ଭସାଣୀ ଶୋଭାଯାତ୍ରା ସହ ସରିଲା ମା ଦୁର୍ଗାଙ୍କ ପୂଜା

ଦେବଗଡ଼:ରାବଣ ପୋଡି ଓ ଭସାଣୀ ଶୋଭାଯାତ୍ରା ସହ ସରିଲା ଦୁର୍ଗାପୂଜା। ତେବେ ଗତକାଲି ପୌରାଞ୍ଚଳ ଖପରସାହି ସ୍ଥିତ ଦୁର୍ଗା ପୂଜା କମିଟି ପକ୍ଷରୁ ରାବଣ ପୋଡି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବାବେଳେ ରାମ, ଲକ୍ଷ୍ମଣ ଓ ହନୁମାନଙ୍କ ବେଶରେ କୁନିକୁନି ପିଲାମାନେ ନଗର ପରିକ୍ରମା କରିବା ପରେ ରାବଣ ପୋଡି ସ୍ଥଳରେ ପହଞ୍ଚିଥିଲେ। କିଛି ସମୟ ଧରି ବିଭିନ୍ନ ପ୍ରକାର ଆତସ ବାଜି ପରେ ରାବଣଙ୍କ କୁଶ ପୁତ୍ତଳିକା ଉପରେ ଅଗ୍ନି ସଂଯୋଗ ସହ ରାବଣ ଦହନ ସମ୍ପନ୍ନ ହୋଇଥିଲା।କମିଟିର ସଭାପତି ଉମାଶଙ୍କର ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପ‌ୌରାଧ୍ୟକ୍ଷା ଶାନ୍ତିମଞ୍ଜରୀ ଦେଇ ମୁଖ୍ୟଅତିଥି, କାଉନସିଲର ପ୍ରମିଳା ବେ‌ହେରା, ଯତିନ ନାୟକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।ଏଥିରେ କମିଟିର ଉପସଭାପତି ଦେବେ‌ନ୍ଦ୍ର ସାହୁ ଓ ରୂପେଶ ଦେହୁରୀ,ସାଧାରଣ ସଂପାଦକ ଜ୍ୟୋର୍ତିମାନ ବେହେରା, ସହ ସଂପାଦକ ରାକେଶ ବେହେରା ଓ ପ୍ରବୀଣ ସାମଲ ,କୋଷାଧ୍ୟକ୍ଷ ପାଣ୍ଡବ ଭୁକ୍ତାଙ୍କ ସମେତ କମିଟିର ସଦସ୍ୟମାନେ ଉପସ୍ଥିତ ଥିଲେ। ରାବଣ ପୋଡି ଦେଖିବା ପାଇଁ ପ୍ରବଳ ଜନସମାଗମ ଦେଖିବାକୁ ମିଳିଥିଲା। ଆଜି ସଂଧ୍ୟାରେ ସହରର ଏନଏଚ ଷ୍ଟୋରସ୍ଥିତ ଫ୍ରେଣ୍ଡସ୍ କ୍ଲବର ମେଢ ବିଭିନ୍ନ ସାଂସ୍କୃତିକ କାଯ୍ୟର୍କ୍ରମର ତାଳେ ତାଳେ ଭସାଣୀ ଶୋଭାଯାତ୍ରା ଅନୁଷ୍ଠିତ ହୋ‌ଇଯାଇଛି। ଆସନ୍ତାକାଲି ପ୍ରଧାନପାଟରୋଡ ସ୍ଥିତ ଉତ୍କଳ ଦୁର୍ଗାପୂଜା କମିଟିର ମେଢ, ଖପରସାହିସ୍ଥିତ ଦୁର୍ଗା ପୂଜା ମେଢର ଭସାଣି ଶୋଭାଯାତ୍ରା ଅନୁଷ୍ଠିତ ହେବ ବୋଲି କମିଟି ପକ୍ଷରୁ ସୂଚନା ଦିଆଯାଇଛି।

  • Related Posts

    ବାତ୍ୟା ଭୟ, ସବୁ ଜିଲ୍ଲାପାଳଙ୍କୁ ଆଲର୍ଟ କଲେ ସ୍ବତନ୍ତ୍ର ରିଲିଫ କମିଶନର

    ଭୁବନେଶ୍ଵର : ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ । ସକାଳେ ପୂର୍ବ-କେନ୍ଦ୍ରୀୟ ଏବଂ ସଂଲଗ୍ନ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଆସନ୍ତାକାଲି ଅବପାତ ଏବଂ ୨୫ ଅକ୍ଟୋବରରେ ଗଭୀର ଅବପାତର ରୂପ ନେବ । ୨୬ ଅକ୍ଟୋବର…

    Continue reading
    ଜଙ୍ଗଲରୁ ଅଜଣା ମହିଳାଙ୍କ ମୃତଦେହ ଉଦ୍ଧାର

    ଉମରକୋଟ: ନବରଙ୍ଗପୁରଜିଲ୍ଲା ଉମରକୋଟ ବ୍ଲକ ଚିକଲପଦର ନିକଟରେ ଥିବା କେନାଲ ପାର୍ଶ୍ୱ ସଂରକ୍ଷିତ ଜଙ୍ଗଲରୁ ଜଣେଅଜଣାମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି।ତାଙ୍କର ବୟସ ୪୦ରୁ ୪୫ ଵୋଲି ଅନୁମାନ କରାଯାଉଛି। ସକାଳୁ କିଛି ଗ୍ରାମବାସୀ ଶୌଚ ପାଇଁ ଯାଇଥିବା ବେଳେ ମହିଳାଙ୍କ ମୃତଦେହ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ମୁଁ ବି ଖୁବ୍‌ଶୀଘ୍ର ପିତା ହେବି କହିଲେ ସଲମାନ୍‌ ଖାନ୍‌

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି