ଭୁବନେଶ୍ୱରରେ ଚାଞ୍ଚଲ୍ୟ: ଆନେସ୍ଥେସିଆ ଦେଇ ସ୍ତ୍ରୀକୁ ହତ୍ୟା

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଚାଞ୍ଚଲ୍ୟ । ଆନେସ୍ଥେସିଆଦେଇ ସ୍ତ୍ରୀକୁ ହତ୍ୟା କରିଛି ସ୍ୱାମୀ । କେବଳ ସ୍ୱାମୀ ନୁହେଁ ଏହି କାଣ୍ଡରେ ୨ ଜଣ ପ୍ରେମିକା ବି ସାମିଲ ଅଛନ୍ତି । ୨ଜଣ ପ୍ରେମିକା ପାଇଁ ସ୍ୱାମୀ ଏଭଳି ଜଘନ୍ୟକାଣ୍ଡ ଭିଆଇଛି । ଏନେଇ ଭରତପୁର ଥାନା ପୁଲିସ ହତ୍ୟାକାରୀ ସ୍ୱାମୀ ସହ ୨ ଜଣ ପ୍ରେମିକାଙ୍କୁ ବି ଗିରଫ କରିଛି । ୪ ବର୍ଷ ତଳେ ଜହ୍ଲାଦ ସ୍ୱାମୀ ଜଣକ ପ୍ରେମ ବିବାହ କରିଥିଲା । ସ୍ୱାମୀ ଏକ ଘରୋଇ ହସ୍ପିଟାଲରେ ଫାର୍ମାସିଷ୍ଟଭାବେ କାମ କରୁଥିଲା ।  ପ୍ରେମିକା କୁହାଯାଉଥିବା ସମ୍ପୃକ୍ତ ୨ ଯୁବତୀ ମଧ୍ୟ ନର୍ସିଂ ପଢ଼ିଥିବା ସୂଚନା ରହିଛି । ଗତ ୨୮ ତାରିଖ ଦିନ ସ୍ୱାମୀ ନିଜ ସ୍ତ୍ରୀକୁ ଧରି କ୍ୟାପିଟାଲ ହସ୍ପିଟାଲରେ ପହଞ୍ଚିଥିଲା । ଆଉ କହିଥିଲା ସ୍ତ୍ରୀ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ତେବେ ସେତେବେଳକୁ ତାଙ୍କର ମୃତୁ୍ୟ ଘଟିଥିଲା । ପରେ ବ୍ୟବଚ୍ଛେଦ ରିପୋର୍ଟ ସବୁ ଗୁମର ଖୋଲିଦେଇଥିଲା ।

  • Related Posts

    ଜନଗଣନା ୨୦୨୭ର ପ୍ରଥମ ପର୍ଯ୍ୟାୟ ଗୃହଗଣନା ଏବଂ ଗୃହତାଲିକା-୨୦୨୬ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା

    ପ୍ରିୟ ଭାଇ ଓ ଭଉଣୀମାନେ!ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟର ଓଡ଼ିଶାସ୍ଥିତ ଜନଗଣନା ନିର୍ଦ୍ଦେଶାଳୟ ଏବଂ ଓଡ଼ିଶା ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ସମନ୍ୱୟରେ ଜନଗଣନା କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି। ଓଡ଼ିଶାର ୩୦ଟି ଜିଲ୍ଲାରେ ଜନଗଣନାର ପ୍ରଥମ ପର୍ଯ୍ୟାୟରେ ଗୃହଗଣନା…

    Continue reading
    ଆଉ ବଜାରରେ ବିକ୍ରି ହେବନି ରନ୍ଧନ ଗ୍ୟାସ୍ : ଯୋଗାଣ ମନ୍ତ୍ରୀ

    ଭୁବନେଶ୍ୱର: ଆଉ ବଜାରରେ ବିକ୍ରି ହେବନି ରନ୍ଧନ ଗ୍ୟାସ୍। ଏହା ବେଆଇନ୍ । ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଆଜି ଏହି ବଡ଼ ସୂଚନା ଦେଇଛନ୍ତି । କେବଳ ସୀକୃତି ପ୍ରାପ୍ତ ଦୋକାନୀ ବା ଏଜେନ୍ସି ହିଁ ଗ୍ୟାସ୍ ବିକ୍ରି କରିପାରିବେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ