ୱାଶିଂଟନ,୨୪/0୮:ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କର ଜଣେ ଅତି ଘନିଷ୍ଠ ରାଜନୈତିକ ସହଯୋଗୀ ସର୍ଜିଓ ଗୋର୍ଙ୍କୁ ଭାରତରେ ଆମେରିକାର ରାଷ୍ଟ୍ରଦୂତ ନିଯୁକ୍ତ କରିଛନ୍ତି। ୩୮ ବର୍ଷୀୟ ସର୍ଗିଓ ବର୍ତ୍ତମାନ ହ୍ବାଇଟ ହାଉସରେ ଟ୍ରମ୍ପଙ୍କ ବ୍ୟକ୍ତିଗତ ପରାମର୍ଶଦାତାଭାବେ କାର୍ଯ୍ୟରତ ଅଛନ୍ତି। ସର୍ଗିଓଙ୍କୁ ଟ୍ରମ୍ପ ନିଜର ଅନ୍ତରଙ୍ଗ ସହଯୋଗୀ ଦର୍ଶାଇଥିବାବେଳେ ନିର୍ବାଚନ ସମୟରେ ତାଙ୍କର ସହାୟତାକୁ ପ୍ରଶଂସା କରିଛନ୍ତି। ଭାରତ ସହ ଆମେରିକାର ସମ୍ପର୍କ ତିକ୍ତତା ଆଡ଼କୁ ମୁହାଁଇଥିବା ବେଳେ ଏଭଳି ସମୟରେ ଟ୍ରମ୍ପ ଗୋର୍ଙ୍କୁ ଭାରତର ରାଷ୍ଟ୍ରଦୂତ ନିଯୁକ୍ତ କରିବାକୁ ଗୁରୁତ୍ବପୂର୍ଣ୍ଣ ମନେ କରାଯାଉଛି। ୩୮ ବର୍ଷୀୟ ଗୋର୍ ରକ୍ଷଣଶୀଳ ରାଜନୀତିରେ ଖୁବ୍ ଶୀଘ୍ର ଉଚ୍ଚକୁ ଉଠି ହ୍ୱାଇଟ୍ ହାଉସ୍ରେ ଟ୍ରମ୍ପଙ୍କ ସବୁଠାରୁ ଶକ୍ତିଶାଳୀ ସହାୟକମାନଙ୍କ ମଧ୍ୟରୁ ଜଣେ ପାଲଟିଗଲେ। ଗୋର୍ଙ୍କ ଶତ୍ରୁମାନଙ୍କ ମଧ୍ୟରେ ଟେକ୍ ବିଲିୟନେୟାର ଏଲନ ମସ୍କ ସାମିଲ ଅଛନ୍ତି। ସର୍ଗିଓଙ୍କ ନୂତନ ନିଯୁକ୍ତିକୁ ଉପରାଷ୍ଟ୍ରପତି ଜେଡି ଭାନ୍ସ ଓ ବିଦେଶ ମନ୍ତ୍ରୀ ମାର୍କୋ ରୁବିଓ ସ୍ବାଗତ କରିଛନ୍ତି।
ଜଳିଗଲା ଘର: ଶାଶୁ ଏବଂ ବୋହୂ ଜୀବନ୍ତ ଦଗ୍ଧ
ସୀତାପୁର: ଉତ୍ତର ପ୍ରଦେଶର ସୀତାପୁର ଜିଲ୍ଲାର ସଦରପୁର ଥାନା ଅଞ୍ଚଳର ସରାୟା ଚଲକାପୁର ଗାଁରେ ଶନିବାର ସନ୍ଧ୍ୟାରେ ଏକ ବଡ଼ ଦୁଃଖଦ ଘଟଣା ଘଟିଛି। ପ୍ରବଳ ଝଡ଼ ତୋଫାନ ମଧ୍ୟରେ ଏକ ଘରେ ନିଆଁ ଲାଗିଯାଇ ଦ୍ରୁତ ଗତିରେ ବ୍ୟାପି ଯାଇଥିଲା,…




