ଭୁବନେଶ୍ୱରକୁ ୬ଟି ଜୋନ୍‌ରେ ବାଣ୍ଟିଲା ବିଏମ୍‌ସି

ଭୁବନେଶ୍ୱର,: ବିଏମ୍‌ସିି ୩ରୁ ୬ଟି ଜୋନ୍‌ରେ ବାଣ୍ଟି ହୋଇଛି । ଜୋନ୍ ଅଫିସର ମାତ୍ରାଧିକ ଚାପକୁ ହ୍ରାସ କରିବା ଏବଂ ଜନସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି । ଏବେ ପ୍ରତି ଜୋନ୍‌ରେ ୧୨ ଲେଖାଁଏ ୱାର୍ଡ ରହିବ । କର୍ପୋରେସନ ବୈଠକରେ ଏହି ପ୍ରସ୍ତାବ ଆଗତ ହୋଇଛି । ହେଲେ କିଛି କର୍ପୋରେଟର ମୁହଁ ଫୁଲାଇବାରୁ ଏହା ଉପରେ ପୁଣି ଆଲୋଚନା କରାଯିବ ବୋଲି ଜଣାପଡ଼ିଛି ।
ବିଏମ୍‌ସିରେ ବର୍ତ୍ତମାନ ୬୭ ୱାର୍ଡ ରହିଛି । ୩ଟି ଜୋନ୍ ତଥା ଦକ୍ଷିଣ-ପୂର୍ବ, ଦକ୍ଷିଣ-ପଶ୍ଚିମ ଓ ଉତ୍ତର ଜୋନ୍‌ରେ ପ୍ରାୟ ୧୫ ଲକ୍ଷରୁ ଅଧିକ ଲୋକେ ରହୁଛନ୍ତି । ଲୋକଙ୍କୁ ଉନ୍ନତ ମାନର ସେବା ଯୋଗାଇ ଦେବାକୁ ବିଏମ୍‌ସି ପକ୍ଷରୁ ଆଉ ୩ ଅତିରିକ୍ତ ଜୋନ୍ ଅଫିସ ଖୋଲିବ । ଏହି ଜୋନ୍ ଅଫିସରେ ଉତ୍ତର ଜୋନ୍-୧, ଉତ୍ତର ଜୋନ୍-୨, ଦକ୍ଷିଣ ପଶ୍ଚିମ-୧, ଦକ୍ଷିଣ ପଶ୍ଚିମ-୨, ଦକ୍ଷିଣ ପୂର୍ବ-୧ ଏବଂ ଦକ୍ଷିଣ ପୂର୍ବ-୨ରେ ବାଣ୍ଟି ହେବ । ନର୍ଥ ଜୋନ୍-୧ ରେ ୱାର୍ଡ ନଂ ୧, ୨, ୩, ୪, ୫, ୬, ୯, ୧୦, ୧୧, ୧୨, ୧୭ ଏବଂ ୧୮ ନଂ ୱାର୍ଡ ରହିବ ।

ସେହିପରି ନର୍ଥ ଜୋନ୍-୨ରେ ୱାର୍ଡ ୭, ୮, ୧୩, ୧୪, ୧୫, ୧୬, ୨୦, ୨୧, ୨୨, ୨୫, ୨୬ ଏବଂ ୨୭ ନମ୍ବର ୱାର୍ଡ ରଖିବାକୁ ସ୍ଥିର ହୋଇଛି । ସେହିପରି ଦକ୍ଷିଣ ପୂର୍ବ ଜୋନ-୧ରେ ୧୯, ୩୦, ୩୧, ୩୨, ୩୩, ୩୪, ୪୧, ୪୨ ଏବଂ ୪୩ ନମ୍ବର ୱାର୍ଡ ରହିବ । ଦକ୍ଷିଣ-ପୂର୍ବ ଜୋନ୍୨ରେ ୨୮, ୨୯, ୩୫, ୩୬, ୩୭, ୩୮, ୩୯, ୪୦, ୪୬ ଏବଂ ୪୭ ୱାର୍ଡ ରହିବ । ଏହା ସହ ଦକ୍ଷିଣ ପଶ୍ଚିମ ଜୋନ୍-୧ରେ ୪୪, ୪୫, ୫୩, ୫୪, ୫୫, ୫୬, ୫୭, ୫୮, ୫୯, ୬୦, ୬୧ ଏବଂ ୬୭ ୱାର୍ଡ ରହିବ । ଏହା ସହ ଦକ୍ଷିଣ ପଶ୍ଚିମ ଜୋନ୍-୨ରେ ୨୩, ୨୪, ୪୮, ୪୯, ୫୦, ୫୧, ୫୨, ୬୨, ୬୩, ୬୪, ୬୫ ଏବଂ ୬୬ ନମ୍ବର ୱାର୍ଡ ରହିବାକ ସ୍ଥିର ହୋଇଛି । ଗୋଟିଏ ୱାର୍ଡ ଅଫିସ ଉପରେ ପ୍ରାୟ ୨୪ଟି ୱାର୍ଡ ରହୁଥିବାରୁ ଚାପ ପଡୁଥିଲା । ତେଣୁ ଏହାକୁ ଅଲଗା କରିବାକୁ ବିଏମ୍‌ସି ନିଷ୍ପତ୍ତି ନେଇଛି ।

ଏନେଇ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ୨୦୨୨ରେ ଆଉ ୩ ମଣ୍ଡଳ କାର୍ଯ୍ୟାଳୟ ଖୋଲିବାକୁ ପତ୍ର ଦିଆଯାଇଥିଲା । ଏହାକୁ ଆଧାର କରି ଆଉ ୩ ନୂଆ ଜୋନ୍ ଅଫିସ ଖୋଲିବା ନେଇ ନିଷ୍ପତ୍ତି ହୋଇଛି । ବିଏମ୍‌ସିରେ ଭୁବନେଶ୍ୱର ବ୍ଲକ୍ର ୨୬ଟି ଗାଁ ମିଶିବ । ଏସବୁ ଗାଁ ଭୁବନେଶ୍ୱର ବ୍ଲକ୍ ଅଧୀନରେ ଥିବା ୧୨ଟି ପଞ୍ଚାୟତର । ଏହା ମଧ୍ୟରେ ତମାଣ୍ଡୋ, ଧଉଳି, ଲିଙ୍ଗିପୁର, ଇତିପୁର, ରଘୁନାଥପୁର, ଦାରୁଠେଙ୍ଗ, ଅନ୍ଧାରୁଆ, ଦାସପୁର ଓ ଗୋଠପାଟଣା ଭଳି ପଞ୍ଚାୟତ ରହିଛି । ବାଲିଅନ୍ତା ବ୍ଲକର ଅଣ୍ଡିଲୋ ଏବଂ ଜଟଣୀର ଗୋଟିଏ ପଞ୍ଚାୟତ ବିଏମ୍ସି ଅଧୀନକୁ ଆସିବ । ଏନେଇ ବିଜ୍ଞପ୍ତି ପ୍ରକାଶ କରାଯିବା ପରେ ଏହି ସବୁ ୱାର୍ଡ ମିଶିବ । ଏହା ପରେ ୱାର୍ଡ ପୁନର୍ଗଠନ କରାଯିବ । କେଉଁ ୱାର୍ଡରେ କେଉଁ ଅଞ୍ଚଳ ରହିବା ଚୂଡ଼ାନ୍ତ ହେବ ।

ବିଏମ୍‌ସି ଆବଶ୍ୟକୀୟ କର୍ମଚାରୀ ସଂଖ୍ୟା ମଧ୍ୟ ବୃଦ୍ଧି କରାଯିବ । ପୂର୍ବ ସରକାରରେ ବିଏମ୍ସିରେ ଆଉ ୪୫୭ କର୍ମଚାରୀଙ୍କୁ ନିଯୁକ୍ତି କରିବାକୁ ନିଷ୍ପତ୍ତି କରାଯାଇଥିଲା । ତାହା ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇ ପାରିଲାନାହିଁ । ଏହି ନୂଆ ପଞ୍ଚାୟତର ଗ୍ରାମ ମିଶିବା ପରେ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଖାଲି ପଡ଼ିଥିବା ପଦବି ଏବଂ ଆବଶ୍ୟକୀୟ କର୍ମଚାରୀ ନିଯୁକ୍ତି କରାଯିବ । ଏହି ପ୍ରସ୍ତାବ ଆଗତ ହେବା ପରେ କିଛି କର୍ପୋରେଟର ଅମଙ୍ଗ ହେଇଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି । ଜୋନ୍ ଅଫିସର ୱାର୍ଡରୁ ଦୂର ହେବା ଅଭିଯୋଗ ହୋଇଛି । ଏହାକୁ ନେଇ ଟଣା ଓଟରା ଲାଗିଥିଲା । ଯାହା ଫଳରେ ଏହାକୁ ଅନ୍ୟ ଦିନେ ଆଲୋଚନା ହେବା ନେଇ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି ।

  • Related Posts

    ମେ’ ପହିଲାରୁ ରବି ଧାନ କିଣା

    ଭୁବନେଶ୍ବର: ମେ’ ପହିଲାରୁ ଚାଷୀଙ୍କ ପାଖରୁ ରାଜ୍ୟ ସରକାର ରବି ଧାନ କିଣିବେ। ଧାନ କିଣା ପ୍ରକ୍ରିୟା ଜୁନ୍‌ ୩୦ ପର୍ୟ୍ୟନ୍ତ ଚାଲିବ। ଏନେଇ ସମବାୟ ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜୟ ସିଂହ ବାଲେଶ୍ବର, ବରଗଡ଼, ଭଦ୍ରକ, ବଲାଙ୍ଗିର, ବୌଦ୍ଧ,…

    Continue reading
    ମେ ୧୫ରୁ ୨୧ସିବିଏସଇ ଦଶମ ଶ୍ରେଣୀ ଦ୍ଵିତୀୟ ବୋର୍ଡ଼ ପରୀକ୍ଷା

    ଭୁବନେଶ୍ୱର: ପ୍ରକାଶ ପାଇଲା ସିବିଏସଇ ଦଶମ ଶ୍ରେଣୀ ଦ୍ଵିତୀୟ ବୋର୍ଡ଼ ପରୀକ୍ଷା ତାରିଖ । ମେ ୧୫ରୁ ୨୧ତାରିଖ ଯାଏଁ ଚାଲିବ ପରୀକ୍ଷା ।ସକାଳ ୧୦ଟା ୩୦ ରୁ ୧ଟା ୩୦ ଯାଏଁ ଚାଲିବ ପରୀକ୍ଷା । ଚଳିତ ବର୍ଷ ପ୍ରଥମ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର