ନୂଆଦିଲ୍ଲୀ,06/09: ଶ୍ରେୟସ ଆୟରଙ୍କୁ ବଡ଼ ଦାୟିତ୍ୱ ଦେଇଛି ବିସିସିଆଇ। ଭାରତୀୟ ଏ ଟିମର ଅଧିନାୟକ ଭାବେ ଶ୍ରେୟସ ଆୟର ନିଯୁକ୍ତି ପାଇଛନ୍ତି। ବିସିସିଆଇ ପକ୍ଷରୁ ଘୋଷଣା କରାଯାଇଥିବା ୧୫ ଜଣିଆ ଇଣ୍ଡିଆ ଏ ଟିମର ନେତୃତ୍ୱ ଶ୍ରେୟସ ଆୟର ନେବେ। ଭାରତ ଏ ଓ ଅଷ୍ଟ୍ରେଲିଆ ଏ ମଧ୍ୟରେ ୨ଟି ୪ ଦିନ ବିଶିଷ୍ଟ ମ୍ୟାଚ୍ ଲକ୍ଷ୍ନୌରେ ଖେଳାଯିବ। ଏଥିପାଇଁ ଆୟରଙ୍କ ନେତୃତ୍ୱରେ ଭାରତୀୟ ଏ ଟିମର ଘୋଷଣା କରାଯାଇଛି। ବିସିସିଆଇ କାହିଁକି ଶ୍ରେୟସ ଆୟରଙ୍କୁ ଟି-୨୦ ସ୍କ୍ୱାଡରୁ ବାଦ ଦେଲା ବୋଲି ପ୍ରଶ୍ନ ଉଠାଇଥିଲେ କ୍ରିକେଟ ପଣ୍ଡିତ। ସେପ୍ଟେମ୍ବର ୯ରୁ ଏସିଆ କପ ଆରମ୍ଭ ହେବ। ଟି-୨୦ ଫର୍ମାଟରେ ଖେଳାଯିବାକୁ ଥିବା ଏସିଆ କପ ସ୍କ୍ୱାଡରୁ ଷ୍ଟାର ବ୍ୟାଟର ଶ୍ରେୟସ ଆୟରଙ୍କୁ ବାଦ ଦିଆଯିବାରୁ ଏହାକୁ ନେଇ ବିବାଦ ହୋଇଥିଲା। କିନ୍ତୁ ଏସବୁ ଭିତରେ ଶ୍ରେୟସ ଆୟରଙ୍କୁ ବଡ଼ ଦାୟିତ୍ୱ ଦେଇଛି ବିସିସିଆଇ।
ଲକ୍ଷ୍ନୌକୁ ୬ ଓ୍ବିକେଟରେ ହରାଇଲା ଦିଲ୍ଲୀ
ଲକ୍ଷ୍ନୌ:ଆଇପିଏଲ୍ ୨୦୨୬ ର ପଞ୍ଚମ ଲିଗ୍ ମ୍ୟାଚ୍ ରେ, ଦିଲ୍ଲୀ କ୍ୟାପିଟାଲ୍ସ ଲକ୍ଷ୍ନୌ ସୁପରଜାଏଣ୍ଟସ୍ କୁ ୬ ୱିକେଟରେ ପରାସ୍ତ କରିଛି। ସମୀର ରିଜଭି ଏବଂ ଟ୍ରିଷ୍ଟନ୍ ଷ୍ଟବ୍ସ ଦଳକୁ ବିଜୟୀ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଏହି ଯୋଡ଼ି…




