ବେଙ୍ଗଲ ବିଧାନସଭାରେ ହାଇଡ୍ରାମା

ବେଙ୍ଗଲ ବିଧାନସଭାରେ ଆଜି ହାଇଡ୍ରାମା ଦେଖିବାକୁ ମିଳିଛି। ବିଧାନସଭା ଭିତରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିଜେପି ଉପରେ ଜୋରଦାର ବର୍ଷିଛନ୍ତି। ସେହିପରି ଗୃହରେ ଦେଖାଯାଇଥିବା ପ୍ରବଳ ହଟ୍ଟଗୋଳ ମଧ୍ୟରେ ବିଜେପିର ଚିଫ ହ୍ୱିପ ବା ମୁଖ୍ୟ ସଚେତକ ଆହତ ହୋଇଛନ୍ତି।

ଗୃହରେ ବାରମ୍ବାର ହଟ୍ଟଗୋଳ କରୁଥିବାରୁ ବାଚସ୍ପତି ବିମନ ବାନାର୍ଜୀ ବିଜେପି ମୁଖ୍ୟ ସଚେତକ ଶଙ୍କର ଘୋଷଙ୍କୁ ଦିନକ ପାଇଁ ଗୃହରୁ ନିଲମ୍ବିତ କରିଥିଲେ। ତଥାପି ସେ ବିଜେପିର ଅନ୍ୟ ବିଧାୟକଙ୍କ ସହ ମିଶି ଗୃହରେ ନାରାବାଜୀ କରିଥିଲେ। ସେ ଓ ଅନ୍ୟ ବିଜେପି ବିଧାୟକମାନେ ଗୃହର ମଧ୍ୟଭାଗକୁ ଆସି ଜୟ ଶ୍ରୀରାମ ନାରା ଦେଇଥିଲେ। ଏଥିସହ ଗୃହ କାର୍ୟ୍ୟରେ ବାଧା ସୃଷ୍ଟି କରିଥିଲେ।ବିଜେପି ଶାସିତ ରାଜ୍ୟରେ ବେଙ୍ଗଲୀ ପ୍ରବାସୀ ଶ୍ରମିକଙ୍କ ଉପରେ ହେଉଥିବା ଆକ୍ରମଣକୁ ନିନ୍ଦା କରି ଟିଏମସି ଗୋଟିଏ ନିନ୍ଦା ପ୍ରସ୍ତାବ ପାରିତ କରିବାକୁ ଚାହୁଁଥିଲା। ଏଥିଯୋଗୁ ବିଜେପି ବିଧାୟକମାନେ ହଟ୍ଟଗୋଳ କରିଥିଲେ। ଏତିକି ବେଳେ ବାଚସ୍ପତି ବିମନ ବାନାର୍ଜୀ ମାର୍ଶଲଙ୍କୁ ଡାକି ବିଜେପି ମୁଖ୍ୟ ସଚେତକଙ୍କୁ ବାହାର କରିବାକୁ କହିଥିଲେ। ଏହି ଟଣା ଓଟରା ଭିତରେ ଶ୍ରୀ ଘୋଷ ଆହତ ହୋଇଛନ୍ତି।

ସେହିପରି ଗୃହରେ କିଛି ସମୟ ପାଇଁ ବିଜେପି ଓ ଟିଏମସି ବିଧାୟକମାନେ ମୁହାଁମୁହିଁ ହୋଇଥିଲେ। ସ୍ଥିତି ହାତହାତି ଆଡ଼କୁ ମଧ୍ୟ ଯାଇଥିଲା। ତେବେ ନିଜେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ଅନ୍ୟ ବରିଷ୍ଠ ବିଧାୟକମାନେ ଦୁଇ ପକ୍ଷଙ୍କୁ ଅଲଗା କରିଥିଲେ।

ହଟ୍ଟଗୋଳ ଓ ନାରାବାଜୀ ଭିତରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିଜେପି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ରମନ୍ତ୍ରୀ ଅମିତ ଶାହଙ୍କୁ ବେଙ୍ଗଲ ବିରୋଧୀ ବୋଲି କହିଛନ୍ତି। ଖାସ ଏଥିପାଇଁ ବେଙ୍ଗଲିମାନେ ସହୁଥିବା ନିର୍ୟାତନା ଉପରେ ଆଲୋଚନା କରିବାକୁ ବିଜେପି ଚାହୁଁ ନାହିଁ ବୋଲି ସେ କହିଛନ୍ତି।

ସେ କହିଛନ୍ତି, “ବିଜେପି ଗୋଟିଏ ଦୁର୍ନୀତି ଗ୍ରସ୍ତ ଓ ଭୋଟ ଚୋରିର ଦଳ। ସେମାନେ ସବୁଠାରୁ ବଡ଼ ଡକାୟତ ପାର୍ଟି। ସଂସଦରେ ସେମାନେ ସିଆଇଏସଏଫ ଦ୍ୱାରା ଆମ ଦଳର ସାଂସଦଙ୍କୁ ହଇରାଣ କରୁଥିବା ଆମେ ଦେଖିଛୁ। ବଙ୍ଗଳା ବିରୋଧୀ ବିଜେପି ହଟାଅ, ଦେଶ ବଞ୍ଚାଅ।”

ବିରୋଧୀଙ୍କ ନାରାବାଜୀ ମଧ୍ୟରେ ମମତା ଏପରି କହିଥିଲେ। ବିରୋଧୀଙ୍କୁ ଚେତାବନୀ ଦେଇ ସେ କହିଛନ୍ତି, “ମୋ କଥାକୁ ମନେ ରଖ, ଏମିତି ସମୟ ଆସିବ ଯେତେବେଳେ ଗୋଟିଏ ହେଲେ ବିଜେପି ବିଧାୟକ ଏଠାରେ ବସି ନଥିବେ। ଲୋକମାନେ ତୁମକୁ କ୍ଷମତାରୁ ବାହାର କରିଦେବେ। ମୋଦି ଓ ଅମିତ ଶାହଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାର ଖୁବଶୀଘ୍ର ଭୁଶୁଡ଼ି ପଡ଼ିବ।”

ମୁଖ୍ୟମନ୍ତ୍ରୀ ମମତା ଦାବି କରିଛନ୍ତି ଯେ ବିଜେପି ଶାସିତ ରାଜ୍ୟରେ ପ୍ରବାସୀ ବେଙ୍ଗଲ ଶ୍ରମିକମାନେ ସାମ୍ନା କରୁଥିବା ସମସ୍ୟା ଉପରେ ଦଳ ବିଧାନସଭାରେ ଆଲୋଚନା କରିବାକୁ ଚାହୁଁ ନାହିଁ।

  • Related Posts

    ବାୟୁସେନା ବିମାନ AN-32 ଦୁର୍ଘଟଣାଗ୍ରସ୍ତ, ପାଇଲଟଙ୍କ ସମେତ 5 ମୃତ

    ଜୋରହାଟ: ଶନିବାର ଆସାମର ଜୋରହାଟ ବାୟୁସେନା ଷ୍ଟେସନରେ ଭାରତୀୟ ବାୟୁସେନା ଏକ AN-32 ପରିବହନ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଭାରତୀୟ ବାୟୁସେନା ଅନୁଯାୟୀ, AN-32 ଜୋରହାଟ ବାୟୁସେନାରେ ଅବତରଣ କରିବାକୁ ଚେଷ୍ଟା କରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା ।…

    Continue reading
    ଅଭିଷେକ ବାନାର୍ଜୀଙ୍କ ଘରେ ସର୍ଚ୍ଚ

    ବିଧାନସଭା ନିର୍ବାଚନ ପରାଜୟ ପରେ ମମତା ବାନାର୍ଜୀଙ୍କ ଟିଏମସିରେ ସଙ୍କଟ ବଢ଼ିବାରେ ଲାଗିଛି। ଗୋଟିଏ ପଟେ ଦଳେ ଆଭ୍ୟନ୍ତରୀଣ କନ୍ଦଳ ତୀବ୍ର ହୋଇଥିବା ବେଳେ ଅନ୍ୟପଟେ ଦଳର ବରିଷ୍ଠ ନେତାମାନଙ୍କ ପାଇଁ ଆଇନଗତ ସମସ୍ୟା ଜଟିଳ ହୋଇଛି। ଏହିକ୍ରମରେ ଆଜି ଟିଏମସି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ