
ଖୋର୍ଦ୍ଧା : ଜଟଣୀରେ ଘରେ ପଶି ବୃଦ୍ଧାଙ୍କୁ ନିର୍ମମ ହତ୍ୟା। ଶୁକ୍ରବାର ରାତିରେ ଘରେ ପଶି ଜଣେ ବୃଦ୍ଧାଙ୍କୁ ହତ୍ୟା କଲେ ଦୁର୍ବୃତ୍ତ। ଜଟଣୀ ଥାନା ଉପରବସ୍ତ ଗାଁରେ ଏହି ହତ୍ୟାକାଣ୍ଡ ଘଟିଛି। ଲୁଟ୍ ଉଦ୍ଦେଶ୍ୟରେ ଏହି ହତ୍ୟାକାଣ୍ଡ ହୋଇଥିବା ଅନୁମାନ କରାଯାଉଛି। ମୃତ ମହିଳା ହେଲେ ୭୫ ବର୍ଷୀୟା ଶାନ୍ତିଲତା ପ୍ରଧାନ।
ସୂଚନାନୁଯାୟୀ, ଜଟଣୀ ଥାନା ଉପରବସ୍ତ ଗାଁର ଶାନ୍ତିଲତା ପ୍ରଧାନଙ୍କ ଘରେ ପଶି ଜଣେ ଦୁର୍ବୃତ୍ତ ତାଙ୍କୁ ନିର୍ମମ ଭାବେ ହତ୍ୟା କରିଛନ୍ତି। ଦୁର୍ବୃତ୍ତଙ୍କ ଆକ୍ରମଣରେ ଶାନ୍ତିଲତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ରକ୍ତ ଜୁଡୁବୁଡୁ ଅବସ୍ଥାରେ ମହିଳା ଜଣକ ପଡ଼ିଥିବାର ଦେଖି ପରିବାର ଲୋକେ ଜଟଣୀ ଥାନାକୁ ଖବର ଦେଇଥିଲେ। ଘଟଣା ସ୍ଥଳରେ ଜଟଣୀ ପୁଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଜାରି ରଖିଛି। ଲୁଟ୍ ଉଦ୍ଦେଶ୍ୟରେ ଏହି ହତ୍ୟାକାଣ୍ଡ ହୋଇଥିବା ଅନୁମାନ କରାଯାଉଛି।




