ଭିଡିଓ ଜାରି କରି ମିଥୁନଙ୍କୁ ପାକିସ୍ତାନୀ ଡନ୍‌ର ଧମକ

ଅଭିନେତା ସଲମାନ ଖାନ୍‌ ଓ ଶାହରୁଖ ଖାନ୍‌ଙ୍କ ପରେ ଏବେ ବଲିଉଡ ଅଭିନେତା ତଥା ବିଜେପି ନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ ମିଳିଛି ଧମକ। ତାଙ୍କୁ ଖୋଲାଖୋଲି ଭାବେ ଧମକ ଦେଇଛି ପାକିସ୍ତାନର ଡନ୍‌। ସୋସିଆଲ ମିଡିଆରେ ଏକ ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ଦୁବାଇରେ ବସିଥିବା ଜଣେ ପାକିସ୍ତାନୀ ଡନ୍‌ ଶହଜାଦ ଭଟ୍ଟୀ ୧୫ ଦିନ ଭିତରେ ତୁରନ୍ତ କ୍ଷମା ମାଗନ୍ତୁ ବୋଲି ମିଥୁନଙ୍କୁ ଧମକ ଦେଇଛନ୍ତି। ଦୁବାଇରେ ଥିବା ପାକିସ୍ତାନୀ ଡନ୍ ଶହଜାଦ ଭଟ୍ଟୀର ଦୁଇଟି ଭିଡିଓ ଜାରି କରିଛି। ଯେଉଁଥିରେ ସେ ନିକଟରେ ମିଥୁନ ଚକ୍ରବର୍ତ୍ତୀ ଦେଇଥିବା ଏକ ବୟାନକୁ ନେଇ ଧମକ ଦେଉଥିବା ଦେଖିବାକୁ ମିଳିଛି। ୧୦-୧୫ ଦିନ ମଧ୍ୟରେ ଆପଣଙ୍କ କ୍ଷମା ମାଗନ୍ତୁ। କ୍ଷମା ମାଗିବା ଆପଣଙ୍କ ପାଇଁ ଭଲ। ଯଦି ଏଭଳି ନକରନ୍ତି ତେବେ ଆପଣଙ୍କୁ ପସ୍ତେଇବାକୁ ପଡିବ। ପାକିସ୍ତାନୀ ଡନ୍ ଶହଜାଦ ଭଟ୍ଟୀର ଏହି ଧମକପୂର୍ଣ୍ଣ ଭିଡିଓ ବର୍ତ୍ତମାନ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସୂଚନାଯୋଗ୍ୟ ଯେ ଗତ ମାସରେ ମିଥୁନ ଚକ୍ରବର୍ତ୍ତୀ ଉତ୍ତର ୨୪ ପରଗନା ଜିଲ୍ଲାରେ ଏକ ନଳୀୟ କାର୍ଯ୍ୟକ୍ରମ ଯୋଗ ଦେଇଥିଲେ। ଏହି ସମୟରେ ସେ ଏକ ହେଟ୍‌ ସ୍ପିଚ୍‌ ଦେଇଥିବାର ଅଭିଯୋଗ ହୋଇଥିଲା। ଏହା ପରେ ହିଁ ହଙ୍ଗାମା ହୋଇଥିଲା। ବାସ୍ତବରେ, ଏହା ପରେ ମିଥୁନଙ୍କ ବିରୋଧରେ ଏକ ଏଫଆଇଆର ମଧ୍ୟ ରୁଜୁ କରାଯାଇଥିଲା।

 

ନିଜ ଭାଷଣ ସେ କହିଥିଲେ ଯେ, ‘ଆଜି ମୁଁ ଜଣେ ଅଭିନେତା ନୁହେଁ ବରଂ ୬୦ଦଶକର ମିଥୁନ ଚକ୍ରବର୍ତ୍ତୀ ଭାବରେ କହୁଛି । ସେ କହିଛନ୍ତି ଯେ ରାଜନୀତିର କୌଶଳ ମୋ ପାଇଁ ନୂଆ ନୁହେଁ କାରଣ ମୁଁ ରକ୍ତ ରାଜନୀତି କରିସାରିଛି। ମୁଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ମଧ୍ୟ କହିଛି ଯେ ଏଥିପାଇଁ ଯାହା ଦରକାର ତାହା କରିବି। ଏଠାରେ ଜଣେ ନେତା କହିଥିଲେ ଯେ ହିନ୍ଦୁମାନଙ୍କୁ କାଟିକି ଭାଗୀରଥୀରେ ଫିଙ୍ଗୁ ଦେବୁ, କିନ୍ତୁ ମୁଁ ଭାବିଲି ଏହାକୁ ନେଇ ମୁଖ୍ୟମନ୍ତ୍ରୀ କିଛି କହିବେ, କିନ୍ତୁ କିଛି ହେଲା ନାହିଁ ଏବଂ ବର୍ତ୍ତମାନ ମୁଁ କହୁଛି ମୁଁ ତୁମକୁ ତୁମ ଦେଶରେ ପୋତି ଦେବି।’ ଗତ କିଛି ଦିନ ହେବ ସଲମାନ ଖାନ କ୍ରମାଗତ ଧମକ ଦେଉଛନ୍ତି। ସଲମାନଙ୍କ ପରେ ନିକଟରେ ଶାହାରୁଖ ଖାନଙ୍କୁ ମଧ୍ୟ ଧମକ ମିଳିଥିଲା । ବର୍ତ୍ତମାନ ମିଥୁନଙ୍କ ନାମ ମଧ୍ୟ ଏହି ତାଲିକାରେ ଯୋଡି ହୋଇଛି। ତେବେ ଏହି ଧମକକୁ ନେଇ ମିଥୁନଙ୍କ ତରଫରୁ କୌଣସି ପ୍ରତିକ୍ରିୟା ଆସିନାହିଁ।

Related Posts

ମେଟାକୁ କୋର୍ଟଙ୍କ ନିର୍ଦେଶ; ମୋଦୀ-ମହିଳାଙ୍କ ଫଟୋ ହଟାଅ

ନୂଆଦିଲ୍ଲୀ: କକ୍ରୋଚ୍ ଜନତା ପାର୍ଟି (ସିଜେପି) ନେତା ସୌରଭ ଦାସ, ଅଭିଜିତ ଦୀପକେ, ଆଶୁତୋଷ ରଙ୍କା ଓ ରତ୍ନ ସିଂହଙ୍କୁ ଦିଲ୍ଲୀ ହାଇକୋର୍ଟ ଶୁକ୍ରବାର ନୋଟିସ୍ ଜାରି କରିଛନ୍ତି। ଚଳିତ ବର୍ଷ ଯନ୍ତରମନ୍ତରରେ ହୋଇଥିବା ବିକ୍ଷୋଭ ପ୍ରଦର୍ଶନ ସମୟରେ ଜଣେ ମହିଳାଙ୍କ…

Continue reading
ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନାର ଅଗ୍ରଗତି ସମୀକ୍ଷା

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ଗୁରୁତ୍ୱପୂର୍ଣ୍ଣ ‘ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ’ ଯୋଜନାର କାର୍ଯ୍ୟକାରିତା ସଂପର୍କିତ ରାଜ୍ୟସ୍ତରୀୟ ପରିଚାଳନା କମିଟିର ପ୍ରଥମ ବୈଠକ ଲୋକସେବା ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଶାସନ ସଚିବ ଅନୁ…

Continue reading

Leave a Reply

Your email address will not be published. Required fields are marked *

You Missed

ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ