିର୍ବାଚନ ପରେ ଏଆଇଏଡିଏମକେରେ ଦେଖା ଯାଇଥିବା ବିବାଦ ଏବେ ତୀବ୍ର ରୂପ ଧାରଣ କରିଛି। ବୁଧବାର ଏଆଇଏଡିଏମକେର ମୁଖିଆ ଇଡାପାଡି କେ ପଲାନିସ୍ୱାମୀ ବିଦ୍ରୋହୀ ନେତାଙ୍କ ବିରୋଧରେ ଗ୍ରହଣ କରିଛନ୍ତି କାର୍ୟ୍ୟାନୁଷ୍ଠାନ।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ