ଭିଜିଲାନ୍ସ ଜାଲରେ ବିଇଓ କାର୍ୟ୍ୟାଳୟର କନିଷ୍ଠ କିରାଣି

ଖୋର୍ଦ୍ଧା: ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି  ଖୋର୍ଦ୍ଧା ବିଇଓ କାର୍ୟ୍ୟାଳୟର କନିଷ୍ଠ କିରାଣି ତଥା ଆକାଉଣ୍ଟାଣ୍ଟ ପ୍ରଦୀପ୍ତ କୁମାର ସାହୁ ।ଜଣେ ଅବସରପ୍ରାପ୍ତ ଶିକ୍ଷୟିତ୍ରୀଙ୍କ ୫ ଲକ୍ଷ ଟଙ୍କାର ଏରିଅର ବିଲ୍‌ କରାଇଦେବାକୁ ୬ ହଜାର ଟଙ୍କା ଲାଞ୍ଚ ନେବାକୁ ଅଡ଼ି ବସିଥିଲେ। ଶେଷରେ ଗତ ରାତିରେ ଲାଞ୍ଚ ଟଙ୍କା ନେଉଥିବା ବେଳେ କିରାଣି ବାବୁଙ୍କୁ ମାଡ଼ି ବସିଛି ଭିଜିଲାନ୍ସ ଟିମ୍‌।୨୦୧୮ ମସିହାରୁ ଅବସର ନେଇଥିବା ଖୋର୍ଦ୍ଧା କୋଣାର୍କ ନଗରର ଶିକ୍ଷୟତ୍ରୀ ବିଜୟିନୀ ତ୍ରିପାଠୀ ତାଙ୍କ ଏରିଅର ଟଙ୍କା ପାଇବାକୁ ବାରମ୍ବାର ବିଇଓଙ୍କ କାର୍ୟ୍ୟାଳୟ ଦୌଡ଼ୁଥିଲେ । ତେବେ ତାଙ୍କର ପ୍ରାୟ ୫ ଲକ୍ଷ ଟଙ୍କାର ଏରିଅର ବିଲ୍ କରାଇଦେବାକୁ କନିଷ୍ଠ କିରାଣି ପ୍ରଦୀପ୍ତ କୁମାର ସାହୁ ୬ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ।ଏନେଇ ବିଜୟିନୀଙ୍କ ଭାଇ ବିନୟ ତ୍ରିପାଠୀ ଭିଜିଲାନ୍ସକୁ ଜଣାଇଥିଲେ। ଏହାପରେ ପୂର୍ବ ଯୋଜନା ମୁତାବକ ବିଜୟିନୀ ଗତକାଲି ରାତି ପ୍ରାୟ ୧୧ଟା ବେଳେ ବିଇଓ କାର୍ୟ୍ୟାଳୟରେ ପ୍ରଦୀପ୍ତଙ୍କୁ ଲାଞ୍ଚ ଟଙ୍କା ଦେଉଥିଲେ। ଉକ୍ତ ସମୟରେ ସେଠାରେ ଛପି ରହିଥିବା ଖୋର୍ଦ୍ଧା ଏବଂ ଭୂବନେଶ୍ୱରର ଭିଜିଲାନ୍ସ ଟିମ୍ ସେଠାରେ ତାଙ୍କୁ ମାଡି ବସିଥିଲେ।ସେମାନେ ପ୍ରଦୀପ୍ତଙ୍କ ନିକଟରୁ ରାସାୟନିକ ପ୍ରଲେପ ବୋଳା ଟଙ୍କା ଜବତ କରିଛନ୍ତି। ଏଥିସହ ତାଙ୍କୁ ଗିରଫ କରି ଖୋର୍ଦ୍ଧା ଭିଜିଲାନ୍ସ କାର୍ୟ୍ୟାଳୟକୁ ଅଣାଯାଇଛି। ଏହାପରେ ତାଙ୍କ ସରକାରୀ ବାସଗୃହ ସମେତ ଅନ୍ୟାନ୍ୟ ସ୍ଥାନରେ ଚଢଉ କରାଯାଉଥିବା  ଭିଜିଲାନ୍ସ ଡିଏସପି ବ୍ରଜବନ୍ଧୁ ସାହୁ ସୂଚନା ଦେଇଛନ୍ତି ।

  • Related Posts

    ଭୁବନେଶ୍ବରରେ ଙ୍ଗନା ରଣାୱତ

    ଭୁବନେଶ୍ବର: ବଲିଉଡ ଅଭିନେତ୍ରୀ ତଥା ସାଂସଦ କଙ୍ଗନା ରଣାୱତ ଭୁବନେଶ୍ବରରେ ପହଞ୍ଚିଛି। ନିଜ ଫିଲ୍ମ ଭାରତ ଭାଗ୍ୟ ବିଧାତାର ପ୍ରିମିୟର ପାଇଁ ସେ ଓଡ଼ିଶା ଆସିଥିବା ଜଣାପଡ଼ିଛି। ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ସେ ପ୍ରିମିୟର ଶୋ’ ଦେଖିବେ।…

    Continue reading
    ବଢ଼ିପାରେ ଖରାଛୁଟିର ଅବଧି

    ଭୁବନେଶ୍ୱର: ବଢ଼ିପାରେ ଖରାଛୁଟିର ଅବଧି। ଏନେଇ ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ପ୍ରଦାନ କରିଛନ୍ତି। ସେ କହିଛନ୍ତି, ରାଜ୍ୟରେ ଖରାର ସ୍ଥିତିକୁ ଦେଖି ଛୁଟି ସମ୍ପର୍କରେ ନିଷ୍ପତ୍ତି ନିଆଯିବ। ପ୍ରକାଶ ଥାଉକି, ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ