ଭାରତୀୟ ସେନାକୁ ମ୍ୟାଚ ଫି ଦାନ କଲେ ସୂର୍ୟ୍ୟକୂମାର

ନୂଆଦିଲ୍ଲୀ:ଏସିଆ କପ୍‍ ଫାଇନାଲରେ ଭାରତର ଦମଦାର ବିଜୟ । ୫ୱିକେଟରେ ପାକିସ୍ତାନକୁ ପରାସ୍ତ କରି ଭାରତୀୟ ଦଳ ୯ମ ଥର ଟ୍ରଫି ହାତେଇଛି । ୪୧ବର୍ଷ ପରେ ଦୁଇ ପାରମ୍ପାରିକ ପ୍ରତିଦ୍ୱନ୍ଦ୍ୱି ଫାଇନାଲ ଖେଳୁଥିବା ବେଳେ ଧରାସାୟୀ ହୋଇଛି ପାକ୍‍ ଟିମ୍‍ । ତେବେ ଏସିଆ କପ୍‍ ୨୦୨୫ ଜିତିବା ପରେ ବିସିସିଆଇ ଭାରତୀୟ ଟିମ୍‍ ଏବଂ ତାଙ୍କ ସହଯୋଗୀ ଷ୍ଟାଫ୍‍ ପାଇଁ ୨୧କୋଟି ଟଙ୍କା ପରୁସ୍କାର ରାଶି ଘୋଷଣା କରିଛି । ଏହି ପୁରସ୍କାର ରାଶିକୁ ନେଇ ଅଧିନାୟକ ସୂର୍ୟ୍ୟକୁମାର ଯାଦବ ବଡ ଘୋଷଣା କରିବା ସହ ମହାନତା ଦେଖାଇଛନ୍ତି ।
ପାକିସ୍ତାନକୁ ହରାଇବା ପରେ ଅଧିନାୟକ ସୂର୍ୟ୍ୟକୁମାର ଯାଦବ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ମୁଁ ଏହି ଟୁର୍ଣ୍ଣାମେଣ୍ଟରେ ଖେଳିଥିବା ମୋର ସମସ୍ତ ମ୍ୟାଚର ଫି ଭାରତୀୟ ସେନାକୁ ଦାନ କରୁଛି । ମୁଁ ଜାଣିନି ଏହା ବିବାଦୀୟ ହେବ କି କଣ କିନ୍ତୁ ମୁଁ ଏହା କରିବାକୁ ଚାହୁଁଛି । ମୋର ସମସ୍ତ ଫି ସେନାକୁ ସମର୍ପିତ କରୁଛି । ସେପଟେ କିନ୍ତୁ ଟ୍ରଫିକୁ ଏସିସି ମୁଖ୍ୟ ନିଜ ସାଙ୍ଗରେ ନେଇଯିବା ଓ ପଡିଆରେ ଡ୍ରାମ କରିବା ଘଟଣାରେ ଆଇସିସିରେ ଅଭିଯୋଗ କରାଯିବ ବୋଲି ବିସିସିଆଇ କହିଛି ।

  • Related Posts

    ବିଶ୍ବ ପାରା ତୀରନ୍ଦାଜୀ ସିରିଜ୍‌,ବିଶ୍ବ ଚମ୍ପିଆନ୍‌ଙ୍କୁ ହରାଇ ପାୟଲଙ୍କୁ ସ୍ବର୍ଣ୍ଣ

    ବଲାଙ୍ଗିର: ବ୍ୟାଙ୍ଗକକ୍‌ରେ ଚାଲିଥିବା ବିଶ୍ବ ପାରା ତୀରନ୍ଦାଜୀ ସିରିଜ୍‌ରେ କ୍ରମାଗତ ୨ୟ ଦିନ​‌ରେ ଦେଶ ପାଇଁ ୨ୟ ସ୍ବର୍ଣ୍ଣ ପଦକ ଜିତିଛନ୍ତି ଓଡ଼ିଆ ଝିଅ ପାୟଲ ନାଗ। ଶନିବାର ଫାଇନାଲରେ ୧୮ ବର୍ଷ ବୟସ୍କା ପାୟଲ ମହିଳା କମ୍ପାଉଣ୍ଡ ବ୍ୟକ୍ତିଗତ ବର୍ଗରେ…

    Continue reading
    ୱାର୍ଲ୍ଡ ଆଥେଲେଟିକ୍ସ ଚମ୍ପିଅନସିପ ୨୦୨୮; ଆୟୋଜନ ପାଇଁ ପ୍ରସ୍ତୁତ ଓଡି଼ଶା, କାଉଣ୍ଟଡାଉନ ଆରମ୍ଭ

    ଭୁବନେଶ୍ବର: ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଆୟୋଜନ ହେବ ୱାର୍ଲ୍ଡ ଆଥେଲେଟିକ୍ସ ଚମ୍ପିଅନସିପ ୨୦୨୮ । ଏହି ବିଶ୍ୱସ୍ତରୀୟ ପ୍ରତିଯୋଗିତା ଆୟୋଜନ ପାଇଁ ଓଡିଶା ପ୍ରସ୍ତୁତ ରହିଛି । ଅନ୍ତର୍ଜାତୀୟ ପ୍ରତିଯୋଗିତା ପାଇଁ କାଉଣ୍ଟଡାଉନ ଆରମ୍ଭ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ